ରାୟଗଡ଼ା: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ,ବିଶାଖାପାଟଣମ ଠାରେ ସାଂସଦ ଏବଂ ରେଳବାଇର ଉଚ୍ଚ ଅଧିକାରୀମାନଙ୍କୁ ନେଇ ଡିଭିଜନାଲ କମିଟିର ଏକ ଗୁୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁଙ୍କ ଅଧ୍ୟକ୍ଷତାରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫଙ୍କୱାଲ ଉପସ୍ଥିତ ରହିଥିଲେ । ସେହିପରି ବୈଠକରେ ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ ଛତିଶଗଡ଼ର ପ୍ରତିନିଧିତ୍ୱ କରୁଥିବା ଦଶ ଜଣ ସାଂସଦ ଯୋଗ ଦେଇଥିଲେ।

Advertisment

ରେଳ ଭିତ୍ତିଭୂମି ଏବଂ ଯାତ୍ରୀ ସୁବିଧା ବୃଦ୍ଧି 

ସମସ୍ତ ସାଂସଦ ସମଗ୍ର ଡିଭିଜନରେ ରେଳ ଭିତ୍ତିଭୂମି ଏବଂ ଯାତ୍ରୀ ସୁବିଧା ବୃଦ୍ଧି କରିବା ପାଇଁ ଗଠନମୂଳକ ଅର୍ନ୍ତଦୃଷ୍ଟି ଏବଂ ସୁପାରିଶଗୁଡିକ ଉପସ୍ଥାପନା କରିଥିଲେ । ବିଶେଷ କରି ଅମୃତ ଭାରତ ଷ୍ଟେସନ ନିର୍ମାଣ,ଆରକୁ,କୋରାପୁଟ,ଜଗଦଲପୁର,ରାୟଗଡ଼ା ଓ ଶ୍ରୀକାକୁଲମରୁ ବିଭିନ୍ନ ସ୍ଥାନକୁ ନୂତନ ଟ୍ରେନ ସେବା ପ୍ରଚଳନ ,ଚେନ୍ନାଇ,ବାଙ୍ଗାଲୋର ଏବଂ ତିରୁପତି ଭଳି ବ୍ୟସ୍ତବହୁଳ ସ୍ଥାନକୁ ଟ୍ରେନଗୁଡିକର ଆବୃତି ବୃଦ୍ଧି ,ବିଦ୍ୟମାନ ସେବାଗୁଡିକର ସଂପ୍ରସାରଣ,ନୂତନ ଲାଇନ ସମେତ କ୍ଷମତି ବୃଦ୍ଧି ପ୍ରକଳ୍ପ,ଦୋହରୀକରଣ,ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣ,ନୂତନ ରୋଡ ଅଣ୍ଡର ବ୍ରିଜ (ଆରୟୁବି) ଏବଂ ରୋଡ ଓଭରବ୍ରିଜ (ଆରଓବି) ଭଳି ଭିତିଭୂମି ପ୍ରକଳ୍ପ,ରାୟଗଡ଼ା ରେଳପଥ ଡିଭିଜନର ଆରମ୍ଭ,ଦକ୍ଷିଣ ତଟ ରେଳପଥ ଆଦି ବିଷୟ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହୋଇଥିଲା । ଏହି ବୈଠକରେ ଦକ୍ଷିଣ ଓଡିଶାର କୋରାପୁଟ ଲୋକସଭା ସାଂସଦ ସପ୍ତଗିିରି ଶଙ୍କର ଉଲାକା ଯୋଗ ଦେଇ ରାୟଗଡ଼ା ରେଳପଥ ଡିଭିଜନର ପ୍ରତିଷ୍ଠା ହୋଇଥିବା ବେଳେ ଏହାର ଭିତିଭୂମିର ବିକାଶ ଓ କେବେ ସୁଦ୍ଧା ଆରମ୍ଭ ହେବ ଏବଂ ରାୟଗଡ଼ା ରେଳପଥ ଡିଭିଜନ ଅନ୍ତର୍ଗତ ସୀମା,ଥେରୁବାଲି-ଗୁଣପୁର ରେଳପଥ,କୋରାପୁଟ-ରାୟଗଡ଼ା ରେଳପଥ,ଗୋପାଳପୁର-ସିଙ୍ଗପୁର ରୋଡ ଲାଇନ,ରାୟଗଡ଼ା-ପାର୍ବତୀପୁରମ ସେକ୍ସନ ବିଷୟରେ ପ୍ରଶ୍ନ ରଖିଥିଲେ । ଏହାର ଉତରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଶ୍ରୀ ଫଙ୍କୱାଲ ରାୟଗଡ଼ାରେ ଡିଆରଏମ କାର୍ଯ୍ୟାଳୟର ପ୍ରତିଷ୍ଠା ଏବଂ ରାୟଗଡ଼ା ରେଳ ଡିଭିଜନକୁ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ଷମ କରାଯାଇଥିବା ସହ ସମସ୍ତ ସଂପୃକ୍ତ ଭିତ୍ତିଭୂମି ବିକାଶ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଥିବା ଏବଂ ଆସନ୍ତା ଡିସେମ୍ବର ୨୦୨୬ସୁଦ୍ଧା ସମାପ୍ତ ହେବାର ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ ।

ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ା ନିର୍ବାଚନ: ମନର କଥା କହିଲେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ

 ସେହପିରି ମହାପ୍ରବନ୍ଧକ ବିସ୍ତୃତ ପ୍ରକଳ୍ପ ରିପୋର୍ଟର ଅନୁମୋଦିତ ଡିଭିଜନାଲ ସୀମା ମାନଚିତ୍ର ବିଷୟରେ ଅବଗତ କରାଇଥିଲେ । ବିଶେଷ କରି ଗୁଣପୁର-ଥେରୁବାଲି ଓ ଗୋପାଳପୁର- ସିଙ୍ଗାପୁର ରୋଡ ରେଳ ଲାଇନ ପ୍ରକଳ୍ପ ପାଇଁ ଅଗ୍ରଗତି ତ୍ୱାରାନ୍ନିତ କରିବା ପାଇଁ ଏକାକାଳୀନ ଭୂମି ଅଧିଗ୍ରହଣ କରାଯିବାକୁ ବୋର୍ଡ ନିଷ୍ପତି ନେଇଥିବା ଶ୍ରୀ ଫଙ୍କୱାଲ ଅବଗତ କରିଥିବା ବେଳେ କୋଭିଡ-୧୯ ସମୟ ପୂର୍ବରୁ କାର୍ଯ୍ୟକ୍ଷମ ସମସ୍ତ ଟ୍ରେନ ଅଟକିବା ସ୍ଥାନ ଯେପରି ଜମାଦେଇପେଣ୍ଠ,ସିଙ୍ଗାପୁର ରୋଡ,କାକିରିଗୁମ୍ମା ରୋଡ ଷ୍ଟେସନରେ ପୁନଃସ୍ଥାପିତ କରିବା ଉପରେ ରେଳ ବୋର୍ଡକୁ ଅନୁରୋଧ କରାଯିବ ବୋଲି କହିଥିଲେ । ସେହିପରି ଜୟପୁର,କୋରାପୁଟ,ଗୁଣପୁର,ଦାମନଯୋଡି,ରାୟଗଡ଼ା ଭଳି ଷ୍ଟେସନଗୁଡିକ ଅମୃତ ଭାରତ ଷ୍ଟେସନ ଯୋଜନା ଅଧିନରେ ଅନୁମୋଦିତ ଥିବା ବେଳେ ଅନ୍ୟ ଷ୍ଟେସନଗୁଡିକର ବିକାଶ କାର୍ଯ୍ୟ ଖୁବ ଶୀଘ୍ର ସମାପ୍ତ କରାଯିବ ବୋଲି କହିଥିଲେ । ରାୟଗଡ଼ା ରେଳ ଡିଭିଜନରେ ନୂତନ ଟ୍ରେନ ପ୍ରସ୍ତାବରେ ଜୟପୁର-କୋରାପୁଟ-ରାୟଗଡା-ଭୁବନେଶ୍ୱରକୁ ସଂଯୋଗ କରୁଥିବା ଏକ ନୂତନ ଦିବାକାଳୀନ ଟ୍ରେନ ସେବା ପ୍ରଚଳନ ପାଇଁ ଆବଶ୍ୟକ ମଂଜୁରୀ ପାଇଁ ମନ୍ତ୍ରଣାଳୟକୁ ପ୍ରସ୍ତାବ ପ୍ରଦାନ କରାଯିବା ସହ ରାୟଗଡ଼ା ରେଳ ଷ୍ଟେସନରେ ମାଲବାହୀ ଟ୍ରେନ ଅପେକ୍ଷା ଯାତ୍ରୀବାହୀ ଟ୍ରେନଗୁଡିକୁ ଯାତ୍ରୀଙ୍କ ସୁବିଧା ନିମନ୍ତେ ପ୍ଳାଟଫର୍ମ ନମ୍ବର ଏକ କିମ୍ବା ଦୁଇରେ ଅଟକିବା ପାଇଁ ପଦକ୍ଷେପ ନେବା,ଟ୍ରେନ ଭଡ଼ା ଏବଂ ରିହାତିର ପୁନଃସ୍ଥାପନା ଏବଂ ସଂଶୋଧନ ମଧ୍ୟରେ ବରିଷ୍ଠ ନାଗରିକ, ସାମ୍ବାଦିକ/ପ୍ରେସ କର୍ମଚାରୀ ଓ କ୍ରୀଡ଼ାବିତଙ୍କୁ ପ୍ରେସ ଯାତ୍ରା ରିହାତିର ପୁନଃସ୍ଥାପନା ସହ ଯାତ୍ରାକୁ ଅଧିକ ସୁଲଭ କରିବା ପାଇଁ ବନ୍ଦେ ଭାରତ ଏବଂ ଅନ୍ୟାନ୍ୟ ପ୍ରିମିୟମ ଏକ୍ସପ୍ରେସ ଟ୍ରେନ ପାଇଁ ଭଡ଼ାର ସମୀକ୍ଷା ଏବଂ ଯୁକ୍ତିଯୁକ୍ତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିବା ନେଇ କୋରାପୁଟ ଲୋକସଭା ସାଂସଦ ତଥା ଗ୍ରାମାଂଚଳ ବିକାଶ ଓ ପଂଚାୟତିରାଜ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ସପ୍ତଗିରି ଶଙ୍କର ଉଲାକା ନିଜ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: Stolen Money Seized: ଲୁଟ୍‌ ଟଙ୍କା ଜବତ, ମାଲିକଙ୍କୁ ୪.୧୦ ଲକ୍ଷ ଫେରାଇଲା ପୁଲିସ