cricketer rohit sharma may set 2 records Photograph: (Sambad.in)
ରାଜକୋଟ୍ : ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ ଖେଳାଯିବ। ଏହି ମ୍ୟାଚରେ ଭାରତର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ନିକଟରେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ଶାହିଦ ଆଫ୍ରିଦିଙ୍କ କୀର୍ତ୍ତିମାନ ଭାଙ୍ଗିବାର ସୁଯୋଗ ରହିଛି। ତାହା ହେଉଛି ନ୍ୟୁଜିଲାଣ୍ଡ ବିରୋଧରେ ସର୍ବାଧିକ ଛକା ମାରିବାର କିର୍ତ୍ତିମାନ। ଏହି କୀର୍ତ୍ତିମାନଠାରୁ ମାତ୍ର ୨ଟି ଛକା ଦୂରରେ ଅଛନ୍ତି ରୋହିତ। ଆଫ୍ରିଦି ନ୍ୟୁଜିଲାଣ୍ଡ ବିରୋଧରେ ୩୮ଟି ଦିନିକିଆ ଖେଳି ୫୦ଟି ଛକା ମାରିଛନ୍ତି । ରୋହିତ ୩୨ଟି ମ୍ୟାଚ ଖେଳି ୪୯ଟି ଛକା ମାରିଛନ୍ତି । ଅର୍ଥାତ ଆଉ ଗୋଟିଏ ଛକା ମାରିଲେ ଆଫ୍ରିଦିଙ୍କ କିର୍ତ୍ତିମାନର ସମକକ୍ଷ ହେବେ ଓ ୨ଟି ଛକା ମାରିଲେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ତେବେ ନ୍ୟୁଜିଲାଣ୍ଡ ବିରୋଧରେ ସର୍ବାଧିକ ରନ କରିବାର କୀର୍ତ୍ତିମାନ ରୋହିତଙ୍କ ନାଁରେ ରହିଛି । ସେ ୩୨ଟି ମ୍ୟାଚରୁ ୧୦୯୯ ରନ କରିଛନ୍ତି ।
ମାତ୍ର ୩୮ ରନ କଲେ ଦିନିକିଆରେ ବିଶ୍ବର ୮ମ ସର୍ବାଧିକ ସ୍କୋରର ହେବେ
ରୋହିତଙ୍କ ନାଁରେ ଆଉ ଏକ କୀର୍ତ୍ତିମାନ ଅପେକ୍ଷା କରିଛି। ଆଉ ମାତ୍ର ୩୮ ରନ କଲେ ସେ ଦିନିକିଆରେ ବିଶ୍ବର ୮ମ ସର୍ବାଧିକ ସ୍କୋରର ହେବେ । ଦକ୍ଷିଣ ଆଫ୍ରିକାର ଜାକ୍ସ କାଲିସ ଏବେ ୧୧୫୭୯ ରନ ସହ ୮ମ ସ୍ଥାନରେ ଅଛନ୍ତି ଓ ତାଙ୍କଠାରୁ ମାତ୍ର ୩୭ ରନ ପଛରେ ଅଛନ୍ତି ରୋହିତ ।
ଆହୁରି ପଢ଼ନ୍ତୁ: Strike: ପ୍ରେମିକାର ଧାରଣା: ପ୍ରେମିକ ସମେତ ପରିବାର ଲୋକ ତାଲା ପକାଇ ଛୁ
Follow Us