Go Rakshya ପୁଲିସ୍ ଧରିଲାନି, ଭଦ୍ରକରେ ଗୋଚାଲାଣ ଗାଡ଼ିକୁ ମାଡ଼ିବସିଲେ ଗୋ ରକ୍ଷକ

Advertisment

ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଛକ ନିକଟରେ ଏକ ପେଟ୍ରୋଲ tanker ଭିତରେ ବେଆଇନ ଭାବରେ ଗୋ ଚାଲାଣ ହେଉଥିବା ବେଳେ ଗାଡ଼ିକୁ ମାଡ଼ିବସିଲେ ଗୋ ରକ୍ଷକ।

ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଛକ ନିକଟରେ ଏକ ପେଟ୍ରୋଲ tanker ଭିତରେ ବେଆଇନ ଭାବରେ ଗୋ ଚାଲାଣ ହେଉଥିବା ବେଳେ ଗାଡ଼ିକୁ ମାଡ଼ିବସିଲେ ଗୋ ରକ୍ଷକ।

Untitled-9.jpg

cow loaded tanker seized by Go Rakshyaks Photograph: (sambad.in)

ଭଦ୍ରକ: ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ଭଣ୍ଡାରିପୋଖରୀ ବ୍ଲକ ବାରିକପୁର ଛକ ନିକଟରେ ଏକ ପେଟ୍ରୋଲ ଟ୍ୟାଙ୍କର ଭିତରେ ବେଆଇନ ଭାବରେ ଗୋ ଚାଲାଣ ହେଉଥିବା ବେଳେ ଗୋ ରକ୍ଷକମାନେ କୌଣସି ସୂତ୍ରରୁ ଖବର ପାଇ ମାଡ଼ି ବସିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଂଚଳର ସହ ସହ ଲୋକ ଘଟଣା ସ୍ଥାନକୁ ଆସିଯିବା ସହ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ହୋଇ ଉଠିଥିଲା।

ଗାଡ଼ିକୁ ଅଟକ ରଖି ପୁଲିସର ତଦନ୍ତ 

ଏହି ଘଟଣା ପରେ ଧାମନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେକେ ଗାଡ଼ିକୁ ଅଟକ ରଖି ତଦନ୍ତ ଆରମ୍ଭ କରୁଛି।

ଅଧିକପଢ଼ନ୍ତୁ:କାରକୁ ପିଟିଲା ମାଲବାହୀ ଟ୍ରକ୍, ପ୍ରବଚକଙ୍କର ଶୋଚନୀୟ ମୃତ୍ୟୁ

ଭଦ୍ରକରେ ମାଫିଆ ଗୋରୁ ବେପାରୀଙ୍କୁ ଧରି ପାରୁନି ପୁଲିସ। ଧରିଛନ୍ତି ସାଧାରଣ ଲୋକ । ଗୋ ମାଫିଆ ପୁଲିସ  ବାବୁଙ୍କର ରହିଛି ଭିତିରି ସମ୍ପର୍କ । ଅଭିଯୋଗ କରୁଛନ୍ତି ଲୋକେ । ଗୋ ମାଫିଆ ରାଜନ ଗିରଫ ପରେ ମଧ୍ୟ ସାବାଡ ହୋଇନାହିଁ ଭଦ୍ରକର ଗୋ ମାଫିଆ। ଗାଡ଼ି ଛାଡ଼ି ମାଫିଆ ଫେରାର । ପୁଲିସର ହାତ ଥିବା ସନ୍ଦେହ ଉପୁଜିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe