accident at parjang Photograph: (sambad.in)
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥର ଦୁଇମୁହାଁଣି ନିକଟରେ OSRTC ବସ ଓ ଟ୍ରକ ମୁହାଁମୁହିଁ ଧକ୍କା l ଏହାଫଳରେ ତିନି ବସ ଯାତ୍ରୀ ଗୁରୁତର ଥିବାବେଳେ ଟ୍ରକ ଡ୍ରାଇଭର ମଧ୍ୟ ଗୁରୁତର ହୋଇଥିବାର ଜଣାଯାଇଛି l
ଭୁବନେଶ୍ୱରରୁ ରାଉରକେଲା ଯାଉଥିଲା OSRTC ବସ
ସୂଚନା ଅନୁସାରେ, ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ଏକ OSRTC ବସ ଆଜି ରାତି ପ୍ରାୟ ତିନିଟା ସମୟରେ ୧୪୯ ନମ୍ବର ଜାତୀୟ ରାଜପଥର ଦୁଇମୁହାଁଣି ଦେଇ ଯାଉଥିବା ବେଳେ ଅପର ପାର୍ଶ୍ଵରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଦୁର୍ଘଟଣା ଭୟଙ୍କର ହୋଇଥିବା ବେଳେ ଟ୍ରକର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ତେଣେ ବସର ସାମ୍ନା ମଧ୍ୟ ଭାଙ୍ଗିରୁଜି ଯାଇଛିl ତେବେ ଦୁର୍ଘଟଣା ଫଳରେ ବସରେ ଥିବା ତିନି ଯାତ୍ରୀ ଗୁରୁତର ହୋଇଥିବା ବେଳେ ଟ୍ରକର ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି l
ଆହୁରି ପଢ଼ନ୍ତୁ: Vande Mataram: ପ୍ରତି ଜିଲ୍ଲାରେ ପାଳନ ହେବ ‘ବନ୍ଦେ ମାତରମ୍’ ଉତ୍ସବ: ମୁଖ୍ୟମନ୍ତ୍ରୀ
ଖବର ପାଇ ପୁଲିସ ଓ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସମସ୍ତ ଗୁରୁତରମାନଙ୍କୁ ସ୍ଥାନୀୟ ପରଜଙ୍ଗ ମେଡିକାଲରେ ଭର୍ତ୍ତି କରାଇଥିଲେ। ମାତ୍ର ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛିl
ଆହୁରି ପଢ଼ନ୍ତୁ: ନିଜ ଭାରତୀୟ କ୍ୟାମ୍ପସ୍ ପାଇଁ Scholarship ଘୋଷଣା କଲା ଏହି ବିଦେଶୀ ବିଶ୍ବବିଦ୍ୟାଳୟ
Follow Us