Cold Daringibadi: ଦାରିଙ୍ଗବାଡ଼ିରେ ତାପମାତ୍ର ହ୍ରାସ ପାଇବା ସହ ବୃଦ୍ଧି ପାଉଛି ଥଣ୍ଡା

ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ କିଛି ଦିନ ହେଲା  କ୍ରମାଗତ ଭାବେ ତାପମାତ୍ର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏହା ଫଳରେ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ Cold ସହ ଶୀତ ବୃଦ୍ଧି ପାଉଛି।

Untitled-9

Cold at daringibadi Photograph: (sambad.in)

ଦାରିଙ୍ଗବାଡ଼ି. ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ କିଛି ଦିନ ହେଲା  କ୍ରମାଗତ ଭାବେ ତାପମାତ୍ର ହ୍ରାସ ପାଉଥିବା ଦେଖିବାକୁ ମିଳିଛି। ଏହା ଫଳରେ ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଥଣ୍ଡା ସହ ଶୀତ ବୃଦ୍ଧି ପାଉଛି।

ଦାରିଙ୍ଗବାଡ଼ିରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି

ବ୍ଳକ ତାପମାତ୍ରା ସୂଚନା କେନ୍ଦ୍ରରୁ ପ୍ରକାଶ, ୬ ତାରିଖରେ ୧୫ ଡିଗ୍ରୀ ସେଲସିୟସ ଥିବା ବେଳେ ୭ ତାରିଖରେ ଏହା ୨ ଡିଗ୍ରୀ ସେଲସିୟସ ହ୍ରାସ ପାଇ ୧୩ ଡିଗ୍ରୀ ସେଲସିୟସ ହୋଇଥିଲା। ସେହିପରି ୮ ତାରିଖରେ ୧ ଡିଗ୍ରୀ ସେଲସିୟସ ହ୍ରାସ ପାଇ ୧୨ ଡିଗ୍ରୀ ସେଲସିୟସ ଓ ଆଜି ୯ ତାରିଖରେ ପୁଣି ୧ ଡିଗ୍ରୀ ସେଲସିୟସ ହ୍ରାସ ପାଇ ୧୧ ଡିଗ୍ରୀ ସେଲସିୟରେ ପହଁଚିଛି। ଦାରିଙ୍ଗବାଡ଼ିରେ ଥଣ୍ଡା ଓ ଶୀତ ବୃଦ୍ଧି ପାଇଥିବାରୁ ଏହାର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଛି। ତାସହିତ ବ୍ଳକ ଅଞ୍ଚଳରେ ଶୀତ ଆସିଥିବାରୁ ଲୋକଙ୍କ ପୋଷାକ ପରିଧାନରେ ପରିବର୍ତ୍ତନ ହୋଇ ଶୀତବସ୍ତ୍ର ବ୍ୟବହାର ଆରମ୍ଭ ହେବା ସହ ପ୍ରଭାତ ଭ୍ରମଣ, ଯୁବଗୋଷ୍ଠୀ ବ୍ୟାୟାମ କରିବା ପାଇଁ ପଡ଼ିଆ ଓ ରାସ୍ତାରେ ସଂଖ୍ୟା ବୃଦ୍ଧି ପାଇଛି। ଏହା ସହିତ ଶୀତବସ୍ତ୍ର ବିକ୍ରି ଉଠା ଦୋକାନ ଖୋଲିଛି। ଚା ଦୋକାନରେ ସକାଳ ଓ ସନ୍ଧ୍ୟାରେ ଭିଡ଼ ଦେଖିବାକୁ ମିଳୁଛି।

ଆହୁରି ପଢ଼ନ୍ତୁ: Accident 2 Death: ପ୍ରାତଃଭ୍ରମଣ କରୁଥିବା ବୃଦ୍ଧଙ୍କୁ ଧକ୍କା ଦେଲା ବାଇକ୍, ବୃଦ୍ଧଙ୍କ ସହ ବାଇକ ଚାଳକ ମୃତ

ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଫୁଲବାଣୀ, କୋରାପୁଟ ଭଳି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ପର୍ଯ୍ୟନ୍ତ କମିବାକୁ ଥିବା ବେଳେ ସୁନ୍ଦରଗଡ଼, ରାଉରକେଲା, କେନ୍ଦୁଝରଗଡ଼, ଅନୁଗୁଳ, ଢେଙ୍କାନାଳରେ ପାରଦ ୧୬ ଡିଗ୍ରିକୁ ଖସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। 

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’

ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରି ରହିଥିଲା। ଫୁଲବାଣୀରେ ୧୪, କୋରାପୁଟରେ ୧୫.୪, ରାଉରକେଲାରେ ୧୬.୨, ଝାରସୁଗୁଡ଼ା ଓ କେନ୍ଦୁଝରରେ ୧୬.୮, ଢେଙ୍କାନାଳରେ ୧୭, ଅନୁଗୁଳରେ ୧୭.୮, ନବରଙ୍ଗପୁରରେ ୧୮.୫, ସୁନ୍ଦରଗଡ଼ରେ ୧୮.୬ ଡିଗ୍ରି ଥିଲା। ଭୁବନେଶ୍ବର ଓ କଟକ ସହରର ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇ ୧୯ ଡିଗ୍ରି ଉପରକୁ ଚାଲିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe