ଭୁବନେଶ୍ବର: ବର୍ଦ୍ଧିତ ଦରମାକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବୟାନକୁ ନେଇ ରାଜନୀତି ତେଜିଛି। ଏହାକୁ ନେଇ ଉଭୟ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି। ବିରୋଧୀ ଦଳ ନେତାଙ୍କୁ କଟାକ୍ଷ କରି ଉପମୁଖ୍ୟ ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନବୀନଙ୍କ ବର୍ଦ୍ଧିତ ଦରମା ନ ନେବା କିଛି ନୁହେଁ ବରଂ ରାଜନୈତିକ ଗୋଟି ଚାଳନା । ସେ ଆହୁରି କହିଛନ୍ତି, ବିରୋଧୀ ଦଳ ନେତାଙ୍କ ପାଖରେ ବିଧାନସଭାରେ କହିବାର ସୁଯୋଗ ଥିଲା। ସେ କାହିଁକି ଆସିଲେନି ଓ ନିଜର ମତ ବିଧାନସଭାରେ ରଖିଲେନି।
ତେଣେଏହି ପ୍ରସଙ୍ଗରେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ନବୀନ ବାବୁ ବହୁତ ଧନୀ ଲୋକ । ତାଙ୍କର ଦରମାର ଆବଶ୍ୟକତା ନାହିଁ । ଏସବୁ ଡ୍ରାମା । ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି। ଯଦି ବର୍ଦ୍ଧିତ ଦରମାକୁ ନେଇ ବିରୋଧୀ ଦଳ ଗୃହରେ ବିରୋଧ କରିଥାନ୍ତେ, ତେବେ ସରକାରୀ ଦଳ ଏହାକୁ ପ୍ରତ୍ୟାହାର କରିଥାନ୍ତେ। କିନ୍ତୁ ତାହା ନ କରି ନବୀନ ଯେଉଁ କଥା କହୁଛନ୍ତି, ତାହାକୁ କେହି ଠିକ୍ ଢଙ୍ଗରେ ଗ୍ରହଣ କରିବେନି।
ବିରୋଧୀ ଦଳ ନେତାଙ୍କ ଦରମା ନେବାର ନ ଥିଲା କାହିଁକି ବିଧାନସଭାରେ ବିଲକୁ ବିଜେଡି ସମର୍ଥନ କଲା
ଅନ୍ୟପଟେ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନ ନେବା ବିଜେଡିର ଦୋମୁଁହା ନୀତି ବୋଲି ସମାଲୋଚନା କରି କଂଗ୍ରେସ ନେତା ପବିତ୍ର ସାଉଁନ୍ତା କହିଛନ୍ତି ଯଦି ବିରୋଧୀ ଦଳ ନେତାଙ୍କ ଦରମା ନେବାର ନ ଥିଲା କାହିଁକି ବିଧାନସଭାରେ ବିଲକୁ ବିଜେଡି ସମର୍ଥନ କଲା।
ଯେତେବେଳେ ବିଧାନସଭାରେ ବିଲ୍ ପାରିତ ହେଉଥିଲା, ସେତେବେଳେ ବିଜେଡି ଦଳର ସବୁ ସଦସ୍ୟ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ସମସ୍ତେ ଉପସ୍ଥିତ ରହି ଦରମା ବୃଦ୍ଧି ବିଲକୁ ସମର୍ଥନ କରିଥିଲେ। ହେଲେ ଏବେ ପଲିଟିକାଲ୍ ଷ୍ଟଣ୍ଟ ପାଇଁ ବିରୋଧୀ ଦଳ ନେତା ବର୍ଦ୍ଧିତ ଦରମା ନେବି ନାହିଁ ବୋଲି କହୁଛନ୍ତି ।
ଆହୁରି ପଢ଼ନ୍ତୁ:Wife Kills Husband ନିଜ ମଥାର ସିନ୍ଦୂର ପୋଛିଲା ନିଜେ, ସ୍ଵାମୀକୁ ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
କଂଗ୍ରେସ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ, ନବୀନଙ୍କ ପାଖରେ ଅପର୍ଯ୍ୟାପ୍ତ ସମ୍ପତ୍ତି ଅଛି। ସେ ୨୪ ବର୍ଷର ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପା ମଧ୍ୟ ମୁଖ୍ୟମନ୍ତ୍ରୀ ଥିଲେ। ତେଣୁ ସେହି କାରଣରୁ ସେ ଦରମା ନେଇ ନ ପାରନ୍ତି। ପୂର୍ବତନ ବିଧାୟକମାନେ ଯେଉଁ ସମସ୍ୟାରେ ବଞ୍ଚୁଥିଲେ ସେମାନଙ୍କ ପାଇଁ ଏହା ଏକ ବରଦାନ ସଦୃଶ । ନବୀନ ବାବୁ ଦୋମୁହାଁ ନୀତି ନ କରି ଯାହା ସରକାର କରିଛନ୍ତି ତାକୁ ସ୍ୱାଗତ କଲେ ଭଲ ହେବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ପବିତ୍ର ସାଉଁତା । ଗୋଟିଏ ପଟେ ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନେବି ନାହିଁ କହୁଛନ୍ତି ହେଲେ ତାଙ୍କ ଦଳ ବିଲକୁ ସମର୍ଥନ ଦେଇଛି। ତାଙ୍କ ଦଳର ନେତା କହୁଛନ୍ତି ଦରମା ବଢ଼ିବା ଠିକ୍ ହୋଇଛି। ତାଙ୍କ ଦଳ ଭିତରେ ଏହାକୁ ନେଇ ମିସ୍ କମ୍ୟୁନିକେସନ୍ ରହୁଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ।
ଆହୁରି ପଢ଼ନ୍ତୁ:"Mamata Should Be Arrested":ମେସିଙ୍କୁ ନେଇ ହଙ୍ଗାମା: ମମତାଙ୍କୁ ଗିରଫ କରାଯାଉ ବୋଲି କହିଲେ ହିମନ୍ତ
ସୂଚନାଯୋଗ୍ୟ, ବିଧାୟକଙ୍କର ବହୁଦିନର ଦାବି ନିକଟରେ ଶେଷ ହୋଇଥିବା ଶୀତକାଳୀନ ଅଧିବେଶନରେ ପୂରଣ ହୋଇଛି। ସେମାନଙ୍କ ଦରମା ଓ ଭତ୍ତା ବୃଦ୍ଧି କରାଯାଇଛି। ଏକାଥରେ ଅଢ଼େଇ ଗୁଣରୁ ଅଧିକ ବଢ଼ିଛି। ପୂର୍ବତନ ବିଧାୟକଙ୍କ ପେନ୍ସନରେ ବି ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତୀୟ ତିନିଟି ପୃଥକ୍ ବିଲ୍ ବିଧାନସଭାରେ ପାରିତ ହୋଇଛି। ୨୦୨୪ ଜୁନ୍ ମାସରୁ ଏହି ବର୍ଦ୍ଧିତ ଦରମା ଲାଗୁ ହେବ। ଏଣିକି ପ୍ରତି ପାଞ୍ଚ ବର୍ଷରେ ବିଧାୟକଙ୍କ ଦରମା ସ୍ବାଭାବିକ ଭାବେ ବୃଦ୍ଧି ହେବ। ଆଉ ବିଧାନସଭାରେ ବିଲ୍ ଆଣିବାକୁ ପଡ଼ିବ ନାହିଁ। ଶେଷ ଥର ପାଇଁ ୨୦୧୭ ମସିହାରେ ବିଧାୟକଙ୍କ ଦରମା ସଂଶୋଧିତ ହୋଇଥିଲା। ୨୦୧୭ ମସିହା ସଂଶୋଧନ ପରେ ବିଧାୟକମାନେ ମୂଳଦରମା ବାବଦକୁ ମାସିକ ୩୫ ହଜାର ଟଙ୍କା ପାଉଥିଲେ। ତେବେ ଭତ୍ତା ମିଶାଇଲେ ତାହା ମାସିକ ପାଖାପାଖି ଏକ ଲକ୍ଷ ଟଙ୍କା ହେଉଥିଲା। ଏବେ ସଂଶୋଧନ କରାଯାଇ ମୂଳ ଦରମାକୁ ମାସିକ ୯୦ ହଜାର ଟଙ୍କା କରାଯାଇଛି। ଅନ୍ୟାନ୍ୟ ଭତ୍ତା ମିଶାଇଲେ ମାସିକ ମୋଟ୍ ୩.୪୫ ଲକ୍ଷ ଟଙ୍କା ମିଳିବ। ଏହା ବାଦ୍ ସେମାନେ ବିଧାନସଭା ଅଧିବେଶନ ଓ ଷ୍ଟାଣ୍ଡିଂ କମିଟି ବୈଠକରେ ଯୋଗ ଦେବା ପାଇଁ ସିଟିଂ ଆଲାଉନ୍ସ ମଧ୍ୟ ପାଇବେ। ଭତ୍ତା ମଧ୍ୟରେ ଅଛି ନିର୍ବାଚନମଣ୍ଡଳୀ ଭତ୍ତା ୭୫ ହଜାର, ଯାତାୟାତ ଭତ୍ତା ୫୦ ହଜାର, ପତ୍ରପତ୍ରିକା ପାଇଁ ୧୦ ହଜାର, ବିଦ୍ୟୁତ୍ ବିଲ୍ ୨୦ ହଜାର, ବ୍ୟକ୍ତିଗତ ଗସ୍ତ ଭତ୍ତା ୫୦ ହଜାର, ଚିକିତ୍ସା ଭତ୍ତା ୩୫ ହଜାର ଓ ଟେଲିଫୋନ୍ ଭତ୍ତା ୧୫ ହଜାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/14/nn-2025-12-14-15-01-06.jpg)