Akshyaya Mohanty Human Sagar Death: ଅକ୍ଷୟ ମହାନ୍ତିଙ୍କ ବିୟୋଗ ତାରିଖରେ ବାହୁଡ଼ିଲେ ହ୍ୟୁମାନ୍ ସାଗର

ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖିବୁଜିଥିଲେ ଚିରସବୁଜ ଗାୟକ ତଥା ଓଡ଼ିଆ MUSIC ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି। ଗତକାଲି ଥିଲା ୧୭ ନଭେମ୍ବର ୨୦୨୫। ସେଦିନ ଓଡ଼ିଆ ସଂଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ଶେଷ ନିଶ୍ବାସ ତ୍ୟାଗ କରିଲେ।

a-h

Akshyaya Mohanty & Human Sagar Death Photograph: (sambad.in)

ଭୁବନେଶ୍ବର: ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖିବୁଜିଥିଲେ ଚିରସବୁଜ ଗାୟକ ତଥା ଓଡ଼ିଆ ସଂଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି। ସଂଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି ତାଙ୍କ ଜୀବଦ୍ଦଶାରେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ  ୬୦ରୁ ଅଧିକ ଓଡ଼ିଆ ଛବରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥଲେ ଖାଲି ସେତିକି ନୁହେଁ, ସେ ଅନେକ କମର୍ସିଆଲ୍ ରେକର୍ଡରେ ବି ସ୍ବର ସଯୋଜନା କରିଥଲେ

ଗତକାଲି ଥିଲା ୧୭ ନଭେମ୍ବର ୨୦୨୫। ସେଦିନ ଓଡ଼ିଆ ସଂଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ଶେଷ ନିଶ୍ବାସ ତ୍ୟାଗ କରିଲେ। ସେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ ବହୁ ଆଲବମ୍ ଗୀତ ବି ଗାଇଥିଲେ। ଦୁଇଜଣ ନିଜ ନିଜ ସମୟର ସର୍ବାଧିକ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର। ଅକ୍ଷୟ ମହାନ୍ତି ଜୀବନର ଅପରାହ୍ଣରେ ଥିଲେ। ହେଲେ କମ୍ ବୟସରେ ହ୍ୟୁମାନ ଆମକୁ ଛାଡ଼ିଗଲେ। ଦୁହିଁଙ୍କ ମଧ୍ୟରେ କେବଳ ଏଇ କଥା ସମାନ ଥିଲା। କିନ୍ତୁ ଅକ୍ଷୟ ମହାନ୍ତିଙ୍କ ସହ ସମକକ୍ଷ ହେବାର ଯୋଗ୍ୟତା ନଥିଲା ହ୍ୟୁମାନଙ୍କର।

ଆହୁରି ପଢ଼ନ୍ତୁ:BDO Demanding PC: ବହଳଦା ବିଡ଼ିଓଙ୍କ ବିରୋଧରେ ସରପଞ୍ଚମାନଙ୍କ ସଙ୍ଗୀନ ଅଭିଯୋଗ

‘ଛକି ଶୂନ’ର  ମ୍ୟୁଜିକ୍ ସିଟିଂ ବି ଆରମ୍ଭ ହୋଇଥିଲା

ଏଣେ ସ୍ବାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ହ୍ୟୁମାନ ସାଗର କଟକର ଏକ ଘରୋଇ ଡାକ୍ତରଖାନାରେ ପ୍ରଥମେ ଭର୍ତ୍ତି ହୋଇଥିଲେ। ଠିକ୍ ତା ପୂର୍ବରୁ ସେ ଏକ ଓଡ଼ିଆ ଛବିର ସଙ୍ଗୀତ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ। ‘ଛକି ଶୂନ’ର  ମ୍ୟୁଜିକ୍ ସିଟିଂ ବି ଆରମ୍ଭ ହୋଇଥିଲା। ଏପରିକି ସେ ଉକ୍ତ ଫିଲ୍ମର ଦୁଇଟି ଗୀତର ସ୍ବର ସଂ‌ଯୋଜନା କାମ ଶେଷ କରିଥିଲେ। ଆହୁରି ତିନିଟି ଗୀତ କାମ ବାକି ରହିଛି। ହେଲେ ହଠାତ୍ ତାଙ୍କର ଦେହ ଖରାପ ହୋଇଗଲା। ଏଠାରେ ଯେଉଁ  ଓଡ଼ିଆ ସିନେମା କଥା କୁହାଯାଉଛି, ତାହା ହେଲା ଅନୁସନ୍ଧାନମୂଳକ ଥ୍ରିଲର ‘ଛକି ଶୂନ’। ଏଥିରେ ପ୍ରଥମ ଥର ଲାଗି ସଙ୍ଗୀତ ନିର୍ଦ୍ଦେଶନା ଦେବାର ସୁଯୋଗ ପାଇଥିଲେ ହ୍ୟୁମାନ୍।

ଆମର ମ୍ୟୁଜିକ୍ ଓ ଟୁ ନାଇନ୍ ଫିଲ୍ମସ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଛକି ଶୂନ’ରେ ସୁପରଷ୍ଟାର୍ ଅନୁଭବ ମହାନ୍ତି, ସମ୍ଭାବନା ମହାନ୍ତି, ଅଭିଷେକ ପଣ୍ଡା, ଦିବ୍ୟା, ଉଦିତ ଗୁରୁ, ଜିତୁ ମଙ୍ଗରାଜ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି। ଏହାର ପ୍ରଯୋଜନାରେ ଅଛନ୍ତି ଏସ ଏମ ଏଣ୍ଟରଟେନମେଣ୍ଟର ଶୁଭମ ମହାନ୍ତି। ଏହାର ଲେଖକ-ନିର୍ଦ୍ଦେଶକ ହେଲେ ମାନସ ପଢ଼ିଆରୀ।

ଅଧିକ ପଢନ୍ତୁ- Human Sagar Passes Away: ହୃଦୟରେ ରହିଗଲେ ହ୍ୟୁମାନ: ଆଲବମ୍ ହେଉ କି ସିନେମା… ସବୁଥିରେ ହିଟ୍ ହ୍ୟୁମାନ ସାଗର  

ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ଘଟିଛି। ହ୍ୟୁମାନ ସାଗର ଭେଣ୍ଟିଲେଟରରେ ଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସି ନଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ଉଦ୍ୟମ ସତ୍ତ୍ବେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଅତି ଜଟିଳ ରହିଥିଲା। ତାଙ୍କୁ ୭୨ ଘଣ୍ଟା ଅବଜରଭେସନରେ ରଖାଯାଇଥିଲା। 

ହ୍ୟୁମାନ ସାଗରଙ୍କ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe