college student dies Photograph: (sambad.in)
ଜଗତସିଂହପୁର: ଜଗତସିଂହପୁର ନବକୃଷ୍ଣ ଚୌଧୁରୀ ଷ୍ଟାଡିଅମ ନିକଟରେ ଏକ ଘରୋଇ ମେସରେ ଜଣେ କଲେଜ ଛାତ୍ରଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି | ମୃତ ଛାତ୍ର ହେଲେ ଜଗତସିଂହପୁର ଥାନା ଉଗାଳପୁର ଅଞ୍ଚଳର ଓମ୍ ପ୍ରକାଶ ଆଚାର୍ଯ୍ୟ | ସେ ଏସଭିଏମ୍ ସ୍ବୟୃଶାସିତ କଲେଜରେ ଯୁକ୍ତ ୩ ତୃତୀୟ ବର୍ଷ ଇତିହାସ ସମ୍ମାନରେ ପଢୁଥିଲେ।
ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ
ଗତକାଲି ଓମ୍ ପ୍ରକାଶ ଉକ୍ତ ଘରୋଇ ମେସରେ ରହୁଥିବା ତାଙ୍କ ସାଙ୍ଗଙ୍କ ପାଖକୁ ଆସିଥିଲେ। ରାତିରେ ଗୋଟିଏ ରୁମରେ ଏକୁଟିଆ ରହିଥିଲେ। ଆଜି ସକାଳୁ ଜଣେ ସାଙ୍ଗ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏହା ଏକ ଆତ୍ମହତ୍ଯା ବୋଲି ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି |
ଆହୁରି ପଢ଼ନ୍ତୁ:Encounter, 7 Maoists Death: ମାଲକାନଗିରି ସୀମାନ୍ତରେ ବଡ଼ ଧରଣର ଏନକାଉଣ୍ଟର୍: କୁଖ୍ୟାତ ମାଓ ଦଂପତିଙ୍କ ସମେତ ଟଳିଲେ ୭ ମାଓବାଦୀ
ଆହୁରି ପଢ଼ନ୍ତୁ:BDO Demanding PC: ବହଳଦା ବିଡ଼ିଓଙ୍କ ବିରୋଧରେ ସରପଞ୍ଚମାନଙ୍କ ସଙ୍ଗୀନ ଅଭିଯୋଗ
Follow Us