Cold wave in the state Photograph: (sambad.in)
ଭୁବନେଶ୍ବର: ଓଡ଼ିଶାରେ ଶୀତ ଲହରି ଜାରି ରହିଛି। ବିଭିନ୍ନ ସ୍ଥାନରେ ତୁଷାରପାତ ହେଉଥିବାର ଖବର ମିଳିଛି। ଘୁ.ଉଦୟଗିରି ଅଞ୍ଚଳରେ ଦ୍ୱିତୀୟ ଦିନ ପୁଣି ୩.୧ ଡିଗ୍ରି ତାପମାତ୍ରା ରେକର୍ଡ଼ କରାଯାଇଛି।
ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରିରୁ ନାହିଁ ନିସ୍ତାର
ଏଣେ ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଆଡେ ହାଡ଼ଭଙ୍ଗା ଶୀତ । କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ରେକର୍ଡ କରାଯାଇଛି । କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ଡିଗ୍ରି ରେକର୍ଡ କରାଯାଇଛି । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରିରୁ ନାହିଁ ନିସ୍ତାର ।
ଆହୁରି ପଢ଼ନ୍ତୁ: Fire Balianta ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ: ଜଳିଗଲା ୬ ଗାଡ଼ି, ୪ ଦୋକାନ ଓ ଘର
ପାହାଡିଆ ଅଞ୍ଚଳରେ ୫ ଡିଗ୍ରି ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । ଜାତୀୟ ରାଜପଥରେ କୁହୁଡ଼ିର ପ୍ରଭାବ, ଜନଜୀବନ ଅସ୍ତବ୍ୟସ୍ତ । ଝାରସୁଗୁଡ଼ାରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ସକାଳ ୫ଟା ୩୦ ସୁଦ୍ଧା ଏଠାରେ ତାପମାତ୍ରା ୮.୮ ଡିଗ୍ରି ରେକର୍ଡ କରାଯାଇଛି ।
ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରି ସହରରେ ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତ ଜାରି ରହିଛି। ଫଳରେ ଅଞ୍ଚଳବାସୀ ଅସ୍ତବ୍ୟସ୍ତ ହେଉଛନ୍ତି। ଜାଡ଼ ଓ ଥଣ୍ଡା ସହ କୋହଲା ପବନ ଯୋଗୁଁ ସନ୍ଧ୍ୟା ପୂର୍ବରୁ ସହରର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ସମ୍ପ୍ରସାରଣ କେନ୍ଦ୍ରର ସୂଚନା ଅନୁସାରେ ଆଜି ସକାଳ ସୁଦ୍ଧା ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରି ସେଲସିୟସ ରହିଥିବା ବେଳେ ଫୁଲବାଣୀ ୫.୫ ଡିଗ୍ରି ଦାରିଙ୍ଗବାଡ଼ି ରେ ୫.୬ ଡିଗ୍ରୀ ରହିଥିବା ରେକର୍ଡ଼ ହୋଇଥିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: Pakistan Brings Back Sanskrit: ବିଭାଜନ ପରେ ପ୍ରଥମ ଥର ପିଲାଙ୍କୁ ପଢ଼ାଯିବ ସଂସ୍କୃତ, ଖୁବଶୀଘ୍ର ଗୀତା-ମହାଭାରତ ବିଷୟରେ ପଢ଼ିବେ ପାକିସ୍ତାନୀ
ଗୁରୁବାର ତାପମାତ୍ରା ୪ ଡିଗ୍ରି ସେଲସିୟସ ରହିଥିଲା। ପ୍ରତିଦିନ ପାରଦ ତଳମୁହାଁ ହେଉଥିବା ବେଳେ ଆଭ୍ୟନ୍ତରୀଣ ଅଞ୍ଚଳରେ ତୁଷାରପାତ ହେଉଥିବା ନେଇ ଅଞ୍ଚଳବାସୀ କହୁଛନ୍ତି। ଅତ୍ୟଧିକ ଜାଡ଼ ଥଣ୍ଡା ଯୋଗୁଁ ସକାଳ ୧୦ ଘଣ୍ଟିକା ଯାଏଁ ଘରୁ ବାହାରିବା ମୁସ୍କିଲ୍ ହେଉଛି। କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରିରେ ଆଜି ସର୍ବନିମ୍ନ ତାପମାତ୍ରା ରହିଥିବା ବେଳେ ପ୍ରବଳ ଥଣ୍ଡା ଯୋଗୁଁ ମଣିଷ ଠାରୁ ଆରମ୍ଭ କରି ପଶୁ ପର୍ଯ୍ୟନ୍ତ ପ୍ରଭାବିତ।ଏଠାରେ ବର୍ଷ ବର୍ଷ ଧରି ଶୀତ ରୁତୁ ରେ ଏମିତି ଥଣ୍ଡା ହେବାର ନଜିର୍ ରହିଛି କିନ୍ତୁ ତାପ ମାପକ ଯନ୍ତ୍ର ନଥିବା ଯୋଗୁଁ ପୂର୍ବରୁ ଏଠାକାର ଶୀତ ଦିନେ ତାପମାତ୍ରା ଲୋକ ଲୋଚନକୁ ଆସିପାରୁନଥିଲା।
Follow Us