Hindu Young Man Killed ହିନ୍ଦୁ ଯୁବକଙ୍କୁ ଜୀବନ୍ତ ଜାଳିଦେଲେ: ଜୀବନ ଯିବା ପର୍ଯ୍ୟନ୍ତ ଅପେକ୍ଷା କଲା ହତ୍ୟାକାରୀ

Advertisment

ଏକ ଦୁଃଖଦ ଘଟଣାରେ ୨୩ ବର୍ଷୀୟ ହିନ୍ଦୁ ଯୁବକ ଚଞ୍ଚଲ ଭୌମିକଙ୍କୁ ତାଙ୍କ ନିଜ ଦୋକାନରେ ଜୀବନ୍ତ ଜାଳି ଦିଆଯାଇଛି। ଏହି ଘଟଣା ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

ଏକ ଦୁଃଖଦ ଘଟଣାରେ ୨୩ ବର୍ଷୀୟ ହିନ୍ଦୁ ଯୁବକ ଚଞ୍ଚଲ ଭୌମିକଙ୍କୁ ତାଙ୍କ ନିଜ ଦୋକାନରେ ଜୀବନ୍ତ ଜାଳି ଦିଆଯାଇଛି। ଏହି ଘଟଣା ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି।

Untitled

hindu young man killed at bangladesh Photograph: (sambad.in)

ଢାକା: ବାଂଲାଦେଶରେ ନିର୍ବାଚନୀ ପରିବେଶ ମଧ୍ୟରେ, ସଂଖ୍ୟାଲଘୁଙ୍କ ଉପରେ ପୁଣି ହିଂସା ବୃଦ୍ଧି ପାଇଛି। ସମ୍ପ୍ରତି ଜଣେ ଜମାତ-ଏ-ଇସଲାମି ନେତା ହିନ୍ଦୁ ସାଂସଦମାନଙ୍କୁ ସଂସଦରୁ ବହିଷ୍କାର କରିବାକୁ ଧମକ ଦେଇଥିଲେ। ସେହିପରି ଅନ୍ୟ ଏକ ଦୁଃଖଦ ଘଟଣାରେ ୨୩ ବର୍ଷୀୟ ହିନ୍ଦୁ ଯୁବକ ଚଞ୍ଚଲ ଭୌମିକଙ୍କୁ ତାଙ୍କ ନିଜ ଦୋକାନରେ ଜୀବନ୍ତ ଜାଳି ଦିଆଯାଇଛି। ଏହି ଘଟଣା ଦେଶରେ ସଂଖ୍ୟାଲଘୁଙ୍କ ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି। ଶୁକ୍ରବାର ରାତିରେ ନରସିଣ୍ଡିରେ ଏହି ଘଟଣା ଘଟିଥିଲା।ଚଞ୍ଚଲ ତାଙ୍କ ଦୋକାନରେ ଶୋଇଥିଲେ। ଅଭିଯୋଗ ହୋଇଛି ଯେ, ଆକ୍ରମଣକାରୀ ଦୋକାନର ସଟର ବନ୍ଦ କରି ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ହତ୍ୟାକାରୀ ବାହାରେ ଠିଆ ହୋଇ ଚଞ୍ଚଲ ଜଳି ଯାଉଥିବାର ଦେଖୁଥିଲା। ତା’ପରେ ସେ ଖସି ପଳାଇ ଯାଇଥିଲା।

ପରିବାରର ରୋଜଗାରିଆ ପୁଅ ଗଲା

ଚଞ୍ଚଲ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ଥିଲେ। ତାଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଥିଲା। ସେ ତାଙ୍କ ଅସୁସ୍ଥ ମାଆ, ଅକ୍ଷମ ବଡ଼ ଭାଇ ଓ ସାନ ଭାଇଙ୍କ ପେଟ ପୋଷୁଥିଲେ। ସ୍ଥାନୀୟ ଲୋକଙ୍କ ଅନୁଯାୟୀ, ସେ ଅତ୍ୟନ୍ତ ପରିଶ୍ରମୀ ଓ ସରଳ ସ୍ବଭାାବର ଥିଲେ। କାହା ପ୍ରତି ତାଙ୍କର କୌଣସି ଶତ୍ରୁତା ନଥିଲା। ପରିବାର ପକ୍ଷରୁ କୁହାଯାଇଛି, ହତ୍ୟାକାଣ୍ଡ ଯୋଜନାବଦ୍ଧ ଥିବା ଓ ଧାର୍ମିକ ଘୃଣା ଯୋଗୁ ହୋଇଥାଇପାରେ। ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହିଂସାର ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ଦୀପୁ ଚନ୍ଦ୍ର ଦାସ ଓ ଖୋକନ ଚନ୍ଦ୍ର ଦାସଙ୍କୁ ଜୀବନ୍ତ ଜାଳି ଦିଆଯାଇଥିଲା। ଗତ କିଛି ମାସ ମଧ୍ୟରେ ଅନେକ ହିନ୍ଦୁଙ୍କ ଉପରେ ଆକ୍ରମଣ ହୋଇଛି। ସରକାରୀ ସୂତ୍ର ଅନୁଯାୟୀ ଏପରି କାର୍ଯ୍ୟ ନିର୍ବାଚନ ରାଜନୀତିରେ ମୌଳବାଦ ପ୍ରବେଶ କରାଇବାର ଏକ ପ୍ରୟାସ, ଯାହା ସମାଜକୁ ଧ୍ରୁବୀକରଣ କରିପାରେ ଓ ଦେଶରେ ଅସ୍ଥିରତା ବୃଦ୍ଧି କରିପାରେ।

ଆହୁରି ପଢ଼ନ୍ତୁ Murder Young man ରାୟଗଡାରେ ଯୁବକଙ୍କୁ ହତ୍ୟା ସନ୍ଦେହ, ଷ୍ଟେସନ ଗେଷ୍ଟ ହାଉସ ପାଖରେ ପଡ଼ିଛି ମୃତଦେହ

ବାଂଲାଦେଶରେ ହିନ୍ଦୁମାନଙ୍କ ପାଇଁ କୌଣସି ସ୍ଥାନ ନାହିଁ

ବରଗୁନା-୨ ଆସନରୁ ଜମାତ-ଏ-ଇସଲାମି ପ୍ରାର୍ଥୀ ଅଫଜଲ ହୁସେନ ଏକ ନିର୍ବାଚନୀ ରାଲିରେ କହିଥିଲେ, ଯେଉଁ ଦେଶରେ ୮୦ ପ୍ରତିଶତ ଜନସଂଖ୍ୟା ମୁସଲିମ୍, ସେଠାରେ ସଂସଦରେ କୌଣସି ଅଣ-ମୁସଲିମ୍‌ଙ୍କ ପାଇଁ ସ୍ଥାନ ରହିବା ଉଚିତ ନୁହେଁ।

ଆମ ସରକାର ଆସିଲେ ଚୋରଙ୍କ ହାତ କଟାଯିବ

ସେ ସମବେତ ଜନତାଙ୍କୁ ପଚାରିଥିଲେ, ତୁମେ କୋରାନ ଚାହୁଁଛ ନା ପଥରୁ ବିଚ୍ୟୁତି ହେବାକୁ ଚାହୁଁଛ? ସେ ଦାବି କରିଥିଲେ ଯେ, ତାଙ୍କ ଦଳ ବାଂଲାଦେଶରେ କୋରାନ-ଆଧାରିତ ଶାସନ କାର୍ଯ୍ୟକାରୀ କରିବ। ହୁସେନ ଏକ ସମ୍ବିଧାନର ଆଇନକୁ ଖଣ୍ଡନ କରି କରି ଚୋରଙ୍କ ହାତ କାଟିବା ଭଳି ଦଣ୍ଡକୁ ଯଥାର୍ଥ ବୋଲି କହିଥିଲେ।



ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe