UN report ତିବ୍ଦତୀୟ ପରିଚୟ ଲିଭାଉଛି ଚୀନ୍: ଜାତିସଂଘ ରିପୋର୍ଟରେ ପର୍ଫାଫାସ୍

Advertisment

UNର ଏକ ସାମ୍ପ୍ରତିକ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ତିବ୍ଦତରେ ଚୀନ୍ ସରକାରଙ୍କ ନୀତି ସକ୍ରିୟ ଭାବରେ ତିବ୍ଦତୀୟ ସଭ୍ୟତାର ମୂଳଦୁଆକୁ ଦୁର୍ବଳ କରୁଛି। ଏକ ସ୍ୱତନ୍ତ୍ର ସମ୍ପ୍ରଦାୟ ଭାବରେ ତିବ୍ଦତୀୟମାନଙ୍କ ଅସ୍ତିତ୍ୱକୁ ଗମ୍ଭୀର ଭାବରେ ବିପଦରେ ପକାଇଛି।

UNର ଏକ ସାମ୍ପ୍ରତିକ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ତିବ୍ଦତରେ ଚୀନ୍ ସରକାରଙ୍କ ନୀତି ସକ୍ରିୟ ଭାବରେ ତିବ୍ଦତୀୟ ସଭ୍ୟତାର ମୂଳଦୁଆକୁ ଦୁର୍ବଳ କରୁଛି। ଏକ ସ୍ୱତନ୍ତ୍ର ସମ୍ପ୍ରଦାୟ ଭାବରେ ତିବ୍ଦତୀୟମାନଙ୍କ ଅସ୍ତିତ୍ୱକୁ ଗମ୍ଭୀର ଭାବରେ ବିପଦରେ ପକାଇଛି।

corona-1 thumb

China is erasing Tibetan identity: UN report Photograph: (sambad.in)

ନ୍ୟୁୟର୍କ: ସଂଯୁକ୍ତ ରାଷ୍ଟ୍ରର ଏକ ସାମ୍ପ୍ରତିକ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ, ତିବ୍ଦତରେ ଚୀନ୍ ସରକାରଙ୍କ ନୀତି ସକ୍ରିୟ ଭାବରେ ତିବ୍ଦତୀୟ ସଭ୍ୟତାର ମୂଳଦୁଆକୁ ଦୁର୍ବଳ କରୁଛି। ଏକ ସ୍ୱତନ୍ତ୍ର ସମ୍ପ୍ରଦାୟ ଭାବରେ ତିବ୍ଦତୀୟମାନଙ୍କ ଅସ୍ତିତ୍ୱକୁ ଗମ୍ଭୀର ଭାବରେ ବିପଦରେ ପକାଇଛି। ରିପୋର୍ଟରେ ତିବ୍ଦତରେ ଆବାସିକ ବିଦ୍ୟାଳୟ ବ୍ୟବସ୍ଥା ଉପରେ ଚିନ୍ତା ପ୍ରକାଶ କରାଯାଇଛି। ଏଭଳି କାର୍ଯ୍ୟ ତିବ୍ଦତୀୟ ପରିଚୟ କ୍ଷୟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି କୁହାଯାଇଛି। ରିପୋର୍ଟ ଉପରେ ପ୍ରତିକ୍ରିୟା ଦେଇ ଧର୍ମଶାଳାର ତିବ୍ଦତୀୟ ନିର୍ବାସିତ ସମ୍ପ୍ରଦାୟର ସଦସ୍ୟମାନେ କହିଛନ୍ତି, ଜାତିସଂଘ ରିପୋର୍ଟ ତିବ୍ଦତର ଆଭ୍ୟନ୍ତରୀଣ ପରିସ୍ଥିତି ବିଷୟରେ ତିବ୍ଦତୀୟମାନେ ଦୀର୍ଘ ଦିନ ଧରି ଯାହା କହୁଛନ୍ତି ତାହାକୁ ନିଶ୍ଚିତ କରିଛି।

ତିବ୍ଦତୀୟ ପିଲାମାନଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ

ତିବ୍ଦତ ନୀତି ପ୍ରତିଷ୍ଠାନର ଉପନିର୍ଦ୍ଦେଶକ ଟେମ୍ପା ଗ୍ୟାଲଟସେନ ବ୍ୟାଖ୍ୟା କରିଛନ୍ତି, ଏହି ରିପୋର୍ଟ ତିବ୍ଦତର ବାସ୍ତବତାକୁ ପ୍ରତିଫଳିତ କରୁଛି। ବିଶେଷକରି ଚୀନ୍ ଦ୍ୱାରା ଲାଗୁ କରାଯାଇଥିବା ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇଛି। ଜାତିସଂଘ ରିପୋର୍ଟ ତିବ୍ଦତର ବାସ୍ତବତା କିମ୍ବା ପ୍ରଚଳିତ ପରିସ୍ଥିତିକୁ ନିଶ୍ଚିତ କରେ। ଆବାସିକ ବିଦ୍ୟାଳୟ ହେଉଛି ଏପରି ଏକ ପ୍ରସଙ୍ଗ ଯାହା ଉପରେ ଚୀନ୍ ସରକାର ଗୁରୁତ୍ବାରୋପ କରୁଛନ୍ତି। କାରଣ ସରକାର ଅନୁମାନ କରୁଉନ୍ତି, ତିବ୍ଦତୀୟ ପରିଚୟର ଭବିଷ୍ୟତ ତିବ୍ଦତୀୟମାନଙ୍କ ଯୁବ ପିଢ଼ିଙ୍କ ହାତରେ ଅଛି, ତେଣୁ ସେମାନେ ଅତି କମ୍ ବୟସରୁ ତିବ୍ଦତୀୟ ପିଲାମାନଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି।

ଭାଷା, ସଂସ୍କୃତି ଓ ପରମ୍ପରାଠାରୁ ଭିନ୍ନ

ତିବ୍ଦତୀୟ ପିଲାମାନଙ୍କୁ ବହୁତ କମ୍ ବୟସରେ ସେମାନଙ୍କ ଭାଷା, ସଂସ୍କୃତି ଏବଂ ପରମ୍ପରାରୁ ଅଲଗା କରାଯାଉଛି। ଆମେ ଭୟ କରୁଛୁ, ଏହା ଅତ୍ୟନ୍ତ ବିପଜ୍ଜନକ। ଜାତିସଂଘ ରିପୋର୍ଟ ସ୍ପଷ୍ଟ ଭାବରେ ଆମ ସହିତ ସହମତ। ଏହା ନିଶ୍ଚିତ କରିଛି, ତିବ୍ଦତରେ ପ୍ରତିଷ୍ଠିତ ଚୀନ୍ ଆବାସିକ ବିଦ୍ୟାଳୟଗୁଡ଼ିକ ତିବ୍ଦତୀୟ ପରିଚୟ ଓ ତିବ୍ଦତୀୟ ସଭ୍ୟତାର ପଥକୁ କ୍ରମାଗତ ଭାବରେ ଲିଭାଇ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: Indian Students Stabbed ରୁଷ ବିଶ୍ୱବିଦ୍ୟାଳୟରେ ୪ ଭାରତୀୟ ଛାତ୍ରଙ୍କୁ ଛୁରାମାଡ଼: ପୀଡ଼ିତଙ୍କ ରକ୍ତରେ କାନ୍ଥରେ ଅଙ୍କିତ ସ୍ୱସ୍ତିକ ଚିହ୍ନ ଭାଇରାଲ

କୌଣସି ଚୀନ୍‌ବାସୀକୁ ତିବ୍ବତୀୟ ବୋଲି ବିବେଚନା କରାଯିବ ନାହିଁ

ତିବ୍ଦତୀୟ ଓ ଚୀନ୍‌ବାସୀମାନଙ୍କର ସ୍ୱତନ୍ତ୍ର ସାଂସ୍କୃତିକ ପରିଚୟ ଉପରେ କହିଛନ୍ତି, କୌଣସି ଚୀନୀକୁ ତିବ୍ଦତୀୟ ବୋଲି ବିବେଚନା କରାଯିବ ନାହିଁ, ଏବଂ କୌଣସି ତିବ୍ଦତୀୟକୁ ଚୀନୀ ବୋଲି ବିବେଚନା କରାଯିବ ନାହିଁ। ଆମେ ବନ୍ଧୁ କିମ୍ବା ପରିବାରର ସଦସ୍ୟ ହୋଇପାରୁ, କିନ୍ତୁ ଆମେ ମୌଳିକ ଭାବରେ ଭିନ୍ନ। ତିବ୍ଦତୀୟମାନଙ୍କର ଇତିହାସ ଚୀନ୍ ପରି ଦୀର୍ଘ ଏବଂ ସମୃଦ୍ଧ। ଆମେ ଦୁଇଟି ସ୍ୱତନ୍ତ୍ର ସଭ୍ୟତା ଓ ଜାତି ହୋଇ ରହିଛୁ। ତିବ୍ଦତୀୟ ପରିଚୟକୁ ଲିଭାଇ ଦେବାର ପ୍ରୟାସ ସଫଳ ହେବ ନାହିଁ। ତିବ୍ଦତ ସଂଗ୍ରହାଳୟର ନିର୍ଦ୍ଦେଶକ ତେନଜିନ୍ ଟୋପଡେନ୍ କହିଛନ୍ତି, ଏପରି ନୀତି ଛଅ ଦଶନ୍ଧିରୁ ଅଧିକ ସମୟ ଧରି ଜାରି ରହିଛି।

ଆହୁରି ପଢ଼ନ୍ତୁ: Dead: ନିର୍ଦ୍ଦୋଷ ପ୍ରମାଣିତ ହେବାର ଦିନକ ପରେ ଆଖି ବୁଜିଦେଲେ

ଜାତିସଂଘର ହସ୍ତକ୍ଷେପକୁ ସ୍ୱାଗତ

ଗତ ୬୦ ବର୍ଷ ଧରି ଚୀନ୍ ସରକାର ଏଭଳି କରିଆସୁଛି। ତିବ୍ଦତ ଏହା ଦ୍ବାରା ଅଧିକ ପ୍ରଭାବିତ ହେଉଛି। ଯଦି ଅନ୍ତର୍ଜାତୀୟ ସମ୍ପ୍ରଦାୟ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି, ତେବେ ତିବ୍ଦତରେ ଯାହା ଘଟିଛି ତାହା ଅନ୍ୟତ୍ର ମଧ୍ୟ ଘଟିବା ଆଶଙ୍କା ରହିଛି। ଜାତିସଂଘର ହସ୍ତକ୍ଷେପକୁ ସ୍ୱାଗତ କରି ସେ କହିଛନ୍ତି, ଏହି ରିପୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଛି। ତିବ୍ଦତର ଐତିହ୍ୟ ଏକ ହଜାର ବର୍ଷରୁ ଅଧିକ ପୁରୁଣା । ବର୍ତ୍ତମାନ ଏହା ବିଲୁପ୍ତ ହେବା ଦ୍ୱାରରେ। ଏପରି ସାଂସ୍କୃତିକ ଧ୍ୱଂସ ଯେପରି ଆଉ କେବେ ନ ଘଟିବ ତାହା ନିଶ୍ଚିତ କରିବା ପାଇଁ ଜାତିସଂଘ ଓ ବିଶ୍ୱ ସମୁଦାୟ ଠୋସ୍ ପଦକ୍ଷେପ ନେବା ଜରୁରୀ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe