girl student dies Photograph: (sambad.in)
ରାୟଗଡା: ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଚାଟିକଣା ପଞ୍ଚାୟତ ବାରିଗୁଡା ଗ୍ରାମରେ ଥିବା ନଳିନୀ ବିଦ୍ୟାମନ୍ଦିରରେ ପାଠ ପଢ଼ୁଥିବା ୪ର୍ଥ ଶ୍ରେଣୀ ଛାତ୍ରୀ ଝାଡ଼ାବାନ୍ତିରେ ମୃତ୍ୟୁବରଣ କରିଥିବା ବେଳେ ୪୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇଥିବା ଜଣାପଡ଼ିଛି I ଛାତ୍ରୀ ଜଣଙ୍କ ହେଲେ ଲଗ୍ନା ଉରଲାକା (୧୦) I
ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖି ନାହାନ୍ତି
ଗତକାଲି ବିଦ୍ୟାଳୟରେ ଝାଡ଼ାବାନ୍ତି ବ୍ୟାପିଥିବା ବେଳେ ଆଜି ସକାଳେ ଛାତ୍ରୀ ଜଣଙ୍କ ମୃତ୍ୟୁବରଣ କରିଛନ୍ତିI ବିଷମ କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୪୦ ରୁ ଅଧିକ ଛାତ୍ରଛାତ୍ରୀ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି I କେଉଁ କାରଣରୁ ଛାତ୍ରଛାତ୍ରୀମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେଲେ ସୂଚନା ମିଳିପାରୁନଥିବା ବେଳେ ବିଦ୍ୟାଳୟ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ରଖି ନାହାନ୍ତିI
ଆହୁରି ପଢ଼ନ୍ତୁ: President Jajpur Visit ପ୍ରଥମ ରାଷ୍ଟ୍ରପତି ଭାବେ ମା' ବିରଜାଙ୍କୁ ଦର୍ଶନ କରିବେ ଦ୍ରୌପଦୀ ମୁର୍ମୁ, ନୂଆବୋହୂ ପରି ସଜେଇ ହେଉଛି ଉପେକ୍ଷିତ ତୀର୍ଥକ୍ଷେତ୍ର
ବିଳମ୍ବିତ ରାତ୍ରିରେ ଏତେ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କୁ ବିଷମକଟକ ସି ଏଚ ସିରେ ଭର୍ତି କରାଯାଇଥିବା ସୂଚନା ମିଳିଛି I ଲଗ୍ନା ଅସୁସ୍ଥ ହେବା ପରେ ପରିବାରବର୍ଗ ତାକୁ ନିଜ ଗ୍ରାମକୁ ନେଇଥିବା ବେଳେ ସେଠାରେ ମୃତ୍ୟୁ ହୋଇଯାଇଥିଲାI
ଆହୁରି ପଢ଼ନ୍ତୁ: MCL CBI Raid ଏମ୍ସିଏଲ୍ରେ ସିବିଆଇ ଚଢ଼ଉ ଘଟଣା: ସିବିଆଇ ଏଏସ୍ଆଇ ଓ ସାଇଡିଂ ଇନଚାର୍ଜଙ୍କ ନାମରେ ମାମଲା, ଏଏସଆଇ ସାରଦାଙ୍କଠାରୁ ଟଙ୍କା ନେଉଥିଲେ
Follow Us