ଛେଣ୍ଡିପଦା: ଛେଣ୍ଡିପଦା ଥାନା କୋଶଳା ବହିଆଳିସାହିରେ ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପାରିପାର୍ଶ୍ବିକ ସ୍ଥିତିରୁ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ପୁଲିସ ସୂତ୍ରରୁ ପ୍ରକାଶ ବାପା ମାଙ୍କ ମୃତ୍ୟୁ ହୋଇଥିବା ବେଳେ ସୁଗ୍ରୀବ ପ୍ରଧାନ ନିଜ ଘରେ ଏକୁଟିଆ ରହୁଥିଲେ।
ଆଜି ସକାଳେ ସୁଗ୍ରୀବଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳେଇଛି।
ଆହୁରି ପଢ଼ନ୍ତୁ: 5 Maoists Killed କାରେଗୁଟ୍ଟା ଜଂଗଲରେ ‘ବ୍ଲାକ ଫରେଷ୍ଟ-୨‘ : ୫ ମାଓବାଦୀ ନିପାତ
ସୁଶାନ୍ତଙ୍କ ସହିତ ତୀବ୍ର ବଚସା ହୋଇଥିଲା
ସୁଗ୍ରୀବଙ୍କ ମାମୁ ପୁଅ ଭାଇ ହରେକୃଷ୍ଣ ମାଝୀ ଜମିବିବାଦ ଭାଗବଣ୍ଟାକୁ ନେଇ ଗତକାଲି ସନ୍ଧ୍ୟାରେ ପଡ଼ୋଶୀ ସୁଶାନ୍ତ କୁମାର ପ୍ରଧାନ ବଜାରରେ ମାରପିଟ କରିଥିଲେ। ରାତିରେ ସୁଗ୍ରୀବ ଘରକୁ ଫେରିବାପରେ ପଡ଼ୋଶୀ ଦାଦା ପୁଅ ଭାଇ ସୁଶାନ୍ତଙ୍କ ସହିତ ତୀବ୍ର ବଚସା ହୋଇଥିଲା, କିନ୍ତୁ ଆଜି ସକାଳେ ତାଙ୍କର ମୃତଦେହ ଘର ବାରଣ୍ଡାରେ ପଡ଼ିଥିବା ଦେଖି ହତ୍ୟାକାଣ୍ଡ ବୋଲି ହରେକୃଷ୍ଣ ଥାନାରେ ଅଭିଯୋଗ କରିଛନ୍ତି।
ଆହୁରି ପଢ଼ନ୍ତୁ: Trump again demands mediation: ଭାରତ- ପାକିସ୍ତାନ ବିବାଦରେ ମଧ୍ୟସ୍ଥତା ନେଇ ପୁଣି ଟ୍ରମ୍ପଙ୍କ ଦାବି କହିଲେ ୧୧ ଦାମୀ ଜେଟ୍ ଖସାଇ ଦିଆଯାଇଥିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/02/20/untitled-2026-02-20-12-10-59.png)