capital tea seller siba sankar jena is now talk of town Photograph: (Sambad.in)
ଭୁବନେଶ୍ବର: ସେ କେବଳ ଜଣେ ଚାହା ବିକ୍ରେତା ନୁହଁନ୍ତି। ବରଂ ବିଗତ ଦଶ ବର୍ଷ ଧରି ଜାନୁଆରି ମାସରେ ତାଙ୍କର ରୋଜଗାର ଦାନ କରୁଛନ୍ତି। ଏଭଳି ମହନୀୟ କାମ କରି ଏବେ ଚର୍ଚ୍ଚାରେ ଓଡ଼ିଶାର ଚାହା ବିକ୍ରେତା ଶିବ ଶଙ୍କର ଜେନା। ଗତ ୧୦ ବର୍ଷ ଧରି ତାଙ୍କର ନୂତନ ବର୍ଷର ରୋଜଗାର ଏବଂ ଜାନୁଆରୀ ମାସର ଅଧା ଆୟ ସାମାଜିକ କାର୍ଯ୍ୟ ପାଇଁ ଦାନ କରିଆସୁଛନ୍ତି ସେ। ପିଲାମାନଙ୍କ ପାଇଁ ପୁସ୍ତକ କିଣିବା ଠାରୁ ଆରମ୍ଭ କରି ହ୍ୱିଲଚେୟାର, ଖାଦ୍ୟ ଏବଂ ସହର ପାଇଁ ଡଷ୍ଟବିନ ଯୋଗାଇବା ପର୍ଯ୍ୟନ୍ତ ଭଳି କାମରେ ନିଜର ଅର୍ଥକୁ ବିନିଯୋଗ କରି ପରମ ଶାନ୍ତି ଲାଭ କରୁଛନ୍ତି ବୋଲି କହନ୍ତି ଶିବଶଙ୍କର ଜେନା।
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୮,୩୫୦ ଟଙ୍କା ଦାନ କରିଥିଲେ
ଗତ ବର୍ଷ ଧରି ସେ ଏହା ବାବଦରେ ୧୭ରୁ ୨୦ ହଜାର ଟଙ୍କା ଦେଇଥାନ୍ତି। ଶୁକ ବିହାରର ଶିବଶଙ୍କର ରାଜଧାନୀର ଆରଟିଓ ଅଫିସ୍ ପାଖରେ ଓମଫେଡ୍ ଟିଷ୍ଟଲ୍ କରି ନିଜର ୪ ସଦସ୍ୟ ବିଶିଷ୍ଟ ପରିବାରର ଗୁଜୁରାଣ ମେଣ୍ଟାନ୍ତି। ପରିବାରରେ ତାଙ୍କର ମା, ସ୍ତ୍ରୀ ଓ ଝିଅ ଅଛନ୍ତି। ୨୦୨୪ରେ ସେ ନିଜେ ରହୁଥିବା ବସ୍ତିର ଅନେକ ପିଲାଙ୍କୁ ନିଜ ଅର୍ଥରେ ପୁସ୍ତକ କିଣି ବାଣ୍ଟିଥିଲେ। ତିନି ବର୍ଷ ତଳେ ସେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୮,୩୫୦ ଟଙ୍କା ଦାନ କରିଥିଲେ।
ଆହୁରି ପଢ଼ନ୍ତୁ: Statement BJP President Manmohan Samal ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଅନେକ ଲୋକ ବିଜେପିରେ ମିଶିବେ: ମନମୋହନ ସାମଲ
ଏହାଛଡ଼ା ଯେଉଁମାନେ କିଛି ଦାନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସେ ଏଦିଗରେ ପ୍ରୋତ୍ସାହନ ଦିଅନ୍ତି। ତାଙ୍କରି ପ୍ରୋତ୍ସାହନରେ କେତେକ ଲୋକ ରାଜଧାନୀରେ ୧୮ଟି ନୂଆ ଡଷ୍ଟବିନ୍ ବିଭିନ୍ନ ସ୍ଥାନରେ ରଖିବାର ବ୍ୟବସ୍ଥା କରିଥିଲେ ବୋଲି ଶିବ ଶଙ୍କର କହନ୍ତି।
ଆହୁରି ପଢ଼ନ୍ତୁ: Cow Smuggling Truck Accident ଗୋଚାଲାଣ ବେଳେ ଗୋରୁ ଗାଡ଼ି ଦୁର୍ଘଟଣା: ଚମ୍ପଟ ମାରିଲା ଚାଳକ, ୨୦ ଗାଈ ଉଦ୍ଧାର
ସେ ଯେତିକି ଅର୍ଥ ଦିଅନ୍ତି, ତାହା ଖୁବ୍ କମ୍ ହୋଇଥିଲେ ବି କିଛିଟା ଫରକ୍ ପକାଇଥାଏ। ଯେତେବେଳେ ତାଙ୍କୁ ତିରିଶ ବର୍ଷ ହୋଇଥିଲା, ସେତେବେଳେ ବି ସେ ଅନେକ ରାତିରେ ଭୋକରେ ଶୋଇଛନ୍ତି। ଏଣୁ ସେ ନିଷ୍ପତ୍ତି ନେଲେ ଜଣଙ୍କୁ ହେଲେବି ସହାୟତା ଦେବେ ଯାହାଫଳରେ ସେ ଭୋକିଲା ରହିବ ନାହିଁ। ତାଙ୍କର ଏହି ପ୍ରଶଂସନୀୟ କାମ ଲାଗି ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।
Follow Us