Fire Balianta ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ:  ଜଳିଗଲା ୬ ଗାଡ଼ି, ୪ ଦୋକାନ ଓ  ଘର

Advertisment

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ fire ଘଟିଛି | ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି |

ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ fire ଘଟିଛି | ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି |

Untitled

fire at balianta bazar Photograph: (sambad.in)

ବାଲିପାଟଣା/ ବାଲିଅନ୍ତା: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବଜାରରେ ଗତକାଲି ବିଳମ୍ବିତ ରାତିରେ ଭୟାଵହ ଅଗ୍ନିକାଣ୍ଡ ଘଟିଛି | ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି | ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଗାଡ଼ିରେ ଲାଗିଥିବା ନିଆଁ ଲିଭାଇଥିଲୋ । ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ଜଣା ପଡ଼ିନାହିଁ | ପୁଲିସ ଜଣେ ମହିଳାଙ୍କୁ ସନ୍ଦେହରେ ଅଟକ ରଖି ପଚରାଉଚରା କରୁଛି ପୁଲିସ | 

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ନିଆଁ ଲାଗି ଗୋଟିଏ ଚା ଦୋକାନ , ମଥୁରା କେକ୍ ଦୋକାନ , ମକା ଦୋକାନ ଓ ଘର ଜଳିଯାଇଛି | ସେହିପରି ଗୋଟିଏ ୪୦୭ ଟ୍ରକ , ବାଲିନୋ କାର , ଗୋଟିଏ ଅଟୋ ଏବଂ ମଡେଲିଙ୍ଗ ଜିପ , ପିକପ ଭ୍ୟାନ , ପାସେଞ୍ଜର ଅଟୋ ନିଆଁ ଲାଗି ପୋଡ଼ି ଯାଇଛି |

ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା | ନିଆଁ କିପରି ଲାଗିଲା, ତାହା ଜଣାପଡ଼ିନାହିଁ। ଏହା ମନୁଷ୍ୟ କୃତ ବୋଲି ଚର୍ଚ୍ଚା ହେଉଛି | ସନ୍ଦେହରେ ପୁଲିସ ଜଣେ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି | ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ପୋନଇପାଉଁଶ ହୋଇ ଯାଇଥିବା ଜଣା ପଡିଛି |

ବାଲିଅନ୍ତା ଥାନା ଅଧିକାରୀ ଅନିଲ ପରିଡ଼ାଙ୍କ ସୂଚନା ଅନୁସାରେ ଅଟକ ଥିବା ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ପାରିବାରିକ କାରଣରୁ ସେ ମାନସିକ ବିକାରଗ୍ରସ୍ତ ଅଛନ୍ତି। ତାଙ୍କ ଠାରୁ ଦିଆସିଲି ମୁଠା ଜବତ ହୋଇଛି। ସେହି ମହିଳା ପୂର୍ବରୁ ଏପରି ନିଆଁ ଲଗାଇ ଥିବା ପୁଲିସ ତଦନ୍ତରୁ ଜଣା ପଡିଛି।

ଆହୁରି ପଢ଼ନ୍ତୁ Indian Railways: ତାଳଚେର-ବିମଳାଗଡ଼ ନୂତନ ରେଳପଥର ୩୪କିମି ସେକ୍ସନ କାର୍ଯ୍ୟକ୍ଷମ

ପ୍ରତ୍ୟକ୍ଷଦର୍ଶୀଙ୍କ ଦାବି: ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିଲେ


ଅନ୍ୟପକ୍ଷରେ ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିବା ସେ ଦେଖିଛନ୍ତି । 
ପରିବା ବ୍ୟବସାୟ କରିବା ପାଇଁ ସେ ରାତ୍ରିରେ ଯାଉଥିବା ବେଳେ ପ୍ରାୟ ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିବା ସେ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ Mokim: ମୋକିମ୍‌ଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ: ଭକ୍ତଙ୍କ ସହିତ ରାହୁଲ ଓ ଖଡ଼୍‌ଗେଙ୍କ ଆଲୋଚନା

ପ୍ରତ୍ୟକ୍ଷଦର୍ଶୀଙ୍କ ଏଭଳି ବୟାନକୁ ନେଇ ଅଂଚଳରେ ଚର୍ଚ୍ଚା ଚାଲିଛି । ପ୍ରକୃତ ଅଭିଯୁକ୍ତକୁ ପୁଲିସ ଧରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି ।
ଅଧିକ ତଦନ୍ତ ହେଲେ ଘଟଣା ଉପରୁ ପରଦା ହଟିବ ବୋଲି ବାଲିଅନ୍ତା ଥାନା ଅଧିକାରୀ କହିଛନ୍ତି। ବାଲିଅନ୍ତା ଅଞ୍ଚଳରେ ଏଭଳି ଅଗ୍ନିକାଣ୍ଡ ଘଟଣା ସକାଳୁ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟାପକ ପରିମାଣର ସମ୍ପତ୍ତି ନଷ୍ଟ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe