Crime branch dg on cbi probe Photograph: (sambad.in)
ଭୁବନେଶ୍ବର: ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କାରି ମାମଲା ସିବିଆଇକୁ ହସ୍ତାନ୍ତର ପ୍ରସଙ୍ଗରେ କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ପଛରେ ବଡ଼ ନେଟୱର୍କ ରହିଛି। ଯେହେତୁ ସିବିଆଇ ମାମଲାର ତଦନ୍ତ କରିବ, ସେମାନେ ଯେତେବେଳେ ଆସିବେ ଆମେ ତାଙ୍କୁ ଅପଟୁଡେଟ କେସ ରେକର୍ଡ ହସ୍ତାନ୍ତର କରିବୁ।
ଦୋଷୀମାନଙ୍କ ପାଖରେ ପହଞ୍ଚିବ ସିବିଆଇ
ଏହାପଛରେ ବଡ଼ ଧରଣର ଆନ୍ତଃରାଜ୍ୟ ଲିଙ୍କ୍ , ବଡ଼ ଷଡ଼ଯନ୍ତ୍ର, ଏବଂ ମନି ଟ୍ରଲ୍ ରହିଛି। ସେହି କାରଣରୁ ରାଜ୍ୟ ସରକାର ଏହାକୁ ସିବିଆଇ ତଦନ୍ତ କରିବାକୁ କହିଛନ୍ତି। ଯେହେତୁ ସିବିଆଇର ସମ୍ପୂର୍ଣ୍ଣ ଭାରତରେ ତଦନ୍ତ କରିବାର କ୍ଷମତା ରହିଛି ତେଣୁ ଷଡ଼ଯନ୍ତ୍ର ଦିଗକୁ ଭଲ ଭାବେ ସେମାନେ ତଦନ୍ତ କରିବେ। ଦୋଷୀମାନଙ୍କ ପାଖରେ ପହଞ୍ଚିବେ। କେବଳ ବିଜୟନଗରମ କିମ୍ବା ଦୀଘା ମୋଡୁଲ ନୁହେଁ , ଏହା ପଛରେ ଅନେକ ମୋଡୁଲ ରହିଥାଇପରେ ବୋଲି ଡିଜି ସଂକେତ ଦେଇଛନ୍ତି। ସିବିଆଇ ନେଲା ପରେ ସେମାନେ ଏ ସବୁକୁ କାଢ଼ିବେ। ଯେତିକି ପ୍ରମାଣ ଆମେ ପାଉଛୁ, ସେତିକି ତଥ୍ୟ ଆମେ କହୁଛୁ। ଅନୁମାନ କରି କହିବା ମାମଲାକୁ ହାନି ପହଞ୍ଚାଇପାରେ।
ଆହୁରି ପଢ଼ନ୍ତୁ: Run For Unity Chief Minister: ରାଜଧାନୀରେ ଏକତା ଦୌଡ଼: ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଏଣେ ବିଜେପି ପକ୍ଷରୁ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି ଆମ ସରକାର ଆସିବା ପରେ ପ୍ରତି ସମୟରେ ପିଲାଙ୍କ ଚାକିରୀକୁ ନେଇ ପରୀକ୍ଷାରେ ଯେତେ ସ୍ୱଛତା ଆସିପାରିବ ସେ ଆଧାରରେ କାମ ଆରମ୍ଭ ହୋଇଛି। ଯେଉଁ ଆଇନ ଆଣିଥିଲୁ ସ୍ଵଛତାରେ ଯେଉଁମାନେ ବ୍ୟାହତ କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ।ପୁଲିସ ଏସଆଇ ପରୀକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମଧ୍ୟ ଠିକ୍ ଥିଲା। ଦୀର୍ଘ ଦିନ ଧରି ନିଯୁକ୍ତି ବନ୍ଦ ଥିଲା. ଏବେ ସବୁ ଖାଲି ପଦବୀ ପୂରଣ ପାଇଁ ବଡ଼ ସ୍କେଲରେ ନିଯୁକ୍ତି କରା ଯାଉଛି। ସେ କଥାକୁ ଯେତେ ସ୍ଵଚ୍ଛ କରାଯାଇ ପାରିବ ତାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଛି। ସମସ୍ତେ ନିଶ୍ଚିନ୍ତ ହୋଇ ପରୀକ୍ଷା ଦେବେ। କିଛି ଲୋକ ଲମ୍ବା ସମୟ ଧରି ଯେଉଁ ଅଭ୍ୟାସ ଥିଲା ତାର ପୁନରାବୃତ୍ତି କରାଉଛନ୍ତି। ସେଥିରେ ରୋକ ଲାଗିବ। ସିବିଆଇ ତଦନ୍ତ ଭାର ନେଇ କହିଛନ୍ତି, ସମୟ ଆସିଲେ ଜଣା ପଡିବ ।
ଆହୁରି ପଢ଼ନ୍ତୁ:Home Guard Dies Truck Hits: ଟ୍ରକ ଧକ୍କାରେ ସୋର ଥାନାର ହୋମଗାର୍ଡଙ୍କ ମୃତ୍ୟୁ
scam | CBI
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/media_files/2025/10/31/crime-branch-dg-on-cbi-probe-2025-10-31-10-25-18.png)