ପାରଳାଖେମୁଣ୍ଡି: ଠିକାଦାରଙ୍କ ମାନମାନି ପାଇଁ କଷ୍ଟ ଭୋଗୁଛନ୍ତି ଛାତ୍ରଛାତ୍ରୀ। ବର୍ଷ  ବର୍ଷ ଧରି ଅଧପନ୍ତରିଆ ଭାବରେ ପଡ଼ିରହିଛି ବିଦ୍ୟାଳୟର କୋଠା ନିର୍ମାଣ କାର୍ଯ୍ୟ, କୋଠଘରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଗୋଟିଏ ଗୃହରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଏକା ସାଙ୍ଗେ ବସି ପାଠ ପଢ଼ୁଛନ୍ତି । ଏଭଳି ସ୍ଥିତି ରହିଛି ଗୋସାଣି ବ୍ଲକ ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ। ଆଖପାଖ ଅଞ୍ଚଳର ତିନୋଟି ବିଦ୍ୟାଳୟକୁ ମିଶ୍ରଣ କରି ବିଭାଗ ଗୋଟିଏ ବିଦ୍ୟାଳୟ କରିଥିଲା।  

Advertisment

ବହୁ ପୁରୁଣା କୋଠା ହୋଇଥିବାରୁ ପୁନଃ ନିର୍ମାଣ ସକାଶେ ସେହି କୋଠାକୁ ଦୁଇବର୍ଷ ତଳେ ଭାଙ୍ଗି ଦିଆଯାଇଥିଲା କିନ୍ତୁ ନିର୍ମାଣ ଦାୟିତ୍ବ ନେଇଥିବା ଠିକାଦାର ଗୋଟିଏ ବର୍ଷ ପରେ ବି କେବଳ ପିଲର ଉଠାଇ ଛାଡ଼ିଦେଇଛି। ଫଳରେ କୌଣସି ବ୍ୟବସ୍ଥା ନଥାଇ ଅନ୍ୟତ୍ର ଗାଁର ଏକ କୋଠଘରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ହେଲେ ସେଠି ଅବ୍ୟବସ୍ଥା ଭିତରେ ଚାଲିଛି ବିଦ୍ୟାଳୟ ନା ଅଛି ପାନୀୟଜଳ ବ୍ୟବସ୍ଥା ନା ଅଛି, ଖେଳ ପଡ଼ିଆ, ନାଁ ରହିଛି ଶୌଚାଳୟ, ମଧ୍ୟାହ୍ନ ଭୋଜନ ପାଇଁ ମଧ୍ୟ କୌଣସି  ରୋଷେଇ ଘରର ବ୍ୟବସ୍ଥା ନାହିଁ , ବିଦ୍ୟୁତ ଆଲୁଅ ମଧ୍ୟ ନାହିଁ। ନାହିଁ ନାହିଁ ରେ ଚାଲିଛି ବିଦ୍ୟାଳୟ।

ଆହୁରି ପଢ଼ନ୍ତୁ: 5 Critical Bomb Explosion ମକର ସଂକ୍ରାନ୍ତିରେ ଅଘଟଣ, ବାଣ ବିସ୍ଫୋରଣ ହୋଇ ୫ ଗୁରୁତର

ଅସ୍ଥାୟୀ ଭାବରେ ବିଦ୍ୟାଳୟକୁ ଚଲାଇବା ନିଷ୍ପତ୍ତି ନେଇ କର୍ତ୍ତୃପକ୍ଷ ସେଠାକୁ ସ୍ଥାନାନ୍ତର କରିଥିଲେ ମଧ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ନଥାଇ ବର୍ଷ ବର୍ଷ ହେଲା ଅବ୍ୟବସ୍ଥା ମଧ୍ୟରେ ଚାଲିଛି ବିଦ୍ୟାଳୟ। ଗୋଟିଏ କୋଠରିରେ, ଗୋଦାମ ଭଳି ମଧ୍ୟାହ୍ନ ଭୋଜନ ରୋଷେଇ ସାମଗ୍ରୀ, ବିଦ୍ୟାଳୟର ଆସବାବପତ୍ର, ଆଲମାରି ସହ ପାଠପଢ଼ା ସବୁକିଛି ଗୋଟିଏ କୋଠରିରେ। ବାରମ୍ବାର ଏନେଇ ବ୍ଳକ ଉନ୍ନୟନ ଅଧିକାରୀ ଓ ଶିକ୍ଷା ବିଭାଗକୁ ଗ୍ରାମବାସୀ ଓ ଶିକ୍ଷକଙ୍କ ପକ୍ଷରୁ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି ଗ୍ରାମବାସୀ । ଫଳରେ ଶିକ୍ଷାଦାନରେ ବାଧା ସୃଷ୍ଟି ହେବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ। 

ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ନିର୍ମାଣ କାର୍ଯ୍ୟ ଅଟକି ରହିଛି

ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ମନୋମାଳିନ୍ୟ ଯୋଗୁଁ ନିର୍ମାଣ କାର୍ଯ୍ୟ ଅଟକି ରହିଥିବା କହିଛନ୍ତି ଗ୍ରାମବାସୀ। ତେବେ ଏଣେ ଗୋଷାଣୀ ବ୍ଳକ ଶିକ୍ଷାଧିକାରୀ ସୀତାରାମ ପାତ୍ର ଏସମ୍ପର୍କରେ ସୂଚନା ପାଇ ବିଦ୍ୟାଳୟ ଗସ୍ତ କରିଥିଲେ। ସମସ୍ୟା ସମ୍ପର୍କରେ ବ୍ଳକ ଉନ୍ନୟନ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ଯଥା ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।