tension at ugit Photograph: (sambad.in)
ରାୟଗଡା: ରାୟଗଡା ସ୍ଥିତ ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଜଣେ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣି ଧାରଣାରେ ଆଜି ବସିଛନ୍ତି ଛାତ୍ରଛାତ୍ରୀ I ଅନୁଷ୍ଠାନ ଆଗରେ ଧାରଣାରେ ବସି ଛାତ୍ରଛାତ୍ରୀମାନେ ନ୍ୟାୟ ଦିଆଯାଉ ବୋଲି ନାରାବାଜି କରୁଥିବା ଦେଖିବାକୁ ମିଳିଛି I ପ୍ରଥମ ସେମିଷ୍ଟାର ଛାତ୍ରୀଙ୍କୁ ଗଣିତ ବିଭାଗ ପକ୍ଷରୁ ଅଧ୍ଯାପକ ପ୍ରଦୀପ ତ୍ରିପାଠୀ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲାI ଇଣ୍ଟରନାଲ କମିଟିର ଯାଞ୍ଚ୍ ପରେ ବି କାର୍ଯ୍ଯାନୁଷ୍ଠାନ ହୋଇନଥିଲା ବୋଲି ଛାତ୍ରଛାତ୍ରୀମାନେ ଅଭଯୋଗ କରିଛନ୍ତି I ଗତ ୨୫ ତାରିଖରେ ଅଧ୍ୟାପକ ଜଣଙ୍କ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ନେଇ ଅଧ୍ୟକ୍ଷଙ୍କୁ ଅଭିଯୋଗ ହୋଇଥିଲା I ପୂର୍ବରୁ ମଧ୍ୟ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ହୋଇଥିବା ଜଣେ ଛାତ୍ର ପ୍ରକାଶ କରିଛନ୍ତି I ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ I
ଘଟଣା ସ୍ଥଳରେ ପହଞ୍ଚିଲା ରାୟଗଡା ପୁଲିସ
ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଲା ପରେ ରାୟଗଡା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା I ଏପରିକି ଛାତ୍ରଛାତ୍ରୀମାନେ ଅନୁଷ୍ଠାନର ଫାଟକ ବନ୍ଦ କରି ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଛନ୍ତି I ରାୟଗଡା ଏସ ଡି ପି ଓ ଗୌରହରି ସାହୁ ଓ ଆଇ ଆଇ ସି ପ୍ରସନ୍ନ କୁମାର ବେହେରା ଉତ୍ତେଜିତ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରୁଛନ୍ତି I ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଦ ଧରି ଫାଟକ ସମ୍ମୁଖରେ ବସିଛନ୍ତି I
ଆହୁରି ପଢ଼ନ୍ତୁ: Run For Unity Chief Minister: ରାଜଧାନୀରେ ଏକତା ଦୌଡ଼: ଦୌଡ଼ିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଆହୁରି ପଢ଼ନ୍ତୁ: CM Mohan Charan Majhi Surprise Visit: ଅଚାନକ ରାଜୀବ ଭବନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜଳ ସମ୍ପଦର ସମୀକ୍ଷା କଲେ
Crime
/sambad/media/agency_attachments/2024-07-24t043029592z-sambad-original.webp) 
   Follow Us
 Follow Us/sambad/media/media_files/2025/10/31/ugit-2025-10-31-12-28-12.png)