ବେଆଇନ ଭାବେ ବନ୍ଧୁକ ରଖିଥିଲେ; ବଚସାରୁ ଗୁଳି ଫୁଟାଇଲେ, ନାବାଳକ ଆହତ

Advertisment

ଦୁଇ ଭାଇ ଶିବ ନାୟକ ଓ ତାର ସାନଭାଇ ରବି ନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ରବି ଉତ୍‌କ୍ଷୀପ୍ତ ହୋଇ ଘରେ ଥିବା ଦେଶୀ ବନ୍ଧୁକ ବାହାର କରିଥିଲା। ସେ ବଡ଼ ଭାଇ ଶିବଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲା।

ଦୁଇ ଭାଇ ଶିବ ନାୟକ ଓ ତାର ସାନଭାଇ ରବି ନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ରବି ଉତ୍‌କ୍ଷୀପ୍ତ ହୋଇ ଘରେ ଥିବା ଦେଶୀ ବନ୍ଧୁକ ବାହାର କରିଥିଲା। ସେ ବଡ଼ ଭାଇ ଶିବଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲା।

gun

ଟାଙ୍ଗୀ: ଘରେ ଥିବା ବେଆଇନ ବନ୍ଧୁକରୁ ଗୁଳି ଫୁଟିଛି। ଏଥିରେ ଜଣେ ନାବାଳକ ଆହତ ହୋଇଛି। ଘଟଣା ପ୍ରଘଟ ହେବା ପରେ ଗୁଳି ଫୁଟାଇବାର କାରଣ ଥିବା ଦୁଇ ଭାଇଙ୍କୁ ପୁଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧୀନ ଦିକ୍ଷିତପଡା ଗାଁରେ ଏହି ଅପ୍ରୀତିକର ଅଘଟଣ ଘଟିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶିବ ନାୟକ (୨୧) ଓ ରବି ନାୟକ (୧୯) । 

ଏହି ଖବର ପଢ଼ନ୍ତୁ: ଅବକାରୀ ଚଢଉ ବେଳେ ଜଣେ ଗିରଫ

ସୂଚନା ଅନୁସାରେ ଦିକ୍ଷିତପଡା ଗାଁରେ ପାରିବାରିକ କଳହକୁ ନେଇ ଶନିବାର କେଳା ସାମ୍ପ୍ରଦାୟର ଦୁଇ ଭାଇ ଶିବ ନାୟକ ଓ ତାର ସାନଭାଇ ରବି ନାୟକଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ରବି ଉତ୍‌କ୍ଷୀପ୍ତ ହୋଇ ଘରେ ଥିବା ଦେଶୀ ବନ୍ଧୁକ ବାହାର କରିଥିଲା। ସେ ବଡ଼ ଭାଇ ଶିବଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲା। କିନ୍ତୁ ସୌଭାଗ୍ୟର କଥା ଲକ୍ଷ୍ୟ ଭେଦ ବିଚ୍ୟୁତ ଯୋଗୁ ଗୁଳିଟି ଭାଇ ଦେହରେ ନବାଜି ଏହା କାନ୍ଥରେ ବାଜିଥିଲା। କିନ୍ତୁ ଗୁଳିର କିଛି ଅଂଶ କାନ୍ଥରୁ ଛିଟିକି ଯାଇ ପାଖରେ ଥିବା ଜଣେ ନାବାଳକ ଦେହରେ ବାଜିଥିଲା। ଏବେ ଆହତ ନାବାଳକ ସୁସ୍ଥ ଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ତୁରନ୍ତ ପହଞ୍ଚି ଦୁଇ ଭାଇଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରି। ଅଧିକ ତଦନ୍ତ ଆରମ୍ଭ କରୁଛି।

ରବି ଉତ୍‌କ୍ଷୀପ୍ତ ହୋଇ ଘରେ ଥିବା ଦେଶୀ ବନ୍ଧୁକ ବାହାର କରିଥିଲା। ସେ ବଡ଼ ଭାଇ ଶିବଙ୍କ ଉପରକୁ ଲକ୍ଷ୍ୟ କରି ଗୁଳି ଫୁଟାଇଥିଲା। କିନ୍ତୁ ସୌଭାଗ୍ୟର କଥା ଲକ୍ଷ୍ୟ ଭେଦ ବିଚ୍ୟୁତ ଯୋଗୁ ଗୁଳିଟି ଭାଇ ଦେହରେ ନବାଜି ଏହା କାନ୍ଥରେ ବାଜିଥିଲା।

ସୂଚନାଯୋଗ୍ୟ, ଶିବ ଓ ରବି ଦୀର୍ଘ ଦିନରୁ ‌ଘରେ ଦେଶୀ ବନ୍ଧୁକ ରଖିଥିଲେ। ସମ୍ଭବତଃ ଏହି ‌ବନ୍ଧୁକ ମାଧ୍ୟମରେ ବନ୍ୟଜନ୍ତୁ ଶିକାର କରିଥାଇ ପାରନ୍ତି। ପୁଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ କଲେ ଆହୁରି ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି। ଅନ୍ୟପଟରେ ଏହି ଅଞ୍ଚଳରେ ଚୋରି, ଡକାୟତି ଠାରୁ ଆରମ୍ଭ କରି ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ବହୁ ନଜିର ରହିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe