Couple Gave Son ଗରିବୀ ପାଇଁ ଶିଶୁପୁତ୍ରକୁ ଟେକିଦେଲେ ଦମ୍ପତି

Advertisment

ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡ଼ା ଅଞ୍ଚଳରେ ପ୍ରଫୁଲ୍ଲ ଧଡା ଓ ଗାୟତ୍ରୀ ଧଡା ନିଜର ଗରିବୀ ପାଇଁ ଜନ୍ମ କରିଥିବା ପୁଅକୁ ଭଦ୍ରକ ଅଞ୍ଚଳର ଜଣେ coupleଙ୍କୁ ଦାନ କରଥିବା ଜଣାପଡିଛି।

ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡ଼ା ଅଞ୍ଚଳରେ ପ୍ରଫୁଲ୍ଲ ଧଡା ଓ ଗାୟତ୍ରୀ ଧଡା ନିଜର ଗରିବୀ ପାଇଁ ଜନ୍ମ କରିଥିବା ପୁଅକୁ ଭଦ୍ରକ ଅଞ୍ଚଳର ଜଣେ coupleଙ୍କୁ ଦାନ କରଥିବା ଜଣାପଡିଛି।

couple gave son Photograph: (sambad.in)

ସୋର: ବାଲେଶ୍ବର ଜିଲ୍ଲା ସୋର ଥାନା ନଟାପଡ଼ା ଅଞ୍ଚଳରେ ଜଣେ ଦମ୍ପତି ନିଜର ଗରିବୀ ପାଇଁ ଜନ୍ମ କରିଥିବା ପୁଅକୁ ଭଦ୍ରକ ଅଞ୍ଚଳର ଜଣେ ଦମ୍ପତିଙ୍କୁ ଦାନ କରଥିବା ଜଣାପଡିଛି।

ସୂଚନା ଅନୁସାରେ, ନଟାପଡ଼ା ଗ୍ରାମର ସେଣ ସାହିର ପ୍ରଫୁଲ୍ଲ ଧଡା ଓ ଗାୟତ୍ରୀ ଧଡାଙ୍କ ଔରସରୁ ୫ ଜଣ ଝିଅ ଓ ଜଣେ ପୁଅ ଜନ୍ମିତ ହୋଇଥିବା ବେଳେ ଗତ ଚାରିବର୍ଷ ତଳେ ଜଣେ ଝିଅକୁ ଦାନ କରିଥିଲେ। ପରେ ଗତ ୩ ତାରିଖ ସକାଳେ ଅନ୍ୟଜଣେ ଶିଶୁ ପୁତ୍ର ଘରେ ଜନ୍ମ ହେବା ବେଳେ ଉକ୍ତ ଶିଶୁ ପୁତ୍ରକୁ ଈଶ୍ୱରପୁର ଡ଼ାକ୍ତରଖାନାକୁ ନେଇଥିଲେ।

ଆହୁରି ପଢ଼ନ୍ତୁ: BJD Meeting: ପ୍ରଫୁଲ୍ଲଙ୍କ ବୈଠକ: ବିଜେଡି ପାର୍ଟି କାର୍ଯ୍ୟାଳୟରେ କର୍ମୀ ଶୂନ୍ୟ

ଶିଶୁପୁତ୍ରକୁ ବିକ୍ରି କରିଥିବା ଅଭିଯୋଗ

ସେଠାରେ ପୂର୍ବ ପ୍ରସ୍ତୁତି ମୁତାବକ ଭଦ୍ରକ ଅଞ୍ଚଳର ଜଣେ ଦମ୍ପତିଙ୍କୁ ଦାନ ଦେଇଥିଲେ। ଏନେଇ କିଛି ଲୋକ ଶିଶୁପୁତ୍ରକୁ ବିକ୍ରି କରିଥିବା ଅଭିଯୋଗ ଆଣିଥିବା ବେଳେ ପ୍ରଫୁଲ୍ଲ ଓ ଗାୟତ୍ରୀ ନିଜ ଗରିବୀ ପାଇଁ ଶିଶୁପୁତ୍ରକୁ ଦାନ କରିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: Robbery: ମାରଣାସ୍ତ୍ର ଦେଖାଇ ବ୍ୟବସାୟୀଙ୍କ ଘରୁ ମୁଖା ପିନ୍ଧା ଦୃର୍ବୁତ୍ତ ଲୁଟିଲେ ୪ ଲକ୍ଷ ଟଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe