CBI Dwibendu Moharana Photograph: (sambad.in)
ଭୁବନେଶ୍ୱର: ଭୁବନେଶ୍ୱରରେ ଦିଲ୍ଲୀ ସିବିଆଇ ଟିମ୍। ଦ୍ବିବେନ୍ଦୁ ମହାରଣାଙ୍କୁ ରିମାଣ୍ଡରେ ନେବାକୁ ପ୍ରକ୍ରିୟା ଆରମ୍ଭ। ଦ୍ବିବେନ୍ଦୁ ମହାରଣା
ଦିଲ୍ଲୀ ସିବିଆଇ ପାଇଁ ଥିଲେ ମୋଷ୍ଟ ୱାଣ୍ଟେଡ।
କୋଟି କୋଟି ଟଙ୍କା ହଡ଼ପ ପରେ ଆବୁଧାବିରେ ଲୁଚିଥିଲେ ଦ୍ବିବେନ୍ଦୁ ମହାରଣା
ଦିଲ୍ଲୀରେ ଘୋଟଲା କରି ଦୁବାଇରେ ଥିବା ଦ୍ବିବେନ୍ଦୁ ପାଇଁ ବଢିଲା ଅଡୁଆ I ଗତକାଲି ଏୟାରପୋର୍ଟରୁ ଗିରଫ ଠକ ଦ୍ବିବେନ୍ଦୁ ମହରଣାଙ୍କୁ ଝାଳବୁହା ଜେରା ପାଇଁ ଦିଲ୍ଲୀ ନେବାକୁ ପ୍ରସ୍ତୁତ ହେଉଛି ସିବିଆଇ ଟିମ I ସ୍ପେସାଲ ସିଜେଏମ ସିବିଆଇ କୋର୍ଟରେ ଏନେଇ ରିମାଣ୍ଡ ଆବେଦନ କରିଛି I କୋର୍ଟଙ୍କ ଅନୁମତି ପରେ, ତାକୁ ରିମାଣ୍ଡରେ ନେଇ ଘାଣ୍ଟିବା ସହ ସବୁ ସତ ଓଗାଳିବ ବୋଲି ଜଣା ପଡିଛି I ତେବେ ବିଭିନ୍ନ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ ପରେ ଆବୁଧାବିରେ ଲୁଚିଥିଲେ ଏହି ଅଭିଯୁକ୍ତ, ଯାହାକୁ ଖୋଜିବାକୁ ଯାଇ ନାକେଦମ ହୋଇଥିଲା ସିବିଆଇ I ଗତକାଲି ଆବୁଧାବିରୁ ଭୁବନେଶ୍ୱର ଆସୁଥିବାବେଳେ ଦ୍ବୀବେନ୍ଦୁଙ୍କୁ ଇମିଗ୍ରେସନ ଟିମ ଅଟକାଇ ଥିଲା I ଦ୍ବିବେନ୍ଦୁଙ୍କୁ ଭୁବନେଶ୍ୱର ସିବିଆଇ ଅଫିସରେ ରଖାଯାଇ ଥିଲା I ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ, ତାଙ୍କୁ କୋର୍ଟ ଚାଲାଣ କରାଯାଇଛିI
ଆହୁରି ପଢ଼ନ୍ତୁ: Run For Unity Chief Minister: ରାଜଧାନୀରେ ଏକତା ଦୌଡ଼: ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆହୁରି ପଢ଼ନ୍ତୁ: Plantation roadside Pwd Minister : ସବୁ ରାସ୍ତାକଡ଼ରେ ବୃକ୍ଷରୋପଣ କରାଯିବ: ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
CBI
Follow Us