ରାଉରକେଲା/ସାରନଗରୀ: ରାଉରକେଲା-ଭୁବନେଶ୍ବର ଯାତାୟତ କରୁଥିବା ଘରୋଇ ବିମାନ ‘ ଇଣ୍ଡିଆ ୱାନ୍ ଏୟାର’ ଦୁର୍ଘଟଣାର କାରଣ ଖୋଜୁଛି ବିଭିନ୍ନ ବିଭାଗ। ଯାନ୍ତ୍ରିକତ୍ରୁୂଟିରୁ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପରିବହନ ମନ୍ତ୍ରୀ ବିଭୂତି ଜେନା, ସଚିବ ଉଷା ପାଢ଼ୀ, ଘରୋଇ ବିମାନ ମାଲିକ, ଡିଜିସିଏ ଓ ଏଏଆଇ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରି ଫେରିଯାଇଛନ୍ତି। ଆଜି ବୀମା କମ୍ପାନିର ଏକ ଟିମ୍ ହାତୀବନ୍ଧା କଂସର ଦୁର୍ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। କ୍ଷୟକ୍ଷତିର ଆକଳନ କରିବା ସହ ଆଖପାଖର ଲୋକଙ୍କୁ ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ସେପଟେ ଦୁର୍ଘଟଣା ପରେ ବିମାନ ସେବା ବନ୍ଦ ହୋଇ ନାହିଁ। ସମ୍ପୃକ୍ତ କମ୍ପାନୀ ପକ୍ଷରୁ ଏକ ବିମାନ ଦୈନିକ ଚଳାଚଳ କରୁଛି।
ପୂର୍ବପରି ୭୨ ଆସନବିଶିଷ୍ଟ ବିମାନ ସେବା ଚାଲୁ କରିବାକୁ ଅନୁରୋଧ କଲେ ଦିଲୀପ ରାୟ
ମଙ୍ଗଳବାର ଭୁବନେଶ୍ବରୁ ଜଣେ ମାତ୍ର ଯାତ୍ରୀ ରାଉରକେଲା ଆସିଥିଲେ। କିନ୍ତୁ ରାଉରକେଲାରୁ ୬ ଜଣ ଯାତ୍ରୀ ଭୁବନେଶ୍ବର ଯାଇଥିଲେ। ସୋମବାର ଆସିଲେ ମାତ୍ର ୨ ଜଣ ଯାତ୍ରୀ। ରାଉରକେଲାରୁ ଯାଇଥିଲେ ୫ ଯାତ୍ରୀ। ଦୁର୍ଘଟଣାଗ୍ରସ୍ତ ପରେ ଭୟ ଥିଲେ ମଧ୍ୟ ଜରୁରୀକାମ ଥିବାରୁ ରାଉକେଲାରୁ ଦୈନିକ ୪ରୁ ୬ ଜଣ ଯାତ୍ରୀ ଭୁବନେଶ୍ବର ଯାଉଛନ୍ତି। ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ କେନ୍ଦ୍ର ବିମାନଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁଙ୍କୁ ଚିଠି ଲେଖି ପୂର୍ବପରି ୭୨ ଆସନବିଶିଷ୍ଟ ବିମାନ ସେବା ଚାଲୁ କରିବାକୁ ଅନୁରୋଧ କରିଛନ୍ତି।
ଆହୁରି ପଢ଼ନ୍ତୁ: Sarpanch Arrested ସଇଁତଲାରେ ନୂତନ ଅଟଳ ବସଷ୍ଟାଣ୍ଡ ଉଦଘାଟନ ଫଳକ ଭାଙ୍ଗିବା ପଡ଼ିଲା ମହଙ୍ଗା, ବନ୍ଧା ହେଲେ ଡୁଙ୍ଗୁରିପାଲି ସରପଞ୍ଚ
ଶ୍ରୀ ରାୟ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ଛୋଟ ବିମାନ ଚାଲୁଥିବାରୁ ଅଧିକାଂଶ ଯାତ୍ରୀ ରାଉରକେଲାରୁ ଭୁବନେଶ୍ବର ଯିବାକୁ ଥିଲେ ହେଁ ଯାଇପାରୁନାହାନ୍ତି। ଯାହା ରାଉରକେଲା ନୁହେଁ ଜିଲ୍ଲାବାସୀଙ୍କ ଚିନ୍ତା ବଢ଼ାଇଛି। ରାଉରକେଲାରେ ଶିଳ୍ପ, ଶିକ୍ଷାର ବିକାଶ ପାଇଁ ପୂର୍ବପରି ବଡ ବିମାନ ଚଳାଇବାର ଆବଶ୍ୟକତା ରହିଛି। ସମୟସୀମା ମଧ୍ୟରେ ଭିତ୍ତିଭୂମି ବିକାଶ କରିବା ସହ ସେଲ୍ରୁ ରାଉରକେଲା ବିମାନବନ୍ଦରର ମାଲିକାନା ଓ ପରିଚାଳନାଗତ ନିୟନ୍ତ୍ରଣ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)କୁ ହସ୍ତାନ୍ତର କରାଯାଉ। ଏୟାରବସ୍ ଏ -୩୨୦ ଭଳି ଉଚ୍ଚ କ୍ଷମତା ବିଶିଷ୍ଟ ବିମାନ ଚଳାଚଳକୁ ଅନୁମତି ଦେବା ସହ ରନ୍ୱେ ସମ୍ପ୍ରସାରଣ,ବିମାନବନ୍ଦରକୁ ୨ସିରୁ ୪ ସି ଲାଇସେନ୍ସକୁ କରିବାକୁ ଶ୍ରୀ ରାୟ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଆହୁରି ପଢ଼ନ୍ତୁ: Kalpana Lenka: ‘ଗ୍ରାଉଣ୍ଡ ଜିରୋରୁ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବି’: ରାଜ୍ୟ ବିଜେପିର ଜଣାଶୁଣା ନେତ୍ରୀ କଳ୍ପନା ଲେଙ୍କା
ଗତ ୨୦୨୫ ଡିସେମ୍ବର ୫ରୁ ୯ ଆସନ ବିଶିଷ୍ଟ ଘରୋଇ ବିମାନ ଚଳାଚଳ ପୂର୍ବରୁ ୭୨ ଆସନ ବିଶିଷ୍ଟ ବିମାନ ଚଳାଚଳ କରୁଥିଲା। ଦୈନିକ ଭୁବନେଶ୍ବରୁ ରାଉରକେଲା ଓ ରାଉରକେଲାରୁ ଭୁବନେଶ୍ବର ୪୦ରୁ ୫୦ ଯାତ୍ରୀ ଯିବା ଆସିବା କରୁଥିଲେ। ୭୨ ଆସନ ବିଶିଷ୍ଟ ବିମାନ ଚଳାଚଳ ବନ୍ଦ ହେବାପରେ ସହରର ବିକିନ୍ନ ରାଜନୈତିକ ଦଳ ଓ ସଙ୍ଗଠନ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବା ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପୁନଃ ବିମାନ ଚଳାଚଳ କରିବାକୁ ବାଧ୍ୟ ହୋଇଥିଲେ। ହେଲେ ୭୨ ଆସନ ବିଶିଷ୍ଟ ବିମାନ ପରିବର୍ତ୍ତେ ୯ ଆସନ ବିଶିଷ୍ଟ ବିମାନ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2026/01/04/dilip-ray-2026-01-04-08-37-36.png)