ରାଜ୍ୟରେ ଶୀତଲହରୀ ଜାରି: ଆସନ୍ତାକାଲି ଏହି ୩ ଜିଲ୍ଲାରେ ଘନକୁହୁଡ଼ି ସମ୍ଭାବନା

Advertisment

ସମଗ୍ର ଭାରତ ସମେତ ଓଡ଼ିଶାରେ ମଧ୍ୟ ଶୀତଲହରୀ ପୁଣି ଥରେ ଆରମ୍ଭ ହୋଇଯାଇଛି। ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବାରେ ଲାଗିଛି। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି।

ସମଗ୍ର ଭାରତ ସମେତ ଓଡ଼ିଶାରେ ମଧ୍ୟ ଶୀତଲହରୀ ପୁଣି ଥରେ ଆରମ୍ଭ ହୋଇଯାଇଛି। ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବାରେ ଲାଗିଛି। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି।

ଭୁବନେଶ୍ବର: ପାଣିପାଗ ବଦଳିଛି। ସମଗ୍ର ଭାରତ ସମେତ ଓଡ଼ିଶାରେ ମଧ୍ୟ ଶୀତଲହରୀ ପୁଣି ଥରେ ଆରମ୍ଭ ହୋଇଯାଇଛି। ଫଳରେ ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବାରେ ଲାଗିଛି। ଉତ୍ତର-ଉତ୍ତର ପୂର୍ବ ଦିଗରୁ ରାଜ୍ୟକୁ ବାୟୁ ପ୍ରବାହ ଯୋଗୁ ଥଣ୍ଡା ବଢୁଛି। ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରି ସେଲସିୟସ୍ ଯାଏ ଖସିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଜାରି କରିଥିବା ପୂର୍ବାନୁମାନ ଅନୁସାରେ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ। ଅର୍ଥାତ ଆଗାମୀ ଦିନରେ ଶୀତ ଆହୁରି ବଢ଼ିପାରେ। କିଛି ସ୍ଥାନରେ ପାରଦ ୧୦ ଡିଗ୍ରି କିମ୍ବା ତା’ଠୁ ଆହୁରି କମିବା ସମ୍ଭାବନା ରହିଛି।

ଏହି ଖବର ପଢ଼ନ୍ତୁ: ୟୁପି ରୁଦ୍ରାସ୍‌କୁ ଜିତାଇଲେ ଚିର୍‌ମାକୋ; ସୁର୍‌ମା ହକି କ୍ଲବକୁ ୩-୦ରେ ହରାଇଲା

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର କେତେକ ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି। ଆସନ୍ତାକାଲି  (ଶୁକ୍ରବାର) ସକାଳେ ଅନୁଗୁଳ, ଢେଙ୍କାନାଳକନ୍ଧମାଳ ଜିଲ୍ଲାରେ ଘନକୁହୁଡି ହୋଇପାରେ। ଫଳରେ ଦୃଶ୍ୟମାନ କ୍ଷମତା ୨୦୦ ମିଟରରୁ କମ୍‌ ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି। 

ଏହି ଖବର ପଢ଼ନ୍ତୁ: ଜନ୍ମମୃତ୍ୟୁ ପ୍ରମାଣପତ୍ର ପାଇଁ ୪ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ସୁପରଭାଇଜର

ଶୀତର ଲୁଚକାଳି ଭିତରେ ପୁଣି ଥରେ ପାରଦ ଖସିଛି। ଚଳିତ ବର୍ଷ ପୁଣି ଓଡ଼ିଶାର ଦାର୍ଜିଲିଂ କୁହାଯାଉଥିବା ଘୁମୁସର ଉଦୟଗିରି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି। ପ୍ରବଳ ଶୀତରେ ଥରୁଛି ସାରା ଅଞ୍ଚଳ। ଆଜି ଘୁ.ଉଦୟଗିରି ସହରର ସର୍ବନିମ୍ନ ତାପମାତ୍ରା ୪.୮ଡିଗ୍ରି ସେଲସିୟସ ରେକର୍ଡ କରାଯାଇଥିବା କୃଷି ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଗତକାଲି ସର୍ବନିମ୍ନ ତାପମାତ୍ରା ୬.୨ ଡିଗ୍ରି ରହିଥିଲା। କିଛି ଦିନ ବ୍ୟବଧାନ ପରେ ହଠାତ୍‌ ଶୀତ ବଢ଼ିଥିବାରୁ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହେଉଛି। ଏଣେ ଅତ୍ୟଧିକ କୁହୁଡ଼ି ଯୋଗୁ ସମ୍ମୁଖ ରାସ୍ତା ଦେଖା ଯାଉନାହିଁ। ଫଳରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେଉଛି। ପ୍ରବଳ ଶୀତ ଯୋଗୁ ଗରିବ ଲୋକମାନେ ନାହିଁ ନ ଥିବା ଅସୁବିଧାରେ ଥିବାବେଳେ ଅନ୍ୟପଟେ ଶୀତର ମଜା ନେବା ପାଇଁ ଘୁ.ଉଦୟଗିରିକୁ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି। କଳିଙ୍ଗା ବନ ଉଦ୍ୟାନ, କାଲିଗାଡୁ ହିଲ୍‌ଟପ୍‌, ସିରିକି ପାର୍କ, କଫିବଗିଚା, କଳିଙ୍ଗା ଘାଟି ଦେଖିବାକୁ ପର୍ଯ୍ୟଟକମାନଙ୍କ ଭିଡ଼ ଜମୁଛ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe