ରାଉରକେଲା: ଆଉ କିଛି ଦିନପରେ ଧସେଇ ପଶିବ ଶୀତ। ଇସ୍ପାତ ସହରର ପାରଦ ଖସିବାସହ ଥଣ୍ଡା ଅନୁଭୂତ ହେବ। ତେବେ ପ୍ରତିବର୍ଷ ଭଳି ଏଥର ମଧ୍ୟ ସ୍ମାର୍ଟସିଟିର ବେସାହାରା ଜାଡ଼ରେ ଥରିବେ। ପ୍ରବଳ ଶୀତରେ ଖୋଲା ଆକାଶରେ ରାତି କାଟିବା ଜଳଜଳ ହୋଇ ଦିଶୁଛି। କାରଣ, ଏନେଇ ଏଯାଏ ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କର୍ତ୍ତୃପକ୍ଷଙ୍କ ଦ୍ବାରା ଆବଶ୍ୟକ ପଦକ୍ଷେପ ନିଆଯାଇନି। ବେସାହାରାଙ୍କୁ ଉଦ୍ଧାର କରି ଆଶ୍ରୟ କେନ୍ଦ୍ରକୁ ନିଆଯାଉନି କିମ୍ବା ବ୍ୟାପକ ସଚେତନ ବି କରାଯାଉନି।
ମାତ୍ରାଧିକ କଟକଣା ମଧ୍ୟ ଅନ୍ୟତମ କାରଣ
ସହରର ରେଳ ଷ୍ଟେସନ ହେଉ କିମ୍ବା ବସଷ୍ଟାଣ୍ଡ୍, ମାର୍କେଟ୍ କଂପ୍ଲେକ୍ସ, ଭେଣ୍ଡିଂ ଜୋନ୍, ରାସ୍ତାକଡ଼, ପ୍ରାୟ ସବୁସ୍ଥାନରେ ବହୁସଂଖ୍ୟକ ବେସାହାରାଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି। ଏତଦ୍ବ୍ୟତୀତ ଅନ୍ୟ ରାଜ୍ୟରୁ ଆସୁଥିବା ଦିନମଜୁରିଆ, ବୁଲା ବିକାଳିଙ୍କ ଯୋଗୁ, ସଂଖ୍ୟା ଦ୍ବିଗୁଣିତ ହୋଇଥାଏ। ଏମାନଙ୍କ ମୁଣ୍ଡ ଉପରେ ଛାତ ଯୋଗାଇଦେବା ଉଦ୍ଦେଶ୍ୟରେ ଆର୍ଏମ୍ସି ପକ୍ଷରୁ ସହରରେ ୪ଟି ସ୍ଥାନ, ଯଥା-ପାୱାର ହାଉସ୍ ରୋଡ୍, ବସଷ୍ଟାଣ୍ଡ୍, ପ୍ଲାଣ୍ଟ୍ସାଇଟ୍ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି। ଏତଦ୍ବ୍ୟତୀତ ସେକ୍ଟର-୮ରେ ଭିକ୍ଷୁକମାନଙ୍କ ପାଇଁ ଆଶ୍ରୟ କେନ୍ଦ୍ର ‘ଆଶାର ଆଲୋକ’ ସ୍ଥାପନ କରାଯାଇଛି। ତେବେ ଏସବୁ ଆଶ୍ରୟକେନ୍ଦ୍ର ଲକ୍ଷ୍ୟଠାରୁ ଯୋଜନ ଦୂରେ। ଏହି ୫ଟି କେନ୍ଦ୍ରରେ ପାଖାପାଖି ୩ଶହ ଜଣ ବେସାହାରା ରହିପାରିବେ। ତେବେ କେବଳ ‘ଆଶାର ଆଲୋକ’ କେନ୍ଦ୍ର ଓ ବସଷ୍ଟାଣ୍ଡ୍ରେ କିଛିମାତ୍ରାରେ ନିରାଶ୍ରୟ ବାସ କରୁଥିବାବେଳେ ଅବଶିଷ୍ଟ ୩ଟି କେନ୍ଦ୍ରରେ ନିରାଶ୍ରୟ ସଂଖ୍ୟା ଅତି ନଗଣ୍ୟ। ଏଭଳି ଅବ୍ୟବସ୍ଥା ପଛରେ ଏକାଧିକ କାରଣ ରହିଛି। ପ୍ରମୁଖ କାରଣ ହେଉଛି ପରିଚାଳନାଗତ ସମସ୍ୟା ଓ ସଚେତନତାର ଅଭାବ। ବହୁ ବାସହୀନ, ଯଥା-ରିକ୍ସା ଚାଳକ, ଜରି/ବୋତଲ ଗୋଟାଳି ଏସବୁ ବିଷୟରେ ଅଜ୍ଞ। ସେମାନେ ନିଜ ନିଜ ସାମଗ୍ରୀ ସହ ରାତ୍ରିଯାପନ କରିଥାନ୍ତି। ଆଶ୍ରୟସ୍ଥଳୀର କଠୋର ନିୟମ ଯୋଗୁ ସେମାନେ ନିଜ ସାମଗ୍ରୀକୁ ସେଠାକୁ ନେଇପାରିନଥାନ୍ତି। ଏହାସହ ଅସୁରକ୍ଷିତ ପରିବେଶ ଯୋଗୁ ଚୋରି ହେବାର ଆଶଙ୍କା ରହିଛି। ମାତ୍ରାଧିକ କଟକଣା ମଧ୍ୟ ଅନ୍ୟତମ କାରଣ ପାଲଟିଛି।
ଆହୁରି ପଢ଼ନ୍ତୁ:Fake job racket busted by police ପୁଲିସ ପଞ୍ଝାରେ ମିଛ ଚାକିରି ରୢାକେଟ୍: ୨ ଗିରଫ, ୬୨ ଲକ୍ଷ ଟଙ୍କା ଜବତ
ସଚେତନ କରି ତଥା ଉଦ୍ଧାରକାର୍ଯ୍ୟକୁ ବ୍ୟାପକ କରାଯିବାକୁ ଦାବୀ
ପ୍ରାୟତଃ ରିକ୍ସାଚାଳକ, ବୋତଲ ଗୋଟାଳି ତଥା ଦିନମଜୁରିଆ ବିଳମ୍ବିତ ରାତି ଯାଏ କାମ କରିଥାନ୍ତି। କାମ ସାରି ଫେରିବାବେଳକୁ ଆଶ୍ରୟକେନ୍ଦ୍ର ବନ୍ଦ ହୋଇଯାଉଥିବାରୁ ଆଶ୍ରୟନେବାରୁ ବଞ୍ଚିତ ହେଉଥିବା ମତବ୍ୟକ୍ତ କରିଛନ୍ତି। ଏହାସହ ଖରାପ ଖାଦ୍ୟ ଗୁଣବତ୍ତା, ପରିମଳ ସମସ୍ୟା ଆଦି ଦେଖାଦେଉଛି। ଅବଶ୍ୟ ଆଶ୍ରୟସ୍ଥଳରେ ତମାଖୁ, ସିଗାରେଟ୍ ତଥା ଅନ୍ୟାନ୍ୟ ନିଶାଦ୍ରବ୍ୟ ବ୍ୟବହାର ଉପରେ କଟକଣା ଯୋଗୁ କିଛି ସମ୍ଭାବ୍ୟ ହିତାଧିକାରୀ ରହିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ତେବେ ଏନେଇ ସଚେତନ କରି ତଥା ଉଦ୍ଧାରକାର୍ଯ୍ୟକୁ ବ୍ୟାପକକରି ବେସାହାରାଙ୍କୁ ଆଶ୍ରୟସ୍ଥଳକୁ ଆଣି ରଖିବାକୁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ:Scooty Burnt, Young Woman Escaped: ଜଳିଗଲା ସ୍କୁଟି, ଅଳ୍ପକେ ବର୍ତ୍ତିଗଲେ ଯୁବତୀ
Rourkela
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/rourkela-shelter-2025-10-24-08-54-32.png)