Mohammad Kaif Praises Virat Kohli ‘ଦିନିକିଆକୁ କୋହଲି ଦିଲ୍ଲୀ ଲିଗ୍‌ ଭଳି ଖେଳୁଛନ୍ତି’’, କୋହଲିଙ୍କୁ ପ୍ରଶଂସାରେ ପୋତିଲେ‌‌ କୈଫ୍‌

Advertisment

କେବଳ ଦିନିକିଆ ଅନ୍ତର୍ଜାତୀୟ ଖେଳୁଥିବା ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ ଭାରତୀୟ cricketer ମହମ୍ମଦ କୈଫ୍। କୈଫ୍ କହିଛନ୍ତି ସେ ଅଧିକ ବିପଜ୍ଜନକ ବ୍ୟାଟର୍‌ ହୋଇଯାଇଛନ୍ତି।

କେବଳ ଦିନିକିଆ ଅନ୍ତର୍ଜାତୀୟ ଖେଳୁଥିବା ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ ଭାରତୀୟ cricketer ମହମ୍ମଦ କୈଫ୍। କୈଫ୍ କହିଛନ୍ତି ସେ ଅଧିକ ବିପଜ୍ଜନକ ବ୍ୟାଟର୍‌ ହୋଇଯାଇଛନ୍ତି।

Untitled-4

Mohammad Kaif Praises Virat Kohli Photograph: (sambad.in)

ନୂଆଦିଲ୍ଲୀ: କେବଳ ଦିନିକିଆ ଅନ୍ତର୍ଜାତୀୟ ଖେଳୁଥିବା ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍‌ ମହମ୍ମଦ କୈଫ୍। ୨୦୨୪ରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ସେ ଏହି ଫର୍ମାଟ୍‌କୁ ଛାଡ଼ି ଦେଇଥିଲେ। ଇଂଲଣ୍ଡ ଗସ୍ତରେ ବିଫଳତା ପରେ ୨୦୨୫ରେ ଟେଷ୍ଟ୍‌ କ୍ରିକେଟ୍‌ରୁ ବି ଅବସର ନେଇଯାଇଥିଲେ ବିରାଟ କୋହଲି। ଚେଜ୍‌ ମାଷ୍ଟର୍‌ ବିରାଟ କୋହଲି କିନ୍ତୁ ତାଙ୍କ ଅନ୍ୟତମ ପ୍ରିୟ ଫର୍ମାଟ୍ ଦିନିକିଆ ଅନ୍ତର୍ଜାତୀୟ ଖେଳ ଜାରି ରଖିଛନ୍ତି। ରବିବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଦିନିକିଆରେ ୯୧ ବଲ୍‌ରୁ ୯୩ ରନ୍‌ କରି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ବିଶେଷ କରି କ୍ରମାଗତ ଭାବେ ସପ୍ତମ ଥର ୫୦+ ସ୍କୋର୍‌ କରି କୋହଲି କହି ସାରିଛନ୍ତି ମୁଁ ବି ୨୦୨୭ ଦିନିକିଆ ବିଶ୍ବକପ୍‌ ପର୍ଯ୍ୟନ୍ତ ରହିପାରିବି।

କୋହଲି ନିଶ୍ଚିତ ଆଉ ୫/୬ ବର୍ଷ ଖେଳିପାରିବେ

କୋହଲିଙ୍କ ବ୍ୟାଟିଂକୁ ଦେଖି କୈଫ୍ କହିଛନ୍ତି ସେ ଅଧିକ ବିପଜ୍ଜନକ ବ୍ୟାଟର୍‌ ହୋଇଯାଇଛନ୍ତି। ଦିନିକିଆ ଅନ୍ତର୍ଜାତୀୟକୁ କୋହଲି ଏବେ ଦିଲ୍ଲୀ ‌ଲୋକାଲ୍‌ ଲିଗ୍‌ ଭଳି ଖେଳୁଛନ୍ତି। ସେ ଏତେ ସହଜରେ, ମୁକ୍ତ ଓ ଆକ୍ରମଣାତ୍ମକ ଭାବେ ବ୍ୟାଟିଂ କରୁଛନ୍ତି ଯେ ଲାଗୁଛି ନୂଆ ରୂପରେ ଉଭା ହୋଇଛନ୍ତି। କୋହଲିଙ୍କ ବର୍ତମାନର ଫର୍ମରୁ ଗୋଟିଏ କଥା ପ୍ରମାଣିତ ହେଉଛି ଯେ, ସେ ସବୁଦୃଷ୍ଟିରୁ ସନ୍ତୁଳନ ଆଣିବାରେ ସକ୍ଷମ ହୋଇଛନ୍ତି। ଦିନିକିଆ କ୍ରିକେଟ୍‌କୁ ସେ ଏତେ ମାପିଚୁପି ଖେଳୁଛନ୍ତି ଯେ ଫର୍ମାଟ୍‌ର ଟେମ୍ପଲେଟ୍‌କୁ ଅକ୍ଷୁର୍ଣ୍ଣ ରଖିବା ସହ ହିସାବୀ ବିପଦ ପାଇଁ ବି ଈଛାଶକ୍ତି ଭରପୁର ରଖିଛନ୍ତି। ଅତ୍ୟନ୍ତ ହାଲକା ମନୋଭାବରେ, ସାଥି ଖେଳାଳିଙ୍କ ସହ ମଜାଥଟ୍ଟା କରି, ସବୁବେଳେ ହସ ହସ ମୁହଁରେ କୋହଲି ଖେଳୁଛନ୍ତି। କିନ୍ତୁ ବୋଲରଙ୍କୁ ଅତି କଠୋର ନଜରରେ ଦେଖୁଛନ୍ତି ଏବଂ ଆକ୍ରମଣାତ୍ମକ ଖେଳୁଥିଲେ ବି ‌ଧୈର୍ଯ୍ୟଶୀଳ ରହୁଛନ୍ତି। ନିଜକୁ ପ୍ରବର୍ତ୍ତାଇ ଏଭଳି ଜାର ରଖିଲେ ସେ ନିଶ୍ଚିତ ଆଉ ୫/୬ ବର୍ଷ ଖେଳିପାରିବେ।

ଆହୁରି ପଢ଼ନ୍ତୁ Fire Jharsuguda Railway Railway Station ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ, ନିଆଁ ଲିଭା କାମରେ ନିୟୋଜିତ ଅଗ୍ନିଶମ ବାହିନୀ

ଟେଷ୍ଟ୍‌ କ୍ରିକେଟ୍‌ ଛାଡ଼ିବା ପରଠାରୁ ଅଷ୍ଟ୍ରେଲିଆ ଗସ୍ତରେ କୋହଲି ଦିନିକିଆରେ କ୍ରମାଗତ ଶୂନ କରିବାରୁ ଏହି ଫର୍ମାଟରେ ତାଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ସିଡନିରେ ୭୪* ରନ୍‌ ପାଳି ପରଠାରୁ ସେ ୭ ପାଳିରୁ ୧୩୫.୪ ହାରାହାରିରେ ୩ ଶତକ ଓ ୪ ଅର୍ଦ୍ଧଶତକ ସହିତ ୬୭୭ ରନ୍‌ ସଂଗ୍ରହ କରି ବଡ଼ ପରିବର୍ତନର ଆଭାସ ଦେଇଛନ୍ତି। ରବିବାର ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଦିନିକିଆ ଅବସରରେ ସେ ଶତକ ମିସ୍‌ କରିଥିଲେ ମଧ୍ୟ ୨୮,୦୦୦ ଅନ୍ତର୍ଜାତୀୟ ରନ୍‌ ଅତିକ୍ରମ କରିଛନ୍ତି। ସମସ୍ତ ଫର୍ମାଟରୁ ସେ ୮୪ ଶତକ ସହିତ ୫୨.୬୬ ହାରରେ ୨୮,୦୬୮ ରନ୍‌ ସଂଗ୍ରହ କରିଛନ୍ତି।

ଆହୁରି ପଢ଼ନ୍ତୁ Cricketer Alyssa Healy Will Retire ଆଉ ଖେଳିବେନି ଆଲିସା, ଭାରତ ସିରିଜ୍‌ ପରେ ନେବେ ଅବସର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe