driver dies in accident at rayagada Photograph: (sambad.in)
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ବାଙ୍ଗି ଛକରେ ଏକ ଟ୍ରଲର ଚାପାରେ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତ ଜଣକ ବିହାରର ଶ୍ରୀରାଜ ଅନସାରୀ(୪୦) ବୋଲି ଜଣାପଡିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତକାଲି ଅପରାହ୍ନ ୪ଟା ବେଳେ ଛତିଶଗଡ଼ ରାୟପୁରରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ଯାଉଥିବା ଏକ ଟ୍ରଲର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବାଙ୍ଗି ଛକରେ ଅଟକି ରହିଥିଲା। ଏହି ସମୟରେ ଗାଡ଼ିରେ ଚାଳକ ଶ୍ରୀରାଜ କାହିଁକି ଗାଡ଼ି ଅଟକିଲା ତାହାର ଅନୁଧ୍ୟାନ କରିବା ସମୟରେ ହଠାତ୍ ଟ୍ରଲର ଚକା ଗଡ଼ିଯିବାରୁ ଚକାତଳେ ଚାପି ହୋଇ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।
ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ
ମୃତଦେହ ଜବତ
ଆହୁରି ପଢ଼ନ୍ତୁ: Odisha Assembly: ରାଜାଙ୍କୁ ଦେଖି ଅଟକିଗଲେ ରାଷ୍ଟ୍ରପତି: ସ୍ମୃତି ବଖାଣିଲେ ରାଜା ସ୍ବାଇଁ… କହିଲେ- ଆମର ଭାଇଭଉଣୀ ଭଳିଆ ସମ୍ପର୍କ ଥିଲା..
ଏ ସଂପର୍କରେ ଖବର ପାଇ ରାମନାଗୁଡା ପୁଲିସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି। ଏ ନେଇ ରାମନାଗୁଡା ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଏହାର ତଦନ୍ତ କରୁଥିବା ଥାନା ଅଧିକାରୀ ସୁନୀତା ବେହେରା ସୂଚନା ଦେଇଛନ୍ତି।
Follow Us