kiit sudent death Photograph: (sambad.in)
ଭୁୁବନେଶ୍ବର: କିଟ୍ରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ହଷ୍ଟେଲରୁ ମିଳିଲା ଝୁଲନ୍ତା ମୃତଦେହ । ଖବର ପାଇ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ମୃତ ଛାତ୍ରଙ୍କ ନାମ ରାହୁଲ ଯାଦବ ବୋଲି ଜଣାଯାଇଛି। ତାଙ୍କ ଘର ଛତିଶଗଡ଼ରେ ଏବଂ ସେ କଂପ୍ୟୁଟର୍ ସାଇନ୍ସ ପ୍ରଥମ ବର୍ଷର ଛାତ୍ର ଥିଲେ ବୋଲି ଜଣାଯାଇଛି।
ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ
ଗତକାଲି ରାତିରେ ଫ୍ୟାନରେ ଝୁଲି ପଡ଼ି ଜୀବନ ହାରିଥିବା କୁହାଯାଉଛି। ରାହୁଲ ଏକ ସିଙ୍ଗଲ ରୁମ୍ରେ ରହୁଥିଲେ। ଘଟଣା ସଂପର୍କରେ ମୃତକଙ୍କ ପରିବାରକୁ ସୂଚନା ଦିଆଯାଇଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ। ପୁଲିସ ତଦନ୍ତ କରିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଅ୍ରାସିବ। ତେବେ କିଟ୍ରେ ବାରମ୍ବାର ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ଅଭିଭାବକ ଓ ବୁଦ୍ଧିଜୀବୀ ମହଲରେ ଆଲୋଡ଼ନ ସୃଷ୍ଟି କରିଛି।
ସୂଚନାଯୋଗ୍ୟ, ଉକ୍ତ ବିଶ୍ବବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସର ପ୍ରଥମ ବର୍ଷର ଛାତ୍ରୀ ତ୍ରିସା ଓରଫ ଶନି(୧୮) ଗତ ମଇ ୨ ତାରିଖରେ ଆତ୍ମହତ୍ୟା କରିଥିଲେ। ଏ ନେଇ ଇନ୍ଫୋସିଟି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଘଟଣାସ୍ଥଳରୁ ମୃତ ଛାତ୍ରୀଙ୍କ ମୋବାଇଲ୍, ଲ୍ୟାପ୍ଟପ୍ ଓ କିଛି ଖାତାକୁ ଜବତ କରି ଯାଞ୍ଚ ପାଇଁ ରାଜ୍ୟ ଫରେନସିକ୍ ଲାବ୍ (ଏସ୍ଏଫ୍ଏସ୍ଏଲ୍)କୁ ପଠାଯାଇଥିଲା। ଏହି ଘଟଣାରେ ନେପାଳର ବୈଦେଶିକ ମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଥିଲେ।
ଆହୁରି ପଢ଼ନ୍ତୁ: Health Minister BJD MLA Assembly ବିଧାନସଭାରେ ବିଜେଡି ବିଧାୟକଙ୍କୁ କଡ଼ା ଜବାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ
ତ୍ରିସା ଗତ ୮ ମାସ ହେଲା କମ୍ପ୍ୟୁଟର ସାଇନ୍ସ ବିଭାଗରେ ନାମ ଲେଖାଇଥିଲେ। ୪ ମାସ ହେବ ‘କିଟ୍’ ହଷ୍ଟେଲରେ ରହୁଥିଲେ। ଚଳିତ ଗ୍ରୀଷ୍ମ ଛୁଟିରେ ନେପାଳର ସମସ୍ତ ଛାତ୍ରଛାତ୍ରୀ ଘରକୁ ଚାଲିଯାଇଥିଲେ ହେଁ କ୍ୟାମ୍ପସ୍ ପରୀକ୍ଷା ପାଇଁ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ହଷ୍ଟେଲରେ ରହିଥିଲେ। ଗୁରୁବାର ସନ୍ଧ୍ୟାରେ ତ୍ରିସାଙ୍କ ସାଙ୍ଗମାନେ ବାହାରକୁ ଯାଇଥିଲେ ହେଁ ସେ ହଷ୍ଟେଲ୍ରେ ରହିଥିଲେ। ପୁରୁଷବନ୍ଧୁଙ୍କ ସହ ପାଟିତୁଣ୍ଡ ଯୋଗୁ ସେ ମାନସିକ ଚାପରେ ଥିଲେ ବୋଲି କୁହାଯାଉଛି। ତେବେ ସନ୍ଧ୍ୟାରେ ହଷ୍ଟେଲ କର୍ମଚାରୀ ଉପସ୍ଥାନ ଯାଞ୍ଚ କରିବା ବେଳେ ତ୍ରିସା କବାଟ ଖୋଲି ନ ଥିଲେ। ବହୁ ସମୟ ଧରି କବାଟ ନ ଖୋଲିବାରୁ ସନ୍ଦେହ ବଢ଼ିଥିଲା। ଝରକା ପଟେ ସେ ଫ୍ୟାନ୍ରେ ଝୁଲୁଥିବା ଦେଖି କର୍ମଚାରୀମାନେ ପୁଲିସକୁ ଜଣାଇଥିଲେ। କେନ୍ଦ୍ରାଞ୍ଚଳ ଆର୍ଡିସି, ପୁଲିସ କମିସନର୍, ଅତିରିକ୍ତ ସିପି, ଡିସିପି, ଉପଜିଲ୍ଲାପାଳ, ଦୁଇଜଣ ଅତିରିକ୍ତ ଡିସିପି, ସ୍ଥାନୀୟ ଜୋନ୍ ଏସିପି ଓ ସାଇଣ୍ଟିଫିକ୍ ଟିମ୍ ଉପସ୍ଥିତିରେ କବାଟ ଭାଙ୍ଗି ଛାତ୍ରୀଙ୍କୁ ଉଦ୍ଧାର କରାଯାଇ କିମ୍ସ ପଠାଯାଇଥିଲା। ସେଠାରେ ଡାକ୍ତର ତ୍ରିସାଙ୍କୁ ମୃତ ଘୋଷଣା କରିଥିଲେ। ଇନ୍ଫୋସିଟି ଥାନା ପୁଲିସ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଛି। ଅନ୍ୟପକ୍ଷରେ ପୁଲିସ ହଷ୍ଟେଲ୍ କର୍ତ୍ତୃପକ୍ଷ ଓ କିଛି ସହପାଠୀଙ୍କୁ ମିଶାଇ ୧୦ ଜଣଙ୍କୁ ପଚରାଉଚରା କରିଥିଲା।
ଆହୁରି ପଢ଼ନ୍ତୁ:Bribe Samiti Member Imprisonment ଚାକିରି ସମୟରେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଇଥିଲେ, ସମିତି ସଭ୍ୟ ବେଳେ ଜେଲ ଗଲେ
ଏହି ଘଟଣାର ଅଢ଼େଇ ମାସ ତଳେ ‘କିଟ୍’ ବିଶ୍ବବିଦ୍ୟାଳୟରେ ନେପାଳର ବିଟେକ୍ ଦ୍ବିତୀୟ ବର୍ଷ ଛାତ୍ରୀ ପ୍ରକୃତି ଲାମ୍ସାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ସରକାରଙ୍କ ଉଚ୍ଚସ୍ତରୀୟ କମିଟିରେ ବିଚାରାଧୀନ ରହିଛି।
Follow Us