Elephant Attack 2 Death ହାତୀ ଆକ୍ରମଣରେ ଦୁଇ ମୃତ, ଜଣେ ବନ କର୍ମଚାରୀ ଆହତ

Advertisment

ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ରରୁଆଁ ପଞ୍ଚାୟତ ସୀମା ଠାରୁ ମାତ୍ର ୫୦ ମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ ବ୍ଳକ ବେନିସାଗର ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ମୃତ ଏବଂ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି।

ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ରରୁଆଁ ପଞ୍ଚାୟତ ସୀମା ଠାରୁ ମାତ୍ର ୫୦ ମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ ବ୍ଳକ ବେନିସାଗର ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ମୃତ ଏବଂ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି।

Untitled-9

elephant killed 2 persons , one injured Photograph: (sambad.in)

ରରୁଆଁ: ଓଡ଼ିଶା ସୀମାନ୍ତ ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଳକ ରରୁଆଁ ପଞ୍ଚାୟତ ସୀମା ଠାରୁ ମାତ୍ର ୫୦ ମିଟର ଦୂର ଝାଡ଼ଖଣ୍ଡ ରାଜ୍ୟର ମଝିଗାଁ ବ୍ଳକ ବେନିସାଗର ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ମୃତ ଏବଂ ଜଣେ ବନ କର୍ମଚାରୀ ଆହତ ହୋଇଛନ୍ତି।

ବେନିସାଗର ଗ୍ରାମରେ ଆଜି ସକାଳ ୭ଟା ୧୫ ମିନିଟ ସମୟ ଜଣେ ବାଳକକୁ ଗୋଠଛଡ଼ା ଏକ ଦନ୍ତା ହାତୀ ତାର ଶୁଣ୍ଢରେ ଟେକି କଚାଡ଼ି ମାରିସାରିବା ପରେ ୮ଟାରେ ପ୍ରକାଶ ମାଲୁଆ (୪୦)ଙ୍କୁ ପଛରୁ ଆକ୍ରମଣ କରି ମୁଣ୍ଡରୁ ଗଣ୍ଡିକୁ ଅଲଗା କରିଦେଇଥିଲା। ପ୍ରଥମ ମୃତ ବାଳକ ପାଖରେ ଦନ୍ତା ହାତୀ ଜଗି ରହିଛି।

ଆହୁରି ପଢ଼ନ୍ତୁ:Murder Puri Accused Detained ସ୍ବର୍ଗଦ୍ବାର ବାହାରେ ମୃତକଙ୍କ ସଂପର୍କୀୟଙ୍କୁ ହତ୍ୟା: ଜଣେ ଗୁରୁତର, ଅଭିଯୁକ୍ତ ଅଟକ

କେନ୍ଦୁଝର ଜିଲ୍ଲା ମେଡିକାଲରେ ବନ କର୍ମଚାରୀ 

ଏଣେ ଅପରାହ୍ନ ଗୋଟାଏ ସମୟରେ ଝାଡ଼ଖଣ୍ଡ ବନ କର୍ମଚାରୀ ଜଣଙ୍କ ହାତୀ ଘଉଡ଼ାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହୋଇ ରରୁଆଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ। ହେଲେ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମେଡିକାଲକୁ ପଠା ଯାଇଥିବାର ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: Young Man Kills Cousin ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ,  ବଡ଼ ବାପା ପୁଅ ଟାଙ୍ଗିଆ ଚୋଟରେ ସାନ ବାପା ପୁଅର ଜୀବନ ଗଲା

ସୂଚନାଯୋଗ୍ୟ, ଗୋଠ ଛଡ଼ା ହାତୀଟି ଏକ ସପ୍ତାହ ଧରି ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଏହି ଭଳି ଆକ୍ରମଣ କରି ୨୧ଜଣଙ୍କ ଜୀବନ ନେଇଥିବା ଭିଡିଓ ସୋସିଆଲ ମିଡିଆରେ ଘୁରିବୁଲୁ ଥିବା ଘଟଣାକୁ ନେଇ ଝାଡ଼ଖଣ୍ଡ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଦନ୍ତା ହାତୀଙ୍କୁ ଟ୍ରାଙ୍କୁଲାଇଜ କରିବା ପାଇଁ ପ୍ରଶାସନ ନିର୍ଦେଶ ଦେଇଥିବା ବିଶେଷ ସୂତ୍ର ଖବର ମିଳିଥିଲେ ମଧ୍ୟ୍ୟ ଝାଡ଼ଖଣ୍ଡ ବନ ବିଭାଗ ହାତୀର ଗତିବିଧିକୁ ଲକ୍ଷ୍ୟ କରି ଏଥିପାଇଁ ସଜାଗ ରହିଛନ୍ତି। ଉକ୍ତ ହାତୀଟି ଯେପରି ଓଡ଼ିଶା ସୀମାନ୍ତ ରରୁଆଁ ଅଂଚଳରେ ଯେପରି ପ୍ରବେଶ ନ କରିବ ସେଥିପାଇଁ ରରୁଆଁ ଫରେଷ୍ଟର ଜୟସିଂ ମହାନ୍ତଙ୍କ ସମେତ ସମସ୍ତ ବନ କର୍ମଚାରୀ ରରୁଆଁ - ବେନିସାଗର ସୀମାରେ ଜଗି ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe