Cold Wave Bonai: ବଣାଇଁ ଉପଖଣ୍ଡରେ ଶୀତ ଲହରି

ବଣାଇଁ ଅଞ୍ଚଳରେ ପ୍ରବଳ cold wave ହେଉଥିବା ଦେଖାଦେଇଛି। ଏହା ସହିତ ବଣାଇଁ ସମେତ ଗୁରୁଣ୍ଡିଆ, ଲହୁଣୀପଡା ଓ କୋଇଡା ଅଞ୍ଚଳରେ ସକାଳ ସମୟରେ ଘରୁ ବାହାରି ଅସମ୍ଭବ ହୋଇ ପଡିଥିବା ଜଣାପଡିଛି।

COLD WAVE AT BONAI

cold wave at bonai Photograph: (Sambad.in)

ବଣାଇଁଗଡ଼: ଗତ କିଛି ଦିନ ଧରି ଆରମ୍ଭ ହୋଇଗଲାଣି ପ୍ରବଳ ଶୀତ l ବଣାଇଁ ଅଞ୍ଚଳରେ ପ୍ରବଳ ଶୀତ ଲହରି ହେଉଥିବା ଦେଖାଦେଇଛି। ଏହା ସହିତ ବଣାଇଁ ସମେତ ଗୁରୁଣ୍ଡିଆ, ଲହୁଣୀପଡା ଓ କୋଇଡା ଅଞ୍ଚଳରେ ସକାଳ ସମୟରେ ଘରୁ ବାହାରି ବଡ ଅସମ୍ଭବ ହୋଇ ପଡିଥିବା ଜଣାପଡିଛି। ବିଶେଷ କରି ମଧ୍ୟ ରାତ୍ରୀରୁ ସକାଳ ୭ ଟା ପର୍ଯ୍ୟନ୍ତ ଶୀତର ପ୍ରକୋପ ଅଧିକ ପରିମାଣର ରହୁଛି। ଏହି ସମୟରେ ବିଶେଷ କରି ଭୋର୍ ୪ଟା ରୁ ଦିନ ୭ଟା ପର୍ଯ୍ୟନ୍ତ କୁହୁଡି ମଜା ନେଉଥିବା ବେଳେ ଏପଟେ ଶୀତର ପ୍ରକୋପ ଜାରି ରହିଛି । ଏହି ସମୟରେ ଲୋକେ ଶୀତରୁ ରକ୍ଷା ପାଇବା ପାଇଁ ଯୁବକ ଓ ବୃଦ୍ଧ ବ୍ୟୟାମର ମଜା ନେଉଥିବା ବେଳେ ପିଲା ଯୁବକ କଣ ବୃଦ୍ଧ ବୃଦ୍ଧା ନିଆଁ ଲଗାଇ ବସି ରହୁଥିବା ବେଳେ ଚାହା ଦୋକାନରେ ଭିଡ଼ ଲାଗି ରହୁଛି।

ଘରୁ ବାହାରିବା ବଡ଼ କଷ୍ଟକର 

ଏହି ଶୀତ ଧାଉରୁ ରକ୍ଷା ପାଇଁ ବିଶେଷ କରି ଶୀତ ବସ୍ତ୍ର ପିନ୍ଧୁଥିବା ଦେଖିବାକୁ ମିଳିଛି। ବାରସୁଆଁ ଓ ଟେନସା ଅଞ୍ଚଳରେ କହିବା କଥା ନୂହେଁ ସେଠି ଦିନ କଣ ରାତି ଶୀତ ଋତୁ ଆସିଲା ମାତ୍ର ହାଡ଼ଭଙ୍ଗା ଶୀତ ହେଉଥିବାବେଳେ ଲୋକେ ଘରୁ ବାହାରିବା ବଡ଼ କଷ୍ଟକର ହୋଇପଡିଥାଏ।

ଆହୁରି ପଢ଼ନ୍ତୁ:Chief Minister gives strong words: ଜିଲ୍ଲାପାଳ, ଏସ୍‌ପିଙ୍କୁ କଡ଼ା କଥା ଶୁଣାଇଲେ ମୁଖ୍ୟମନ୍ତ୍ରୀ: ‘ଦୁର୍ନୀତିକୁ ବରଦାସ୍ତ କରିବିନି’

ଗତକାଲି ସକାଳୁ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଥିବା ବେଳେ କଳାହାଣ୍ଡିରେ ବି ହାଲୁକା କୁହୁଡ଼ି ରହିଥିଲା। ଅନ୍ୟପଟେ ଅନୁଗୁଳରେ ଭୀଷଣ ଶୀତ ଲହରି ଅନୁଭୂତ ହୋଇଛି। ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୬ରୁ ୮ ଡିଗ୍ରି ପର୍ଯ୍ୟନ୍ତ ଖସିଥିବା ‌ବେଳେ ଉପକୂଳ ଓଡ଼ିଶାର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରି ଓ ଆଭ୍ୟନ୍ତରୀଣ ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିଛି। ଏବେ ଏହି ତାପମାତ୍ରାରେ ବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି। ଆଜି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ଆକାଶ ନିର୍ମଳ ରହିବ। ସର୍ବାଧିକ ଦିନ ତାପମାତ୍ରା ୩୦ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୫ ଡିଗ୍ରି ମଧ୍ୟରେ ରହିବ।

ଆହୁରି ପଢ଼ନ୍ତୁ: What is Debt/Equity Swap: ଡେଟ୍‌/ ଇକ୍ବିଟି ସ୍ବାପ୍‌ କ’ଣ?

ଗତ କିଛିଦିନ ହେଲା ରାଜ୍ୟରେ ପାରଦ ନିମ୍ନଗାମୀ ହେବାରେ ଲାଗିଥିଲା। ଏବେଠାରୁ ଏଥିରେ ବ୍ରେକ୍‌ ଲାଗିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଆସନ୍ତା ୨ ଦିନରେ ରାଜ୍ୟରେ ପାରଦ ସ୍ତର ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରାଯାଉଛି। ସୋମବାର ରାତିରେ ରାଜ୍ୟର ୧୦ ସହରର ତାପମାତ୍ରା ୧୨ ଡିଗ୍ରି ତଳକୁ ଖସିଥିବା ବେଳେ ଦାରିଙ୍ଗିବାଡ଼ି ଓ ଫୁଲବାଣୀର ସର୍ବନିମ୍ନ ରାତ୍ରି ତାପମାତ୍ରା ଅଳ୍ପ ବଢ଼ି ୮ ଡିଗ୍ରିରେ ପହଞ୍ଚିଥିଲା। ତଥାପି ଜାଡ଼ରେ ଥରିଥିଲା ଅଧା ରାଜ୍ୟ। ଅନୁଗୁଳର ରାତି ତାପମାତ୍ରା ୯.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ଥିଲା ୧୦.୧ ଡିଗ୍ରି, ଭବାନୀପାଟଣାରେ ୧୦.୪ ଡିଗ୍ରି, ନବରଙ୍ଗପୁରରେ ୧୧ ଡିଗ୍ରି, କୋରାପୁଟ ଓ ରାଉରକେଲାରେ ୧୧.୫ ଡିଗ୍ରି, ବଲାଙ୍ଗୀରରେ ୧୧.୮ ଡିଗ୍ରି ଓ ସୁନ୍ଦରଗଡ଼ରେ ୧୨ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଥିଲା। ମଙ୍ଗଳବାର ରାତିରୁ ରାଜ୍ୟର ରାତି ତାପମାତ୍ରାରେ ବୃଦ୍ଧି ଦେଖାଯିବ। ଶୀତ ଲହରି ପ୍ରବାହ କମିବ। ଫଳରେ ରାଜ୍ୟବାସୀ ଶୀତରୁ ସାମାନ୍ୟ ଆଶ୍ବସ୍ତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe