Run For Unity Chief Minister: ରାଜଧାନୀରେ ଏକତା ଦୌଡ଼: ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏକତା ଦୌଡ଼ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଦୌଡ଼ରେ ସାମିଲ ହୋଇଥିଲେ।

CM Mohan Charan Majhi | Suryabanshi Suraj

CM Mohan Charan Majhi run for unity Photograph: (sambad.in)

ଭୁବନେଶ୍ୱର: ଏକ ଭାରତ, ଆତ୍ମନିର୍ଭର ଭାରତ। ଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେବା ପାଇଁ ଭୁବନେଶ୍ୱରରେ ଆୟୋଜିତ ହୋଇଛି ଏକତା ଦୌଡ଼। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏହି ଦୌଡ଼ର ଆୟୋଜନ କରାଯାଇଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଦୌଡ଼ରେ ସାମିଲ ହୋଇଥିଲେ। ଏକତା ପାଇଁ ଦୌଡ଼ିବା, ରାଷ୍ଟ୍ର ନିର୍ମାଣ ପାଇଁ ସଜାଗ ହେବା ଲକ୍ଷ୍ୟରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏକତା ପାଇଁ ଶପଥ ପାଠ କରାଇଥିଲେ । କଳିଙ୍ଗ ଷ୍ଟାଡିୟମରୁ ଏହି  ଦୌଡ ଆରମ୍ଭ ହୋଇ ପାୱାର ହାଉସ  ଛକ ଦେଇ ପୁଣି କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିଲା। ନିଜେ ମୁଖ୍ୟମନ୍ତ୍ରୀ ଏକତା ଦୌଡ଼ରେ ସାମିଲ ହୋଇ ଦୌଡ଼ି ଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା ରନ ଫର୍ ୟୁନିଟି

୨୦୧୪ ମସିହାରେ ରନ ଫର୍ ୟୁନିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆରମ୍ଭ ହୋଇଥିଲା। ଗଣତନ୍ତ୍ରରେ ସ୍ୱତନ୍ତ୍ରତା ପ୍ରଦାନ କରିବା ସହ ଗଡ଼ଜାତ ରାଜ୍ୟର ମିଶ୍ରଣ କ୍ଷେତ୍ରରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଭାରତର ସ୍ଵାଧୀନତା ସମୟରେ ସମସ୍ତ ଗଡ଼ଜାତ ରାଜ୍ୟଗୁଡ଼ିକୁ ଲୌହ ମାନବ ଦେଶରେ ମିଶାଇ ଅଖଣ୍ଡ ଭାରତକୁ ସଶକ୍ତ କରାଇଥିଲେ। ଦେଶର ପ୍ରଥମ ଗୃହମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ୫୧୪ଟି ଗଡ଼ଜାତ ରାଜ୍ୟକୁ ଏକାଠି କରିଥିଲେ, ଯେଉଁଥିରେ ଥିଲା ବାଲେଶ୍ଵର ସହର। ବର୍ତମାନ ଓଡ଼ିଶାର ମହାପୁରୁଷଙ୍କ ଜନ୍ମିତ ଗ୍ରାମରେ ତାଙ୍କର ଜନ୍ମ ସ୍ଥାନକୁ ଉନ୍ନତ କରିବା ସହ ତାଙ୍କର ବିରତ୍ୱକୁ ପ୍ରଚାର କରିବା କ୍ଷେତ୍ରରେ ରାଜ୍ୟ ସରକାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଏହା ବରପୁତ୍ରମାନଙ୍କ ପାଇଁ ସମ୍ମାନ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହାସହ ଏକତା ଦୌଡ଼ ରାଷ୍ଟ୍ର ଗଠନରେ ଆମର ଭୂମିକାକୁ ଦର୍ଶାଇଥାଏ ବୋଲି ସେ କହିଛନ୍ତି। ସେଭଳି ସର୍ଦ୍ଦାର ପଟେଲଙ୍କ ପ୍ରମୁଖ ଆଦର୍ଶ ଯାହାକୁ ସମସ୍ତେ ଆପଣାଇବା ଦରକାର ଆଉ ସମସ୍ତେ ଏହାକୁ ଆପଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। 

ଆହୁରି ପଢ଼ନ୍ତୁ:Home Guard Dies Truck Hits: ଟ୍ରକ ଧକ୍କାରେ ସୋର ଥାନାର ହୋମଗାର୍ଡଙ୍କ ମୃତ୍ୟୁ

 CM Mohan Charan Majhi | Suryabanshi Suraj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe