green stcker from RTO Photograph: (sambad.in)
ଭୁବନେଶ୍ବର: ଯେଉଁମାନେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପାଇସାରିଛନ୍ତି, ସେମାନଙ୍କ ଲାଗି ବଡ଼ ସୂଚନା। ସେମାନେ ଚଳିତ ମାସ ୧୦ ତାରିଖରୁ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରୁ ସବୁଜ ଷ୍ଟିକର୍ ପାଇପାରିବେ। ଆଜି ଏନେଇ ଓଡ଼ିଶା ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଘୋଷଣା କରାଯାଇଛି। ଓଡ଼ିଶା ପରିବହନ ବିଭାଗ ଘୋଷଣା କରିଛି ଯେ, ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC)ଥିବା ଯାନବାହାନଗୁଡ଼ିକ ପାଇଁ ୧୦ ଜାନୁଆରି ୨୦୨୬ ଠାରୁ ସବୁଜ ରଙ୍ଗର PUCC ବୈଧତା ଷ୍ଟିକର୍ ଉପଲବ୍ଧ ହେବ।
RTOରେ ବିଶେଷ କାଉଣ୍ଟର ଖୋଲାଯିବ
ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ, ଯେଉଁ ଯାନବାହାନ ମାଲିକମାନେ ପୂର୍ବରୁ ବୈଧ PUCC ପ୍ରାପ୍ତ କରିସାରିଛନ୍ତି, ସେମାନେ ନିଜ ନିକଟସ୍ଥ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ରୁ ଏହି ସବୁଜ ଷ୍ଟିକର୍ ପାଇପାରିବେ। ଏହି ପ୍ରକ୍ରିୟାକୁ ସୁଗମ କରିବା ପାଇଁ ସମସ୍ତ RTOରେ ବିଶେଷ କାଉଣ୍ଟର ଖୋଲାଯିବ।
ଆହୁରି ପଢ଼ନ୍ତୁ:Attack By Elephant Death ଖୋର୍ଦ୍ଧାରେ ହାତୀ ଉପଦ୍ରବ, ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ
ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, କେବଳ ବୈଧ PUCC ଥିବା ଯାନବାହାନଗୁଡ଼ିକୁ ହିଁ ସବୁଜ ଷ୍ଟିକର୍ ପ୍ରଦାନ କରାଯିବ। ଷ୍ଟିକର୍ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସ୍ରେ ଥିବା ରେକର୍ଡକୁ ଯାଞ୍ଚ କରିବେ।
Follow Us