BJD Facebook Post Shreemayee Mishra: ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ: ଶ୍ରୀମୟୀ ମିଶ୍ର

Advertisment

୨୦୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇ ତାମିଲ୍ ଜ୍ବାଇଁ ଫଟୋକୁ ସ୍ଥାନ ଦେବାର ପରିଣାମ ତ ରାଜ୍ୟବାସୀ ଦେଇସାରିଛନ୍ତି। ୨୪ବର୍ଷର ସରକାର ପଳାଇଲା। ସେହି ଭଣ୍ଡ ସନ୍ୟାସୀର ଚାଟୁକାର ହୋଇ ସାଲିସ୍ କଲ, ଆଉ ନୂଆପଡ଼ାବାସୀ ବି କଡ଼ା ଜବାବ ଦେଲେ। ଏହାପରେ ବି tamil ମୋହ ତୁଟୁନି।

୨୦୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇ ତାମିଲ୍ ଜ୍ବାଇଁ ଫଟୋକୁ ସ୍ଥାନ ଦେବାର ପରିଣାମ ତ ରାଜ୍ୟବାସୀ ଦେଇସାରିଛନ୍ତି। ୨୪ବର୍ଷର ସରକାର ପଳାଇଲା। ସେହି ଭଣ୍ଡ ସନ୍ୟାସୀର ଚାଟୁକାର ହୋଇ ସାଲିସ୍ କଲ, ଆଉ ନୂଆପଡ଼ାବାସୀ ବି କଡ଼ା ଜବାବ ଦେଲେ। ଏହାପରେ ବି tamil ମୋହ ତୁଟୁନି।

shreemayee

face book post of shreemayee mishra Photograph: (sambad.in)

ଭୁବନେଶ୍ବର: ପୁଣି ଶ୍ରୀମୟୀ ମିଶ୍ର ବାଣ ମାରି ବିଜେଡିର ନେତାମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ନିଜର ସାମାଜିକ ଗଣମାଧ୍ୟମ (ଫେସ୍‌ବୁକ୍) ପୋଷ୍ଟରେ କହିଛନ୍ତି, ୨୦୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇ ତାମିଲ୍ ଜ୍ବାଇଁ ଫଟୋକୁ ସ୍ଥାନ ଦେବାର ପରିଣାମ ତ ରାଜ୍ୟବାସୀ ଦେଇସାରିଛନ୍ତି। ୨୪ ବର୍ଷର ସରକାର ପଳାଇଲା। ସେହି ଭଣ୍ଡ ସନ୍ୟାସୀର ଚାଟୁକାର ହୋଇ ସାଲିସ୍ କଲ, ଆଉ ନୂଆପଡ଼ାବାସୀ ବି କଡ଼ା ଜବାବ ଦେଲେ। ଏହାପରେ ବି ତାମିଲ ମୋହ ତୁଟୁନି।

ମୁହଁ ଖୋଲିବାକୁ ଡର କାହିଁକି ?

ଶ୍ରୀମୟୀ ମିଶ୍ର ଫେସ୍‌ବୁକ୍ ପୋଷ୍ଟରେ ଲେଖିଛନ୍ତି,
"ଜାତି ନନ୍ଦିଘୋଷ ଚଳିବ କି ଭାଇ ସ୍ବାର୍ଥକୁ ସାରଥୀ କଲେ ,
ଟାଣେ କିରେ ଗାଡ଼ି ଦାନାର ତୋବଡ଼ା ଘୋଡ଼ା ମୁଖେ ବନ୍ଧା ଥିଲେ।"
ଯେଉଁ ନେତାମାନେ ଦିନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ବୋଲି ଦାବି କରୁଥିଲେ, ଆଉ ବିଜୁବାବୁଙ୍କ ସମୟରୁ ରାଜନୀତି କରୁଛୁ ବୋଲି ଗର୍ବ କରୁଥିଲେ, ଆମମାନଙ୍କୁ ବିଜୁବାବୁଙ୍କ ଆଦର୍ଶର କଥା କହୁଥିଲେ ସେହି ଆଗଧାଡ଼ିର ନେତାମାନେ ଆଜି ନିରବ କାହିଁକି ?
ବିଜୁବାବୁଙ୍କ ନାମରେ ଗଠିତ ରାଜନୀତିକ ଦଳରେ ରହି ନିଜ ସ୍ବାଭିମାନ ଓ ଆଦର୍ଶ ସହ ସାଲିସ୍ କ'ଣ ପାଇଁ ? ଏବେ ପୁଣି କେଉଁ ଭୟ ଘାରିଛି ? ଦଳର ଦୟନୀୟ ସ୍ଥିତି ପରେ ମଧ୍ୟ ସୁଧାରିବା ପାଇଁ ମୁହଁ ଖୋଲିବାକୁ ଡର କାହିଁକି ?
କିଛି ନେତା ତ କେବଳ ମୁଣ୍ଡ ବିକ୍ରି କରି ଚୁପ୍ ରହିନାହାନ୍ତି ବରଂ ତାମିଲ ଆଦର୍ଶକୁ ସୁହାଇଲା ଭଳି ଆଚରଣ ବି କରୁଛନ୍ତି। ତାମିଲ ବୋହୂ ହାତରେ ଦଳକୁ ଟେକି ଦେବା ପାଇଁ ଏବେ ସଂଘବଦ୍ଧ ରଣନୀତି ଆରମ୍ଭ କରିଦେଇଛନ୍ତି। ୟେ କ’ଣ ଆପଣମାନଙ୍କର ବିଜୁ ଆଦର୍ଶ ?
୨୦୨୪ ନିର୍ବାଚନରେ ଦଳୀୟ ବ୍ୟାନରରୁ ବିଜୁବାବୁଙ୍କୁ ହଟାଇ ତାମିଲ୍ ଜ୍ବାଇଁ ଫଟୋକୁ ସ୍ଥାନ ଦେବାର ପରିଣାମ ତ ରାଜ୍ୟବାସୀ ଦେଇସାରିଛନ୍ତି। ୨୪ବର୍ଷର ସରକାର ପଳାଇଲା।
ତଥାପି ଚେତା ପଶିଲା ନାହିଁ, ସେହି ଭଣ୍ଡ ସନ୍ୟାସୀର ଚାଟୁକାର ହୋଇ ସାଲିସ୍ କଲ, ଆଉ ନୂଆପଡ଼ାବାସୀ ବି କଡ଼ା ଜବାବ ଦେଲେ। ତୃତୀୟ ସ୍ଥାନକୁ ଖସାଇ ଦେଲେ। ତଥାପି ଏହାର ସମୀକ୍ଷା ଦଳସ୍ତରରେ ହେଲା ନାହିଁ।
ଏହାପରେ ବି ତାମିଲ ମୋହ ତୁଟୁନି।
ସିଖି ମାନେଇ ସାଜି ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପୂର୍ବରୁ ଦଳର ନେତୃତ୍ବ ତାମିଲଙ୍କୁ ଟେକି ଦେବାର ଚକ୍ରାନ୍ତ ଆରମ୍ଭ କରିଦେଲେଣି ଚାଟୁକାର ଗୋଷ୍ଠୀ।
ବିଜୁ ବାବୁଙ୍କ ଆଦର୍ଶ ଥିଲା-
ଓଡ଼ିଶାର ସମ୍ପଦ ଓଡ଼ିଆଙ୍କ ହକ଼ରେ ରହିବ ଓ ଓଡ଼ିଆ ଗର୍ବରେ ବଞ୍ଚିବ...
ଓଡ଼ିଶା ପ୍ରଥମେ, ଓଡ଼ିଆ ପ୍ରଥମେ...
ଜୟ ଜଗନ୍ନାଥ
ଜୟ ଓଡ଼ିଶା
ଜୟ ବିଜୁ ପଟ୍ଟନାୟକ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe