ପୁଣି ଅଘଟଣ: ସ୍ପଞ୍ଜ କାରଖାନାର ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ଫୋରଣ, ୩ ଶ୍ରମିକ ଗୁରୁତର

ଇସ୍ପାତ୍‌ ନଗରୀ ରାଉରକେଲାରେ ପୁଣି ଅଘଟଣ ଘଟିଛି। ରାଉରକେଲାରେ କ୍ରମାଗତ ତୃତୀୟ ଦିନରେ ଏହି ଅଘଟଣ ଘଟିଛି। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ  ଘଟିଛିl ଏଥିରେ ଚାରି  ଜଣ ଶ୍ରମିକ ଗୁରୁତର ହୋଇଛନ୍ତି l

ଅଦ୍ୟତନ ହୋଇଛି
Rourkela

Rourkela Photograph: (sambad.in)

ରାଉରକେଲା: ଇସ୍ପାତ୍‌ ନଗରୀ ରାଉରକେଲାରେ ପୁଣି ଅଘଟଣ ଘଟିଛି। ରାଉରକେଲାରେ କ୍ରମାଗତ ତୃତୀୟ ଦିନରେ ଏହି ଅଘଟଣ ଘଟିଛି। ସ୍ଥାନୀୟ କଳୁଙ୍ଗା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ  ଘଟିଛିl ଏଥିରେ ଚାରି  ଜଣ ଶ୍ରମିକ ଗୁରୁତର ହୋଇଛନ୍ତି l ରାଉରକେଲା ଏକ ଘରୋଇ ହସ୍ପିଟାଲରେ ସମସ୍ତଙ୍କୁ ଭର୍ତ୍ତି କରାଯାଇଛି l ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛିl

ଆଜି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ବେଦବ୍ୟାସ କଲୁଙ୍ଗା ଶିଳ୍ପାଞ୍ଚଳର ମହାବୀର ଫେରୋ ଆଲଏଜ୍‌ ସ୍ପଞ୍ଜ କାରଖାନାର ନିର୍ମାଣଧୀନ ଷ୍ଟିଲ୍‌ ମେଲ୍‌ଟିଂ ସପ୍‌ (ଏସ୍‌ଏମ୍‌ଏସ୍‌) ଫର୍ନେସ୍‌ରେ ଦୁର୍ଘଟଣା ଘଟିଛି। ଫର୍ନେସ୍‌ରେ କାମ ଚାଲିଥିବାବେଳେ ହଠାତ୍‌ ବିସ୍ଫୋରଣ ହୋଇଥିଲା। ସେଠାରେ କାମ କରୁଥିବା ତିନିଜଣ ଶ୍ରମିକ ପୋଡ଼ି ଯାଇଥିଲେ। ଅନ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ଆହତମାନେ ହେଲେ ନୂଆଗାଁ ବ୍ଲକ୍‌ କୋକେରମାର ରାଜୁ ଗଞ୍ଜୁ (୪୧), କଲୁଙ୍ଗାର ମନୋଜ ବାଟୱାରୀ ଓ ଜାକିର୍‌ ଅନ୍‌ସାରି। ତିନିଜଣ ଆହତଙ୍କୁ ପ୍ରଥମେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏମାନଙ୍କ ମଧ୍ୟରୁ ରାଜୁ ଗଞ୍ଜୁଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ବର୍ନ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଶରୀରର ୩୦ ଭାଗରୁ ଅଧିକ ପୋଡ଼ି ଯାଇଥିବା ଜଣାପଡ଼ିଛି। ଅନ୍ୟ ଦୁଇ ଶ୍ରମିକଙ୍କ ଅବସ୍ଥା ଠିକ୍‌ ରହିଛି। ବିସ୍ଫୋରଣ ପରେ ଯନ୍ତ୍ରାଂଶଗୁଡ଼ିକରେ ନିଆଁ ଲାଗିଯାଇଥିବାରୁ ଫର୍ନେସ୍‌ ଓ ଏହାର ଆଖପାଖ ଅଞ୍ଚଳ ଧୂଆଁମୟ ହୋଇଯାଇଥିଲା। ଦୁଇଟି ଦମକଳଗାଡ଼ି ପହଞ୍ଚି ନିଆଁକୁ କାବୁ କରିଥିଲେ। ମହାବୀର କାରଖାନା ସମ୍ପ୍ରସାରଣ ପରେ ଏସ୍‌ଏମ୍‌ଏସ୍‌ ନୂଆ ଫର୍ନେସ୍‌ରେ ନିର୍ମାଣ କାମ ଚାଲିଥିବାବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଖବର ପାଇ ରାଉରକେଲା କାରଖାନା ଓ ବାଷ୍ପିତ୍ର ଉପନିର୍ଦ୍ଦେଶାଳୟର ଅଧିକାରୀ ଏବଂ ବ୍ରାହ୍ମଣୀତରଙ୍ଗ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ରାଉରକେଲା ଶିଳ୍ପାଞ୍ଚଳର ମହାବୀର ସ୍ପଞ୍ଜ କାରଖାନା ବ୍ଲାଷ୍ଟ ଫର୍ଣ୍ଣେସରେ ବିସ୍ପୋରଣ  ଘଟିଛିl ଏଥିରେ ୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି l ରାଉରକେଲା ଷ୍ଟେସନର ୪ ନଂ ପ୍ଲାଟ୍‌ଫର୍ମ ନିକଟରେ ଗୁରୁବାର ସଂଧ୍ୟା ପ୍ରାୟ ୪ଟା ୪୫ ମିନିଟ୍‌ରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଥିଲା। ଏହା ପୂର୍ବରୁ ବୁଧବାର ସକାଳୁ ଏକ ମାଲ୍‌ଗାଡ଼ି ନିୟନ୍ତ୍ରଣ ହରାଇ ରେଳସାଇଡିଂ ପାଚେରି ଭାଙ୍ଗି ବସ୍ତି ଭିତରକୁ ମାଡ଼ିଯାଇଥିଲା।

ଏହି ଖବର ପଢ଼ନ୍ତୁ: ରାଉରକେଲାରେ ମାଲଗାଡ଼ିର ଦୁଇଟି ବଗି ଲାଇନଚ୍ୟୁତ

ବାସନ୍ତୀ କଲୋନି ମାଲଗୋଦାମ ରେଳସାଇଡିଂ ରେଳଦୁର୍ଘଟଣାର ୩୪ ଘଣ୍ଟା ପରେ ଗୁରୁବାର ସଂଧ୍ୟା ପ୍ରାୟ ୪ଟା ୪୫ ମିନିଟ୍‌ରେ ଷ୍ଟେସନର ୪ ନଂ ପ୍ଲାଟ୍‌ଫର୍ମ ନିକଟରେ ଏକ ଦୁର୍ଘଟଣା ଘଟିଥିଲା। ମୁମ୍ବାଇ-ହାୱଡା ମୁଖ୍ୟମାର୍ଗର ୧୦ ନଂ ଟ୍ରାକ୍‌ରେ ମାଲ୍‌ଗାଡ଼ି ଲାଇଚ୍ୟୁତ୍‌ ହୋଇଥିଲା। ମାଲ୍‌ଗାଡ଼ିର ଗୋଟିଏ ବଗି ଲାଇନ୍‌ରୁ ତଳକୁ ଖସିଯିବା ପରେ ଇଞ୍ଜିନ୍‌ ବଗିକୁ ଛାଡି କିଛି ବାଟ ଚାଲିଯାଇଥିଲା। ଦୁର୍ଘଟଣା ପରେ ବନ୍ଧମୁଣ୍ଡା ଷ୍ଟେସନରେ ହୁଟର (ହର୍ଣ୍ଣ) ବାଜିଥିଲା। ସତର୍କ ସୂଚନା ଶୁଣିବା ପରେ ଟୁଲ୍‌ ଭ୍ୟାନ୍‌ ଓ କ୍ରେନ୍‌ ବିଭାଗର ସମସ୍ତ କର୍ମଚାରୀଙ୍କ ସହ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖୁସିର କଥା ଯେ, ଦୁର୍ଘଟଣାରେ କ୍ଷୟକ୍ଷତି ହୋଇ ନଥିଲା। 

ଏହି ଖବର ପଢ଼ନ୍ତୁ: ଆଗାମୀ ଦିନରେ ଶିକ୍ଷା ବିଭାଗ ନିଯୁକ୍ତିର ବଡ଼ ଧମାକା ହେବାକୁ ଯାଉଛି: ମୁଖ୍ୟମନ୍ତ୍ରୀ

ସୂଚନାଯୋଗ୍ୟ, ମାଲ୍‌ଗୋଦାମ ଏଫ୍‌ସିଆଇ ବସ୍ତିରେ ଗୁରୁବାର ସକାଳ ପ୍ରାୟ ୬ଟା ୧୦ ମିନିଟ୍‌ରେ ରେଳସାଇଡିଂକୁ ସିମେଣ୍ଟ ବୋଝେଇ ପାଇଁ ଆସିଥିବା ଏକ ମାଲବାହୀ ଟ୍ରେନ୍‌ ଗୋଟିଏ ଲାଇନ୍‌ରୁ ଅନ୍ୟ ଲାଇନ୍‌କୁ ସଣ୍ଟିଂ(ପଛକୁ) କରାଯାଉଥିଲା। ହେଲେ ମାଲ୍‌ଗାଡ଼ିଟି ନିୟନ୍ତ୍ରଣ ହରାଇ ରେଳସାଇଡିଂ ପାଚେରି ଭାଙ୍ଗି ବସ୍ତି ଭିତରକୁ ମାଡ଼ିଯାଇଥିଲା। ଚା’ ଦୋକାନୀ ଓ ବସ୍ତିବାସିନ୍ଦାଙ୍କ ପାଟିଶୁଣି ଲୋକୋପାଇଲଟ୍‌ ବ୍ରେକ୍‌ ଲଗାଇବା ପୂର୍ବରୁ ୪ଟି ବଗି (କଣ୍ଟେନର୍‌) ରାସ୍ତା ଅତିକ୍ରମ କରି ବସ୍ତିସମ୍ମୁଖ ଦୋକାନ ଭାଙ୍ଗି ଭିତରକୁ ପଶିଯାଇଥିଲା। ଚା’ ଦୋକାନୀଙ୍କ ଯୋଗୁ ବଡ଼ଧରଣ ଦୁର୍ଘଟଣା ଟଳିଯାଇଥିଲା। ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲେ ବସ୍ତିବାସିନ୍ଦା। ହେଲେ ଟ୍ରେନ୍‌ ଧକ୍କାରେ ଚୂର୍‌ମାର୍‌ ହୋଇଯାଇଥିଲା ଅଟୋ, ଦୁଇଟି ବାଇକ୍‌, ୧୦ରୁ ଅଧିକ ଉଠା ଦୋ‌କାନ। ଆଉ ମାତ୍ର ୮ ଫୁଟ୍‌ ମାଡ଼ି ଯାଇଥିଲେ, ବସ୍ତିରେ ଶୋଇଥିବା ଅନେକଙ୍କ ଜୀବନ ଚାଲିଯାଇଥାନ୍ତା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe