chief minister Odisha Chhatisgarh Nuapada: ଆସନ୍ତାକାଲି ନୂଆପଡ଼ା ଆସିବେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ, କୋମନାରେ ମୋହନ ମାଝୀ କରିବେ ବିଶାଳ ରୋଡ୍ ସୋ

chief minister ମୋହନ ଚରଣ ମାଝୀ ଆସନ୍ତାକାଲି ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଯିବେ। କାଲି ସାଢ଼େ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ କୋମନାରେ ବିଶାଳ ରୋଡ୍ ସୋ କରିବେ। ଏହାଛଡ଼ା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ କରିବେ ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଆସିବେ।

mohan

cm mohan majhi nuapada tour Photograph: (sambad.in)

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଯିବେ। କାଲି ସାଢ଼େ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ କୋମନାରେ ବିଶାଳ ରୋଡ୍ ସୋ କରିବେ। ଏହାଛଡ଼ା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ କରିବେ ନିର୍ବାଚନ ପ୍ରଚାର ଲାଗି ନୂଆପଡ଼ା ଆସିବେ। ସେ ପଞ୍ଚମପୁରଠାରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ। ଏନେଇ ବିଜେପି ରାଜ୍ୟ ସଭାପତି ଯତିନ ମହାନ୍ତି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୬ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ଉପନିର୍ବାଚନ ପାଇଁ  ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ  ଯୋଗ ଦେଇଥିଲେ। ସେ କାହାର ନାମ ନନେଇ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ, ପୂର୍ବ ସରକାର କଥା ଦେଇ କଥା ରଖି ନାହାନ୍ତି। କିନ୍ତୁ ଆମେ ସେପରି କରିବୁ ନାହିଁ। ଯାହା କହିବୁ ତାହା କରି ଦେଖାଇବୁ। ନିର୍ବାଚନ ସମୟରେ ଯାହା କହିଥିଲୁ ତାହା କରି ଦେଖାଇଛୁ।

ଆହୁରି ପଢ଼ନ୍ତୁ:Naveen Pattnaik Bjp Anil Biswal: ନବୀନ ପଟ୍ଟନାୟକ କୁହନ୍ତୁ ବେଇମାନ କିଏ: ପ୍ରଶ୍ନ କଲେ ବିଜେପି ମୁଖପାତ୍ର ଅନୀଲ ବିଶ୍ବାଳ

ଆମେ ସେବା କରିବାକୁ ଆସିଛୁ। ସେବା ପାଇଁ କେତେ ବର୍ଷ ଦରକାର। ବିଜେଡ଼ି ଏବଂ କଂଗ୍ରେସ ବର୍ଷ ବର୍ଷ ଧରି କ୍ଷମତାରେ ରହି କିଛି କରି ନାହାନ୍ତି। ଏନେଇ ବିଜେପିକୁ ଆପଣଙ୍କ ସହଯୋଗ ଆବଶ୍ୟକ। ବିଜେପିର ବିଜୟ ନିଶ୍ଚିତ ହୋଇ ସାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।  ରାଜେନ୍ଦ୍ର ଢୋଲକିଆଙ୍କ ଅଧୁରା କାମ ତାଙ୍କ ପୁଅ ଜୟ ଢୋଲକିଆ କରିବେ। ସେ ନୂଆପଡ଼ାର ବିକାଶ କାର୍ଯ୍ୟ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କୁ କଟାକ୍ଷ କରିଥିଲେ ମୋହନ

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ନିର୍ବାଚନ: ମନର କଥା କହିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନନେଇ ତାଙ୍କୁ କଟାକ୍ଷ କରିଥିଲେ ମୋହନ। ସେ କହିଥି‌ଲେ, ଅତୀତରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାଲେଶ୍ୱର, ଧାମନଗର, ପଦ୍ମପୁର, ବିଜେପୁର ଆଦି ଉପନିର୍ବାଚନରେ ବିକାଶର ଦାୟିତ୍ୱ ମୋର ବୋଲି ଘୋଷାପାଠ କହିଥାନ୍ତି ଏବଂ ନିର୍ବାଚନ ପରେ ହିଁ ସବୁ କଥା ଭୁଲି ଯାଇଥା’ନ୍ତି। କିନ୍ତୁ ଆମ ସରକାରର ମନ୍ତ୍ର ହେଉଛି କଥା ଦେବୁ ମାନେ କଥା ରଖିବୁ। ରାଜ୍ୟରେ ବିଜେପି ଶାସନକୁ ଆସିବା ପରେ ଧାନ କ୍ବିଣ୍ଟାଲ୍‌ ପିଛା ୮୦୦ ଟଙ୍କା ବୋନସ୍‌ ପ୍ରଦାନ ଏବଂ ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଉଛି। ନୂଆପଡ଼ା ଜିଲ୍ଲାର ୨ ଲକ୍ଷ ଚାଷୀ ଧାନରେ ବୋନସ୍‌ ପାଉଥିଲାବେଳେ ୧ ଲକ୍ଷ ୫୫ ହଜାର ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେଉଛନ୍ତି। ନିକଟ ଅତୀତରେ କେନ୍ଦ୍ର ସରକାର ଓଡ଼ିଶା ପାଇଁ ୩୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯେଉଁଥିରେ ନୂଆପଡ଼ା ଜିଲ୍ଲାକୁ ଗୁରୁତ୍ୱ ମିଳିଛି। ଜଣେ ସମାଜସେବକ ଭାବେ ନିଜ ଅଞ୍ଚଳ ଓ ଅଞ୍ଚଳବାସୀଙ୍କ ପାଇଁ କାର୍ଯ୍ୟ କରିବା ଓ ତାଙ୍କ ସୁଖଦୁଃଖରେ ଛିଡ଼ା ହେବା ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ୱଭାବ ଥିଲା। ଆଜି ତାଙ୍କ ଅବର୍ତ୍ତମାନରେ ତାଙ୍କର ସୁଯୋଗ୍ୟ ଦାୟାଦ ଜୟ ଢୋଲକିଆ ନିଜ ପିତାଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଚାରଧାରା ଓ ବିକାଶର ଧାରାରେ ପ୍ରଭାବିତ ହୋଇ ସେ ବିଜେପିରେ ଯୋଗ ଦେଇଛନ୍ତି। ଜୟ ଢୋଲକିଆ ବିଜେପିରେ ସାମିଲ ହେବା ପରେ ବିଜେଡି ପକ୍ଷରୁ ଯେଉଁ ବ୍ୟକ୍ତିଗତ ଅଶାଳୀନ ମନ୍ତବ୍ୟ ଦିଆଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ମାତ୍ର ଶାଳୀନତା ପାଇଁ ଜଣାଶୁଣା ନବୀନ ପଟ୍ଟନାୟକ ଏଭଳି ଘୃଣ୍ୟ ଟିପଣୀକୁ ନିନ୍ଦା ନ କରିବା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe