ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାତ୍ୟା ସମୀକ୍ଷା କରିଛନ୍ତି |ବାତ୍ୟା ମୁକାବିଲା ଲାଗି ସରକାର ପ୍ରସ୍ତୁତ ଅଛନ୍ତି। ବାତ୍ୟା ଆଜି ସନ୍ଧ୍ୟାରେ ଆନ୍ଧ୍ର ପ୍ରଦେଶର କାକିନାଡ଼ାରେ ସ୍ଥଳ ଭାଗ ଛୁଇଁବ | ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ ଜିଲ୍ଲାରେ ପ୍ରଭାବ ରହିବ | ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି | ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଓ କୋରାପୁଟ ହେବ ବିଶେଷ ପ୍ରଭାବିତ | ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବାତ୍ୟା ପ୍ରସ୍ତୁତି ନେଇ ସନ୍ତୁଷ୍ଟି ପ୍ରକାଶ କରିଛନ୍ତି।
୩୯ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ, ୫ଟି ଏନଡିଆରଏଫ୍ ମୁତୟନ: ମୁଖ୍ୟମନ୍ତ୍ରୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ | ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ | ଓଡ଼ିଶାରେ ୨ ହଜାର ୪୮ଟି ବାତ୍ୟା ଆଶ୍ରୟ ସ୍ଥଳୀ ରହିଛି| ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି | ୩୦ ହଜାର ୫୫୪ ଜଣଙ୍କୁ ନେବା ପାଇଁ ଚିହ୍ନଟ କରାଯାଇଛି | ୧ ହଜାର ୮୭୧ ଜଣ ଗର୍ଭବତୀ ସ୍ଥାନାନ୍ତରିତ ହୋଇଛନ୍ତି | ୮୨୨ଜଣଙ୍କୁ ସ୍ଥାନାନ୍ତର କରାଯିବ | ୨ ହଜାର ୬୯୩ ଗର୍ଭବତୀ ହେବେ ସ୍ଥାନାନ୍ତର | ବିଦ୍ୟୁତ ଓ ପାଣି ପାଇଁ ୩୯ଟି ଓଡ୍ରାଫ, ୧୨୩ଟି ଅଗ୍ନିଶମ, ୫ଟି ଏନଡିଆରଏଫ୍ ମୁତୟନ ହୋଇଛନ୍ତି| ପର୍ଯ୍ୟଟକମାନଙ୍କୁ ଗୋପାଳପୁର, ମହେନ୍ଦ୍ରଗିରି,ଦେଓମାଳୀ ନ ଯିବା ପାଇଁ ସୂଚନା ଦିଆଯାଇଛି | ସ୍କୁଲ ଓ ଅଙ୍ଗନବାଡ଼ି ୩୦ ତାରିଖ ଯାଏଁ ବନ୍ଦ ଅଛି, ଆବଶ୍ୟକ ହେଲେ ଛୁଟି ବଢାଯିବ |
ଆହୁରି ପଢ଼ନ୍ତୁ: Chhath Puja: ଉଦୟମାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଶ୍ରଦ୍ଧାଳୁ, ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହୁରି କହିଛନ୍ତି,ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞତା ଥୁବା ଡାକ୍ତର ନିୟୋଜିତ ହୋଇଛନ୍ତି | ପମ୍ପ ସେଟ, ଜେନେରେଟର, ରନ୍ଧା ଖାଦ୍ୟ, ଗୋରୁ ଗାଈଙ୍କ ଖାଦ୍ୟ ବ୍ୟବସ୍ଥା କରାଯାଇଛି | ଜିଲ୍ଲପାଳଙ୍କୁ ଅଧିକ କ୍ଷମତା ଦିଆଯାଇଛି, କାହାର ଅନୁମତି ନେବାକୁ ପଡ଼ିବ ନାହିଁ | ଏବେ ଵି ଚାଲିଛି ସ୍ଥାନାନ୍ତରିତ କାର୍ଯ୍ୟ | ଏଥିପ୍ରତି ସ୍ଥାନୀୟ ପ୍ରଶାସନ ସଜାଗ ରହିଛି। କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଉଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟା ଶାସନ ସଚିବ ଦେଓ ରଞ୍ଜନ କୁମାର ସିଂହ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଏବଂ ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ ଓ ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ । ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ଉପସ୍ଥିତ ଥିଲେ ।
ଆହୁରି ପଢ଼ନ୍ତୁ: Cyclone Montha Death Gajapati: ବାତ୍ୟା ‘ମୋନ୍ଥା’ ର ମୁକାବିଲା କାର୍ଯ୍ୟରେ ନିୟୋଜିତ ଯୋଗାଣ ସହାୟକଙ୍କ ମୃତ୍ୟୁ
CM Mohan Charan Majhi | Cyclone Montha | Andhra Pradesh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/28/untitled-1-2025-10-28-13-20-58.jpg)