ଭୁବନେଶ୍ବର: ପ୍ରବାସୀ ଭାରତୀୟ ଦିବସ-୨୦୨୫ ଅବସରରେ ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରବାସୀ ଓଡ଼ିଆମାନଙ୍କୁ ଭେଟିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ସାମଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ସୂଚନା ପ୍ରଦାନ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ସାଧାରଣ ଲୋକ ବୁଲିପାରିବେ ପ୍ରବାସୀ ଭାରତୀୟ ଦିବସର ଗ୍ୟାଲେରି: ପ୍ରଭାତୀ
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରବାସୀ ଓଡ଼ିଆଙ୍କ ସହ ସ୍ଵତନ୍ତ୍ର ସାକ୍ଷାତକାର କାର୍ଯ୍ୟକ୍ରମରେ ଯୋଗଦେଇଛି। ବହୁ ଦୂରରୁ ଆସି ଏଭଳି ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାରୁ ସମସ୍ତ ପ୍ରବାସୀ ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ଧନ୍ୟବାଦ ଜଣାଉଛି। ନୂଆ ସରକାର ଆସିବା ପରେ ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ-୨୦୨୫ ଭଳି ଏକ ଭବ୍ୟ ଏବଂ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଏକ ଅପୂର୍ବ ସୁଯୋଗ ଆମକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ବିକଶିତ ଭାରତ ନିର୍ମାଣରେ ପ୍ରବାସୀ ଭାରତୀୟଙ୍କ ସହଯୋଗ ଜରୁରୀ: ରାଷ୍ଟ୍ରପତି
ଏହି ଖବର ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ
ଏହା ପୂର୍ବରୁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀରେ ଯୋଗ ଦେଇ ମାର୍ଗଦର୍ଶନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନିଜର ସୋସିଆଲ ମିଡିଆ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଆପଣଙ୍କ ଗାରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଆହୁରି ସଫଳ ଏବଂ ସ୍ବତନ୍ତ୍ର କରିପାରିଛି। ଆପଣଙ୍କ ମାର୍ଗଦର୍ଶନ ସମସ୍ତ ପ୍ରବାସୀ ଭାରତୀୟଙ୍କ ମନରେ ନୂଆ ଆଶା, ଉତ୍ସାହ ଏବଂ ଉଦ୍ଦୀପନା ଭରିଦେବା ସହ ‘ବିକଶିତ ଭାରତ’ ନିର୍ମାଣ ପାଇଁ ଅନୁପ୍ରାଣିତ କରିଛି। ଏଥିପାଇଁ ବ୍ୟକ୍ତିଗତ ଭାବେ ଆପଣଙ୍କୁ କୃତଜ୍ଞତା ଜଣାଉଛି।
ଏହି ଖବର ପଢ଼ନ୍ତୁ: କର୍କଟ ରୋଗରେ ପୀଡ଼ିତ ଥିବା ସମାଜବାଦୀ ପାର୍ଟି ନେତା ହାରିଲେ ଜୀବନ
Follow Us