Greatness Of Fruit Seller: ଫଳ ଦୋକାନୀଙ୍କ ବଦାନ୍ୟତା, ୬ ଅସହାୟ ଛାତ୍ରୀଙ୍କୁ ମାଟ୍ରିକ୍ ପରୀକ୍ଷା ଫର୍ମ ଫିଲଅପ୍ ପାଇଁ ସହାୟତା

୬ଜଣ ଅସହାୟ ଛାତ୍ରୀଙ୍କୁ ସ୍ଥାନୀୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ନେଇ ମାଟ୍ରିକ୍ ପରୀକ୍ଷା ଫର୍ମ ଫିଲଅପ୍ ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥିଲେ Fruit Seller। ସେମିତି ଯଦି ଆଉ ଛାତ୍ରୀ ବାହାରିଲେ ସେଦୁହେଁ ନିଶ୍ଚିତ ତାଙ୍କ ପାଇଁ ଆଗେଇ ଅସିବେ ବୋଲି ପ୍ରକାଶ କରିଥିଲେ ।

koida

greatness of fruit seller at koida Photograph: (sambad.in)

କୋଇଡା: କୋଇଡା ଛକରେ ସତ୍ୟନାରାୟଣ ସେନାପତିଙ୍କ ଛୋଟ ଫଳ ଦୋକାନ। ଘରେ ସ୍ତ୍ରୀ ଜ୍ୟୋତିସ୍ମିତା ସେନାପତି ଓ ଦୁଇ ପୁଅ ସନ୍ତାନ । ବଡ ସାନ ହେଲେ ବି ଦୁଇ ପୁଅଙ୍କ ଜନ୍ମ ଦିବସ ଗୋଟିଏ ଦିନରେ। ହେଲେ ଏଥର ଉଭୟ ଦମ୍ପତି ଜନ୍ମ ଦିବସ ପାଳନ ନ କରି ଚିନ୍ତା କଲେ କିଛି ଅସହାୟଙ୍କୁ ସାହାଯ୍ୟ କରିବା ପାଇଁ ।

ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ପଚାରି ବୁଝିଲେ କେମିତି ଓ କେଉଁଠି ଯାଇ ସାହାଯ୍ୟ କରିପାରିବେ।  ହେଲେ ସେ ସମୟରେ ଏକ ବେସରକାରୀ ସଂସ୍ଥା ଆସ୍ପାୟାର୍ କୋଇଡା ମୁଖ୍ୟ ବାପିଲି ଗୋସ୍ୱାମୀଙ୍କ ଦ୍ୱାରା ଜଣାପଡିଥିଲା ଯେ ବହୁ ଆଭ୍ୟନ୍ତରୀଣ ଗ୍ରାମମାନଙ୍କରେ କୋଭିଡ୍ ଓ ଅନ୍ୟାନ୍ୟ କାରଣରୁ ଅସହାୟ ଛାତ୍ରୀଗଣ ଅର୍ଥ ଅଭାବରୁ ଶିକ୍ଷା ନେଇ ପାରୁନାହାନ୍ତି କି ମାଟ୍ରିକ୍ ପରୀକ୍ଷା ନିମନ୍ତେ ଫର୍ମ ପୂରଣକରି ପାରୁନାହାନ୍ତି। ଏହା ଶୁଣି ଫଳ ଦୋକାନୀ ଦମ୍ପତି ମନସ୍ଥ କରନ୍ତି ତାଙ୍କ କନ୍ୟା ସନ୍ତାନ ନାହିଁ ଓ ଛାତ୍ରୀମାନଙ୍କୁ ସହାୟତା କରିବା।

ଆହୁରି ପଢ଼ନ୍ତୁ:BDO Demanding PC: ବହଳଦା ବିଡ଼ିଓଙ୍କ ବିରୋଧରେ ସରପଞ୍ଚମାନଙ୍କ ସଙ୍ଗୀନ ଅଭିଯୋଗ

ବୁଦ୍ଧିଜୀବୀଙ୍କ ପ୍ରଶଂସା

ବାପିଲି ଗୋସ୍ୱାମୀଙ୍କ ସହାୟତାରେ ସୋମବାର ଦମ୍ପତି ପହଞ୍ଚି କୋଇଡା ବ୍ଲକ୍ ସିଡିମ୍ବା, ଚୋରଧରା, ଜାମୁଡିହି ଓ କାଶୀରା ଗ୍ରାମର ୬ଜଣ ଅସହାୟ ଛାତ୍ରୀଙ୍କୁ ସ୍ଥାନୀୟ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ନେଇ ମାଟ୍ରିକ୍ ପରୀକ୍ଷା ଫର୍ମ ଫିଲଅପ୍ ପାଇଁ ସମସ୍ତ ଖର୍ଚ୍ଚ ବହନ କରିଥିଲେ ଏବଂ ସେମିତି ଯଦି ଆଉ ଛାତ୍ରୀ ବାହାରିଲେ ସେଦୁହେଁ ନିଶ୍ଚିତ ତାଙ୍କ ପାଇଁ ଆଗେଇ ଅସିବେ ବୋଲି ପ୍ରକାଶ କରିଥିଲେ । ହେଲେ ପାଠପଢା ଦିଗରେ ଏଭଳି ସାହାଯ୍ୟ ପାଇଁ ବହୁ ବୁଦ୍ଧିଜୀବୀ ପ୍ରଶଂସା କରିଥିଲେ ।

ଅଧିକ ପଢନ୍ତୁ- Human Sagar Passes Away: ହୃଦୟରେ ରହିଗଲେ ହ୍ୟୁମାନ: ଆଲବମ୍ ହେଉ କି ସିନେମା… ସବୁଥିରେ ହିଟ୍ ହ୍ୟୁମାନ ସାଗର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe