G. Udaygiri Colder: ଦିନକ ପରେ ଘୁ.ଉଦୟଗିରିରେ ପାରଦ ଖସିଲା

ଖସିଲା ପାରଦ ବଢିଲା ଶୀତ ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ପାରଦ ୮.୪ ଡିଗ୍ରି ରେକର୍ଡ। ଗୋଟିଏ ଦିନ ବ୍ୟବଧାନରେ ପାରଦ ଖସିଲା ୩ଡିଗ୍ରି। ଆଗାମୀ ଦିନରେ temperature ଆହୁରି ଖସିବା ସହ ଜାଡ଼ ବଢିବ।

Untitled-1

G. Udaygiri Colder Photograph: (sambad.in)

ଘୁ.ଉଦୟଗିରି: ଖସିଲା ପାରଦ ବଢିଲା ଶୀତ ଓଡ଼ିଶାର ଦାର୍ଜିଲିଂ ଘୁ.ଉଦୟଗିରିରେ ପାରଦ ୮.୪ ଡିଗ୍ରି ରେକର୍ଡ। ଗୋଟିଏ ଦିନ ବ୍ୟବଧାନରେ ପାରଦ ଖସିଲା ୩ ଡିଗ୍ରି। ସ୍ଥାନୀୟ ଅଞ୍ଚଳ ସମେତ ଟିକାବାଲି, ରାଇକିଆ, ସାରଙ୍ଗଡ଼ ପ୍ରଭୁତି ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ଗତ ୪ ଦିନ ଭିତରେ ଓଡ଼ିଶାର ଡାର୍ଜିଲିଂ ଘୁ.ଉଦୟଗିରିର ତାପମାତ୍ରା ୧୧.୪ ଡିଗ୍ରିରୁ ଆଜି ୮.୪ ଡିଗ୍ରିକୁ ଖସି ଆସିଛି ସହର ଅପେକ୍ଷା ଦୁର୍ଗମ ପାହାଡ଼ ପର୍ବତ ଜଙ୍ଗଲ ଘେରା ଅଞ୍ଚଳରେ ୮ ଡିଗ୍ରି ତଳକୁ ପାରଦ ଖସି ରହୁଥିବା ଜଣାପଡିଛି।। 

ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି

ଚଳିତ ବର୍ଷ ବିଳମ୍ବରେ ଶୀତ ଆରମ୍ଭ ହୋଇଥିବା ବେଳେ ହଠାତ ପାରଦ କମିବା ଯୋଗୁଁ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ଦିନରେ ସୂର୍ଯ୍ୟଙ୍କ କିରଣକୁ ଭରସା କରୁଥିବା ବେଳେ ସନ୍ଧ୍ୟା ହେଲେ ନିଆଁକୁ ଭରସା। ଗରିବ ଲୋକ ଥଣ୍ଡା ପାଇଁ ଡହଳବିକଳ ହେଲେଣି। ଝାଟିମାଟି ଘରେ ଜୀବନ ବିତାଉଥିବା ପରିବାର ରାତିସାରା ନିଆଁ ଲଗେଇ ଶୋଉଥିବା ବେଳେ ସ୍ଥାନୀୟ ସହରରେ ବସଷ୍ଟାଣ୍ଡ ନଥିବା ଏବଂ ସହରରେ କୌଣସି ସ୍ଥାନରେ ଯାତ୍ରୀ ବିଶ୍ରାମ ଗୃହ ନଥିବା ଯୋଗୁଁ ବସ ଯାତ୍ରୀମାନେ ରାତିସାରା ବସକୁ ଅପେକ୍ଷା କରିବା ନିମନ୍ତେ କାହା ବାରଣ୍ଡାରେ ବସୁଥିବା ବେଳେ କିଛି ଛକମାନଙ୍କରେ ନିଆଁ ଜାଳି ବସୁଥିବା ଦେଖୁବାକୁ ମିଳିଛି।

ଆହୁରି ପଢ଼ନ୍ତୁ: Young Woman Chief Minister, Odisha: ପାଳିତ ମାଆ ମୋତେ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଛନ୍ତି, ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ

ସକାଳୁ ପ୍ରବଳ କୁହୁଡି ଯୋଗୁଁ ପ୍ରାତଃ ଭ୍ରମଣରେ ଯାଉଥିବା ବ୍ୟକ୍ତି ଥଣ୍ଡା ପାଇଁ ଘରୁ ବାହାରୁନଥିବା ଜଣାପଡିଛ। ସକାଳୁ ଚାହା ଦୋକାନରେ ଶୀତୁଆ ସକାଳ ଖଟି ବେଶ ଜମୁଛି। ସୂର୍ଯ୍ୟ କିରଣ ପଡିବା ସ୍ଥାନରେ ଲୋକଙ୍କ ଖଟି ଅଧିକ ଦେଖୁବାକୁ ମିଳୁଛି। ସକାଳୁ ପାଣିକୁ ହାତ ଦେଇହଉନି। ପାଣି ଜାଡ଼ି କି ରହୁଛି। ଥଣ୍ଡା ପଡିବା ପରେ ଗରମ ପାଣି ଭରସାରେ ଲୋକେ ଜୀବନ କାଟୁଛନ୍ତି। ଗ୍ରାମାଞ୍ଚଳ ଲୋକ ସନ୍ଧ୍ୟା ହୋଇଗଲେ ଘରେ ରହୁଛନ୍ତି। ସନ୍ଧ୍ୟା ପରେ ଘରୁ ପଦାକୁ ବାହାରିବା କଷ୍ଟ ହୋଇଯାଉଛି। ଯେଭଳି ଥଣ୍ଡା ପଡୁଛି ବାହାରକୁ ବାହାରିଲେ ହାତଗୋଡ଼ ମୁଣ୍ଡ କାଲ ହୋଇଯାଉଛି। ସଞ୍ଜ ନଇଁଲେ ସହର ରାସ୍ତା ଖାଁ ଖାଁ ଲାଗୁଛି। ଶୂନଶାନ ସଡକ ଦୋକାନ ବଜାର ଖାଲି। ପାଣିପାଗ ବିଭାଗ ସୂଚନାନୁସାରେ ଆଗାମୀ ଦିନରେ ତାପମାତ୍ରା ଆହୁରି ଖସିବା ସହ ଜାଡ଼ ବଢିବ।

ଆହୁରି ପଢ଼ନ୍ତୁ: Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe