ସୁଭଦ୍ରା: ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା

ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ରାଜ୍ୟର ଲକ୍ଷାଧିକ ମହିଳା ହିତାଧିକାରୀମାନେ ଅପେକ୍ଷାରତ ଥିବା ବେଳେ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି।

 Subadra 4th phase of first instalment

Subadra 4th phase of first instalment Photograph: (Sambad )

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ’ସୁଭଦ୍ରା ଯୋଜନା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ଅପେକ୍ଷାରତ ଅବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେନେଇ ଯଦିଓ ବିଦ୍ଧିବଦ୍ଧ ଭାବେ ତାରିଖ ଘୋଷଣା ହୋଇନାହିଁ, ସମ୍ଭବତଃ ଏହା ଆଗାମୀ ଜାନୁଆରିରେ ମିଳିବ ବୋଲି ଆଶା କରାଯାଉଛି। ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ଅପ୍‌ଡେଟ୍‌ ଦେଇଛନ୍ତି। 

ଏହି ଖବର ପଢ଼ନ୍ତୁ: ଋଣ କରାଇ‌ଦେବାକୁ କହି ୫ ହଜାର ନେଉଥିଲେ ମହାପ୍ରବନ୍ଧକ

ରାଜ୍ୟ ସରକାର ଏପର୍ଯ୍ୟନ୍ତ ପ୍ରଥମ କିସ୍ତିରେ ୩ଟି ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ଦେଇ ସାରିଛନ୍ତି। ଚତୁର୍ଥ ପର୍ଯ୍ୟାୟର ଟଙ୍କା ଆସନ୍ତା ଜାନୁଆରିରେ ଦେବେ। ପ୍ରାୟ ୨୦ ଲକ୍ଷ ମହିଳାଙ୍କୁ ଏହି ପର୍ଯ୍ୟାୟରେ ଟଙ୍କା ଦିଆଯିବାର ଲକ୍ଷ୍ୟ ରଖାଯାଇଛି। ଏଥି ପାଇଁ ଯାଞ୍ଚ ପ୍ରକ୍ରିୟା ଆଗାମୀ ୩୦ ତାରିଖ ମଧ୍ୟରେ ଶେଷ ହେବ। 

-ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ

ଏପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଯୋଗ୍ୟ ମହିଳାଙ୍କ ଆକାଉଣ୍ଟରେ ଟଙ୍କା ପହଞ୍ଚି ସାରିଛି। ଚତୁର୍ଥ ପର୍ଯ୍ୟାୟ ଟଙ୍କା ଡିସେମ୍ବର ୨୪ରେ ଦିଆଯିବ ବୋଲି ସରକାର କହିଥିଲେ। କିନ୍ତୁ ପରେ ଏହାକୁ ସ୍ଥଗିତ ରଖିଛନ୍ତି। ଏବେ କୁହାଯାଉଛି ଯେ, ଆସନ୍ତା ୨୦୨୫ ଜାନୁଆରିରେ ସରକାର ଟଙ୍କା ପଠାଇବେ। ଏହି ପର୍ଯ୍ୟାୟରେ ପ୍ରାୟ ୨୦ ଲକ୍ଷ ହିତାଧିକାରୀଙ୍କୁ ଟଙ୍କା ମିଳିବ। ଯାଞ୍ଚ ପ୍ରକ୍ରିୟା ଜାରି ରହିଥିବାରୁ ଏହି ପର୍ଯ୍ୟାୟ ଟଙ୍କା ବିଳମ୍ବରେ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।  

ଏହି ଖବର ପଢ଼ନ୍ତୁ: ପିଥୋରାଗଡ଼ରେ ଭୟଙ୍କର ଭୂସ୍ଖଳନ

ଗତ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିବା ଯୋଜନାରୁ ଯେଉଁମାନେ ଏପର୍ଯ୍ୟନ୍ତ ଉପକୃତ ହୋଇପାରି ନାହାନ୍ତି, ସେମାନେ ବ୍ୟସ୍ତ ଦେଖାଯାଉଛନ୍ତି। ଅନେକ ମହିଳାଙ୍କର ଅଭିଯୋଗ ଯେ, ସେମାନଙ୍କର ନାମରେ କୌଣସି ଜମି ରେକର୍ଡ ନଥିବା ବେଳେ ସରକାର ସେମାନଙ୍କୁ ସାମିଲ କରୁନାହାନ୍ତି। ଆହୁରି ଅନେକ ମହିଳା କହୁଛନ୍ତି, ସେମାନେ କୌଣସି ଜଳକର ଦେଉନାହାନ୍ତି। କିନ୍ତୁ ତାଙ୍କର ଆବେଦନକୁ ସ୍ବୀକାର କରାଯାଇ ନାହଁ। 

ଏହି ଖବର ପଢ଼ନ୍ତୁ: ବିରାଟଙ୍କ ପବକୁ ମିଳିଲା ନୋଟିସ୍

ଅନ୍ୟପଟରେ ସରକାର କହିଛନ୍ତି ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ରହିଥିବା ଯୋଗ୍ୟ ହିତାଧିକାରୀ ସୁଭଦ୍ରା ପୋର୍ଟାଲରେ ଯାଇ ନିଜର ଅଭିଯୋଗ ଦାୟର କରିପାରିବେ। ଏହାବ୍ୟତୀତ ଏହି ଯୋଜନା ପାଇଁ ବ୍ଲକରେ ତିଆରି ହୋଇଥିବା କମିଟି ନିକଟରେ ମଧ୍ୟ ନିଜର ଅଭିଯୋଗ ଦେଇପାରିବେ। ଏହାପରେ ରାଜସ୍ବ ବିଭାଗର କର୍ମଚାରୀମାନେ ଗାଁକୁ ଯାଇ ତଦାରଖ କରିବା ପରେ ଦେଇଥିବା ରିପୋର୍ଟ ଅନୁସାରେ, ଚତୁର୍ଥ ପର୍ଯ୍ୟାୟରେ ଏହି ହିତାଧିକାରୀମାନଙ୍କୁ ସାମିଲ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି। ଏଥିସହିତ ରିଜେକ୍ଟ ଲିଷ୍ଟ ଯାଞ୍ଚ ସମୟରେ ଆଧାର ଭେରିଫିକେସନ କରାଇନେବାକୁ ସେ ହିତାଧିକାରୀମାନଙ୍କୁ ଅନୁରୋଧ କରିଛନ୍ତି ।

ଏହି ଖବର ପଢ଼ନ୍ତୁ: ଝରିଗାଁ ବ୍ଲକର ସମସ୍ତ ଧାନମଣ୍ଡିରେ ଅଚଳାବସ୍ଥା ଜାରି

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ବାୟୋମେଟ୍ରିକରେ ଇ-କେୱାଇସି ଶେଷ ବୋଲି ଦେଖାଉଛି, ତେବେ ହିତାଧିକାରୀ ଅଚିନ୍ତା ରୁହନ୍ତୁ। ଓଟିପି ଜରିଆରେ ଇ-କେୱାଇସି କରିଥିଲେ ମଧ୍ୟ ବାୟୋମେଟ୍ରିକ କରନ୍ତୁ। ଇ-କେୱାଇସି ଅପଡେଟ ନଥିବାରୁ ୫ ଲକ୍ଷ ୧୧ ହଜାର ଆବେଦନ ପଡ଼ି ରହିଛି। ମଣ୍ଡିରେ ୫ ଏକର ଜମି ଥିବା ଦର୍ଶାଇଥିଲେ ରିଜେକ୍ଟ ଲିଷ୍ଟରେ ନାଁ ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe