Death OF Father Groom during Wedding Photograph: (sambad.in)
ପାଟଣାଗଡ଼: ବାହା ହେବାକୁ ବରବେଶରେ ବାଣଫୁଟାଇ ନାଚି ନାଚି ବରଯାତ୍ରୀଙ୍କ ମେଳରେ କନ୍ୟା ଘରକୁ ଯାଉଥିଲେ ଯୁବକ। ସେହି ସମୟରେ ଘଟିଥିଲା ବଡ଼ ଅଘଟଣ। ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ବର ବସିଥିବା କାର୍। ଦୁର୍ଘଟଣାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି । ହର୍ଷ ଉଲ୍ଲାସରେ ଚାଲିଥିବା ବାହାଘରରେ ଚାହୁଁଚାହୁଁ ଦୁଃଖର ବାତାବରଣ ଖେଳିଗଲା। ବଲାଙ୍ଗୀର ଉପଖଣ୍ଡ ବେଲପଡ଼ା ଥାନା ମଣ୍ଡଳ ଗାଁରେ ଘଟିଛି ଏହି ଦୁର୍ଘଟଣା ।
ତେବେ ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଛି। ମୃତକ ହେଉଛନ୍ତି ଲୋଇସିଂହା ଥାନା ଆମପାଲି ଗାଁର ଘିବଲୁ ବାଗ। ସୂଚନା ଅନୁସାରେ ଆମପାଳି ଗାଁରୁ ବେଲପଡ଼ ଥାନା ଅନ୍ତର୍ଗତ ମଣ୍ଡଳ ଗାଁକୁ ବରଯାତ୍ରୀ ଦଳ ଆସିଥିଲେ। ବାଣ ଫୁଟାଇ ବାଜା ବଜାଇ ବର ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଆଗରେ ଲୋକ ନାଚି ନାଚି ଯାଉଥିଲେ, ପଛରେ ଥିବା ବର ଗାଡ଼ିରେ ବସିଯାଉଥିଲେ।
ନବବଧୂଙ୍କ ଭାଇ ଗୁରୁତର
ରାତି ସାଢେ ୧୧ଟାରେ ହଠାତ୍ ବର ବସିଥିବା କାର୍ ଆଗରେ ଥିବା ବରଯାତ୍ରୀ ଦଳ ଉପରକୁ ମାଡ଼ିଯାଇଥିଲା। ଗାଡ଼ି ଚାପାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।
ଆହୁରି ପଢ଼ନ୍ତୁ Debashis' explosive statement: ବିଜେଡି ସ୍ଥିତିକୁ ନେଇ ଦେବାଶିଷଙ୍କ ବିସ୍ଫୋରକ ବୟାନ
ତେବେ ଏଭଳି ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବରକନ୍ୟାଙ୍କ ବାହାଘର ସୁଚାରୁ ରୂପେ ସଂପନ୍ନ ହୋଇଥିଲା। ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
Follow Us