Murder in Sundargarh Photograph: (sambad.in)
ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡ ଅଧୀନ ମହୁଲପଦା ଥାନା ଲୁଙ୍ଗା ଗାଁରେ ଶନିବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁରେ ସାନଭାଇର ତୀରମାଡ଼ରେ ବଡ଼ଭାଇର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ଗାମିୟା ମୁଣ୍ଡା(୫୨)। ଅଭିଯୁକ୍ତ ସାନଭାଇର ନାମ ସାନତନ ମୁଣ୍ଡା(୪୬)। ଏହି ଘଟଣା ପରେ ଭୟଭୀତ ଅବସ୍ଥାରେ ଥିବା ସାନଭାଇ ବିଷପାନ କରି ଦେଇଛି। ଗୁରୁତର ବ୍ୟକ୍ତିଙ୍କୁ ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରିପୋର୍ଟ ଲେଖାଯିବା ବେଳକୁ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ।
ଏହି ଖବର ପଢ଼ନ୍ତୁ: ମଦର କରାମତି: ସାନଭାଇର ତୀରମାଡ଼ରେ ବଡ଼ଭାଇଙ୍କ ଜୀବନ ଗଲା
ସୂଚନା ଅନୁସାରେ ମହୁଲପଦା ଥାନା ଲୁଙ୍ଗା ଗାଁରେ ଶନିବାର ଦିନ ପାରିବାରିକ ଅଶାନ୍ତି ଯୋଗୁଁ ଗାମିୟା ମୁଣ୍ଡା ଓ ସନାତନ ମୁଣ୍ଡାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ସନାତନ ରାଗରେ ଜର୍ଜରିତ ହୋଇଥିଲା। ଏହା ପରେ ସେ ଘର ଭିତରୁ ଧନୁ ଓ ତୀର ଆଣି ଗାମିୟାଙ୍କୁ ଲକ୍ଷ୍ୟ କରି ବିନ୍ଧିଥିଲା। ଫଳରେ ଗାମିୟା ଙ୍କର ମୃତ୍ୟୁ ଘଟିଥିଲା। ତେବେ ବଡ଼ଭାଇର ମୃତ୍ୟୁ ପରେ ସନାତନ ଭୟରେ ଡରିଯାଇଥିଲା। କ’ଣ କରିବ ଆଉ ଜାଣିପାରି ନଥିଲା। ଶେଷରେ ବିଷପାନ କରିଥିଲା।
ପାରିବାରିକ ଅଶାନ୍ତି ଯୋଗୁଁ ଗାମିୟା ମୁଣ୍ଡା ଓ ସନାତନ ମୁଣ୍ଡାଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ସନାତନ ରାଗରେ ଜର୍ଜରିତ ହୋଇଥିଲା। ଏହା ପରେ ସେ ଘର ଭିତରୁ ଧନୁ ଓ ତୀର ଆଣି ଗାମିୟାଙ୍କୁ ଲକ୍ଷ୍ୟ କରି ବିନ୍ଧିଥିଲା।
ଏହି ଖବର ପଢ଼ନ୍ତୁ: ପୁତୁରାର ତୀରମାଡ଼ରେ ଦାଦାଙ୍କ ମୃତ୍ୟୁ
ପରିବାର ଓ ଗାଁ ଲୋକେ ଗୁରୁତର ସନାତନକୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏବେ ଅଭିଯୁକ୍ତ ସନାତନର ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୋଷ୍ଟମର୍ଟମ ପାଇଁ ପଠାଇ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ଯୁବକ ସୁସ୍ଥ ହୋଇ ଫେରିବା ପରେ ପୁଲିସ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଆଗକୁ ବଢ଼ିବ ବୋଲି ଜଣାପଡ଼ିଛି। ପାରିବାରିକ କଳି ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଥିବା ନେଇ ଗାଁ ଲେକୋ ଚର୍ଚ୍ଚା କରୁଛନ୍ତି।
ଏହି ଖବର ପଢ଼ନ୍ତୁ: ମଝିଆଁଭାଇର ତୀରମାଡ଼ରେ ବଡ଼ଭାଇ ଗୁରୁତର
Crime | sundargarh | Odisha police
Follow Us