crpf jawan shoots himself Photograph: (sambad.in)
ରାଉରକେଲା: ଲାଠିକଟା ମଟକମଝରଣ ସିଆରପିଏଫ କ୍ୟାମ୍ପରେ ଜଣେ ହାବିଲଦାର ନିଜକୁ ଗୁଲିକରି ଆତ୍ମହତ୍ୟା କରିଛନ୍ତି l ମୃତ ସିଆରପିଏଫ ଯବାନ ହେଲେ ଉତ୍ତରପ୍ରଦେଶର ସୁବାସ ପ୍ରସାଦ (୫୬)l ପାରିବାରିକ ସମସ୍ୟାରୁ ସୁବାସ ଏଭଳି ନିଷ୍ପତି ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି l
ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି ଲାଠିକଟା ପୁଲିସ
ଲାଠିକଟା ପୁଲିସ ପହଂଚି ଯବାନଙ୍କ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି l ଗତ ଅକ୍ଟୋବର ମାସରେ ମାଓବାଦୀଙ୍କ ଗତିବିଧି ବଢୁଥିବାରୁ ଲାଠିକଟା ରାମଯୋଡି ଠୁ ପ୍ରାୟ ୧୦ କିମି ଦୂର ମଟକମଝରଣରେ ସିଆରପିଏଫ କ୍ୟାମ୍ପ ପଡିଥିଲା l ସୁବାସଙ୍କୁ ସେଠାରେ ମୁତୟନ କରାଯାଇଥିଲା l ଆଜି ସକାଳେ ସୁବାସ ସର୍ଭିସବନ୍ଧୁକରୁ ନିଜକୁ ଗୁଳି କରି ଦେଇଥିଲେ l
ଆହୁରି ପଢ଼ନ୍ତୁ: Trump demands stricter restrictions: ନିର୍ବାଚନ ଜାଲିଆତି ଯୋଗୁ ବିଶ୍ବରେ ହାସ୍ୟର ପାତ୍ର ହୋଇଛି ଆମେରିକା: କଠୋର କଟକଣା ଦାବି କଲେ ଟ୍ରମ୍ପ
Follow Us