Odia Girl Adopted By US Couple Alleges Physical Mental Torture Photograph: (Sambad.in)
ଭୁବନେଶ୍ବର: ପ୍ରାୟ ସାତ ବର୍ଷ ପୂର୍ବେ ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପାଳିତ ଓଡ଼ିଶାର ଜଣେ ଯୁବତୀ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପୀଡ଼ିତା ବାଲେଶ୍ବରର ମୂଳ ବାସିନ୍ଦା ପୂଜା ଓରଫ ସେଜଲ। ସେ ଏକ ଭାବପ୍ରବଣ ଭିଡିଓ ବାର୍ତ୍ତାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି, "ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ। ମୁଁ ବହୁତ ଯନ୍ତ୍ରଣା ପାଉଛି।"
ସୂଚନାଯୋଗ୍ୟ, ୨୦୧୮ ମସିହାରେ ଏକ ଆମେରିକୀୟ ଦମ୍ପତି ତାଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ। ସେତେବେଳେ ସେ ଚାଇଲ୍ଡଲାଇନ୍ ମାଧ୍ୟମରେ ଏକ ଆଶ୍ରୟସ୍ଥଳରେ ରହୁଥିଲେ। ବିଦେଶକୁ ଯିବାର କିଛି ବର୍ଷ ମଧ୍ୟରେ ତାଙ୍କ ଜୀବନ ନର୍କ ପାଲଟିଯାଇଥିବା ସେ କହିଛନ୍ତି।
ହତ୍ୟା କରିବାକୁ ଧମକ ଦେଇଛନ୍ତି ପାଳିତ ମାଆ
ପୂଜା ତାଙ୍କ ଭିଡିଓ ବାର୍ତ୍ତାରେ ଆମେରିକାରେ ଶାରୀରିକ ଏବଂ ମାନସିକ ନିର୍ଯାତନାର ସମ୍ମୁଖୀନ ହେବା ବିଷୟରେ ବର୍ଣ୍ଣନା କରିଛନ୍ତି। ତାଙ୍କ ଅନୁଯାୟୀ, ତାଙ୍କ ପାଳିତ ମାଆ ତାଙ୍କୁ ଦୈନନ୍ଦିନ ଘରକାମ କରିବାକୁ ବାଧ୍ୟ କରନ୍ତି, ତାଙ୍କୁ ଠିକ୍ ଭାବେ ଶୋଇବାକୁ ଦିଅନ୍ତି ନାହିଁ। ଏପରିକି ଠିକ୍ ଭାବେ ଖାଇବାକୁ ବି ଦିଅନ୍ତି ନାହିଁ ବୋଲି ପୂଜା କହିଛନ୍ତି। ଯଦି ସେ ପ୍ରତିରୋଧ କରନ୍ତି ତେବେ ତାଙ୍କୁ ମାଡ଼ ମାରୁଛନ୍ତି।
ପୀଡିତା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ତାଙ୍କ ଭିସାର ମିଆଦ ୨୦୨୩ ମସିହାରେ ଶେଷ ହୋଇଯାଇଥିଲା, ଏବଂ ସେବେଠାରୁ ସେ ସେଠାରେ ଆଇନଗତ ବୈଧତା ବିନା ରହୁଛନ୍ତି। ସେ କହିଛନ୍ତି ଯେ ତାଙ୍କ ପାଳିତ ମାଆ ତାଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ଚାପ ପକାଉଛନ୍ତି, ଏବଂ ଯଦି ସେ ମନା କରନ୍ତି ତେବେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ଏକ ଭିଡିଓ ବାର୍ତ୍ତାରେ କାନ୍ଦିକାନ୍ଦି ପୂଜା କହିଛନ୍ତି, "ମୋତେ ବହୁତ ମାଡ଼ ଦିଆଯାଉଛି। ମୁଁ ଓଡ଼ିଶା ଫେରିବାକୁ ଚାହୁଁଛି। ଦୟାକରି, ମୁଖ୍ୟମନ୍ତ୍ରୀ, ମୋତେ ସାହାଯ୍ୟ କରନ୍ତୁ,"।
ଆହୁରି ପଢ଼ନ୍ତୁ: Nuapada Election: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍ ସୋ’
ଏହି ଖବର ଓଡ଼ିଶାରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ସୋସିଆଲ ମିଡିଆରେ #BringPujaHome ଅଭିଯାନ ଆରମ୍ଭ କରିଛନ୍ତି।ତେବେ ଏନେଇ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।
Follow Us