Dead Body woman Rescued: ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପୁଅ ଆଣିଲେ ହତ୍ୟା ଅଭିଯୋଗ

ପାଲଲହଡ଼ା ଥାନା ଶିକର ପଞ୍ଚାୟତ ମାହାଳାପଶି ଗାଁ ନିକଟରେ ଥିବା ଜଙ୍ଗଲରୁ ଜଣେ ମହିଳାଙ୍କ Dead Body ଉଦ୍ଧାର କରାଯାଇଛି। ମୃତା ହେଲେ ଧରଣୀଧର ନାୟକଙ୍କ ପତ୍ନୀ ଗୁରୁବାରୀ ନାୟକ(୫୨)।

ୁୀ

Dead Body woman Rescued Photograph: (sambad.in)

ପାଲଲହଡ଼ା: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପାଲଲହଡ଼ା ଥାନା ଶିକର ପଞ୍ଚାୟତ ମାହାଳାପଶି ଗାଁ ନିକଟରେ ଥିବା ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛିମୃତା ହେଲେ ଧରଣୀଧର ନାୟକଙ୍କ ପତ୍ନୀ ଗୁରୁବାରୀ ନାୟକ(୫୨)। ମୁଖ୍ୟ ରାସ୍ତାଠାରୁ ମାତ୍ର ୫୦ ମିଟର ଦୂରରେ ଥିବା ଏକ ଆମ୍ବ ଗଛରେ ଗୁରୁବାରୀଙ୍କ ମୃତଦେହ ଝୁଲୁଥିବାର ସକାଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ସେମାନେ ମୃତଦେହକୁ ଚିହ୍ନଟ କରିବା ପରେ ପୁଲିସକୁ ଖବର ଦେଇଥିଲେ।

ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା

ଏଣେ ଖବର ପାଇ ଗୁରୁବାରୀ ନାୟକଙ୍କ ପୁଅ ବୀରେନ୍ ନାୟକ ବି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେଣେ ପୁଲସ ବି ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେଣେ ମାଙ୍କୁ ହତ୍ୟା କରାଯାଇଥିବା ନେଇ ପୁଅ ବୀରେନ୍ ନାୟକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ଆହୁରି ପଢ଼ନ୍ତୁ: Young Woman Chief Minister, Odisha: ପାଳିତ ମାଆ ମୋତେ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଛନ୍ତି, ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ

ସ୍ବାମୀ ‌ପ୍ରାୟ ୨୦ ବର୍ଷ ହେବ ନିଜ ପରିବାରରୁ ଅଲଗା ରହୁଛନ୍ତି

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ’

ଆହୁରି ଜଣାଯାଇଛି ଗୁରୁବାରୀ ନାୟକଙ୍କ ସ୍ବାମୀ ‌ପ୍ରାୟ ୨୦ ବର୍ଷ ହେବ ନିଜ ପରିବାରରୁ ଅଲଗା ରହୁଛନ୍ତି। ମୋଟାମୋଟି କହିବାକୁ ଗଲେ ତାଙ୍କର ପରିବାର ସହ କୌଣସି ସଂପର୍କ ନାହିଁ। ଏଣେ ଗୁରୁବାରୀ ପରଘରେ କାମ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe