ନେପାଳର ଛାତ୍ରୀ କିଟ୍‌ରେ ମୃତ୍ୟୁ ମାମଲା: କାର୍ଯ୍ୟାନୁଷ୍ଠାନ ଜାରି, ଆହୁରି ଅନେକ ଦାବି

କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା(୧୯)ଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି।

ଅଦ୍ୟତନ ହୋଇଛି
Five persons arrested

Five persons arrested Photograph: (sambad.in)

ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟରେ ରବିବାର ରାତିରେ ନେପାଳର ନିବାସୀ ତଥା ଇଂଜିନିୟରିଂ ଛାତ୍ରୀ ପ୍ରକୃତି ଲାମ୍‌ସା(୧୯)ଙ୍କ ମୃତ୍ୟୁ ମାମଲାରେ ରାଜ୍ୟ ସରକାର କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛନ୍ତି। ଏହି ମାମଲାରେ ଭୁବନେଶ୍ବର-କଟକ କମିସନରେଟ୍‌ ପୁଲିସ ଆଜି ୫ ଜଣଙ୍କୁ ଗିରଫ କରିଛି। ଏଥିରେ କିଟ୍‌ର ୩ ଜଣ ନିର୍ଦ୍ଦେଶକ ମଧ୍ୟ ସାମିଲ ଅଛନ୍ତି। 

ଇନ୍‌ଫୋସିଟି ଥାନା ପୁଲିସ ଆଜି କିଟ୍ ବିଶ୍ବବିଦ୍ୟାଳୟର ମାନବ ସମ୍ବଳ ନିର୍ଦ୍ଦେଶକ ଶିବାନନ୍ଦ ମିଶ୍ର, ପ୍ରଶାସନିକ ନିର୍ଦ୍ଦେଶକ ପ୍ରତାପ ଚମ୍ପତି, ହଷ୍ଟେଲ ନିର୍ଦ୍ଦେଶକ ସୁଧୀର ରଥ, ସୁରକ୍ଷାକର୍ମୀ ରମାକାନ୍ତ ନାୟକ ଓ ଯୋଗେନ୍ଦ୍ର ବେହେରା ଗିରଫ ହୋଇଛନ୍ତି। ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

କିଟ୍‌ ବିଶ୍ବବିଦ୍ୟାଳୟରେ ଛାତ୍ରୀ ମୃତ୍ୟୁ ମାମଲା କେବଳ ରାଜ୍ୟ ଭିତରେ ସୀମିତ ନାହିଁ। ‌ଏହି ଖବର ନେପାଳରେ ମଧ୍ୟ ପହଞ୍ଚିଛି। ଛାତ୍ରଛାତ୍ରୀମାନେ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ପୀଡିତାଙ୍କୁ ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି।  ଶତାଧିକ ଛାତ୍ରଛାତ୍ରୀମାନେ ଆଜି କ୍ୟା‌ଣ୍ଡେଲ ଶୋଭାଯାତ୍ରା କରିଛନ୍ତି। 

ଏହି ଖବର ପଢ଼ନ୍ତୁ: ‘ନେପାଳର ଛାତ୍ରଛାତ୍ରୀଙ୍କୁ କଟକରେ ଛାଡ଼ିବା ପୂର୍ବରୁ ସରକାରଙ୍କୁ ଜଣାଇନି କିଟ୍’

ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି, ଆଜି ସକାଳେ ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଘଟଣାର ତଦନ୍ତ କରାଯାଇଥିଲା। ଏହି ତଦନ୍ତ ବେଳେ ଯେଉଁ ତଥ୍ୟ ମିଳିଲା, ଏହି କଥାକୁ ଆହୁରି ପରୀକ୍ଷା ନିରୀକ୍ଷା କରାଯିବାର ଆବଶ୍ୟକତା ରହିଛି। ଏଥି ପାଇଁ ଉଚ୍ଚସ୍ତରୀୟ କମଟ ଗଠନ କରାଯାଇଛି। କିଟ୍‌ରେ କେଉଁ କାରଣରୁ ସାଇନ୍ ଡାଏନ ଘୋଷଣା କରାଗଲା। ଏହା ପଛରେ କାରଣ କ’ଣ ରହିଛି? ନେପାଳର ଛାତ୍ରଛାତ୍ରୀମାନଙ୍କୁ କାହିଁକି କଟକ ଷ୍ଟେସନରେ ଛଡ଼ାଗଲା? ଏହି ନିଷ୍ପତ୍ତି ନେବା ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କ ତରଫରୁ ଶିକ୍ଷା ବିଭାଗ ଓ ଗୃହ ବିଭାଗକୁ ଜଣାଯାଇ ନାହିଁ। 

ଏହି ଖବର ପଢ଼ନ୍ତୁ: କ୍ଷମା ମାଗିବା ସହ ଏମିତି କହିଲେ କିଟ୍‌ କର୍ତ୍ତୃପକ୍ଷ

ସୂଚନାଯୋଗ୍ୟ, ବି-ଟେକ୍ ଦ୍ବିତୀୟ ବର୍ଷର ଛାତ୍ରୀଙ୍କ ମୃତ୍ୟୁ ପରେ ସୋମବାର ଦିନତମାମ ଦେଖାଯାଇଥିବା ଉତ୍ତେଜନା ଓ ଅଭାବନୀୟ ପରିସ୍ଥିତି ନେଇ କିଟ୍‌ କର୍ତ୍ତୃପକ୍ଷ କ୍ଷମା ପ୍ରାର୍ଥନା କରିଛନ୍ତି। କିଟ୍ କର୍ତ୍ତୃପକ୍ଷ ମଙ୍ଗଳବାର କହିଛନ୍ତି, ଘଟଣା ପାଇଁ ୨ଜଣ ସୁରକ୍ଷା କର୍ମୀଙ୍କୁ ବହିଷ୍କାର କରାଯାଇଥିବା ବେଳେ ଅନ୍ୟ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଘଟଣାର ଅଧିକ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀଙ୍କୁ ତୁରନ୍ତ କ୍ୟାମ୍ପସକୁ ଫେରିବାକୁ ଅନୁରୋଧ କରାଯାଉଛି। ଛାତ୍ରଛାତ୍ରୀଙ୍କ ଫେରିବା ନେଇ କ୍ୟାମ୍ପସ ୬ ପରିସରରେ ସ୍ୱତନ୍ତ୍ର ଭାବେ ଏକ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଘଟଣାକୁ ନେଇ କ୍ଷମାପ୍ରାର୍ଥନା କରିବା ସହ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମର ପ୍ରଥମ ଦାୟିତ୍ୱ ବୋଲି କହିଛନ୍ତି କିଟ୍ କର୍ତ୍ତୃପକ୍ଷ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe