ଭୁବନେଶ୍ବର: କନେଷ୍ଟବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ମାମଲାରେ ପୁଲିସ ହାତରେ ଲାଗିଛି ହତ୍ୟା ନେଇ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ। ଏହା କୌଣସି ଦୁର୍ଘଟଣା ନୁହେଁ, ବରଂ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇଥିଲା। ଆଉ ହତ୍ୟାକାଣ୍ଡ ଘଟାଇଥିଲେ ସ୍ୱାମୀ ଦୀପକ ରାଉତ।
ଖୁବଶୀଘ୍ର ଦୀପକ ରାଉତଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯିବ ବୋଲି ଜଣାଯାଇଛି।

Advertisment

ଗତକାଲି ଝାରପଡ଼ା ଜେଲରେ ଦୀପକଙ୍କୁ ପଚରାଉଚରା ବେଳେ ଅନେକ ସାଙ୍ଘାତିକ କଥା ପୁଲିସ ନିକଟରେ କହିଛି ଦୀପକ। କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦୀପକ। ୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋରପୁର ଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପୁଲିସ ଆଗରେ କହିଥିଲା ଦୀପକ।

ଆହୁରି ପଢ଼ନ୍ତୁ:Bjd Leader Bikram Panda Arrested: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା: ବିଜେଡି ଗଞ୍ଜାମଜିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ବାନ୍ଧିଲା ପୁଲିସ୍

ହତ୍ୟା ଅଭିଯୋଗ ଆସିବା ପରେ ତଦନ୍ତ

ଏବେ ହତ୍ୟା ଅଭିଯୋଗ ଆସିବା ପରେ ତଦନ୍ତକାରୀ ଅଧିକାରୀ ଦୁର୍ଘଟଣା ମାମଲାର ସମସ୍ତ ନଥିପତ୍ରକୁ ଜବତ କରିବା ସହ ଅପର୍ଣ୍ଣାଙ୍କ ପରିବାରର ୮ ଜଣ ସଦସ୍ୟ, ଦୁର୍ଘଟଣା ମାମଲାର ତଦନ୍ତକାରୀ ଅଧିକାରୀ, ସାକ୍ଷୀ ଓ ତତ୍କାଳୀନ ଖୁଣ୍ଟୁଣି ଥାନା ଅଧିକାରୀଙ୍କୁ ପଚରାଉଚରା କରିଥିଲେ। ଅପର୍ଣ୍ଣାଙ୍କୁ ମୃତ ଘୋଷଣା କରିଥିବା ଡାକ୍ତର ଓ ମୃତଦେହକୁ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଥିସହିତ ବ୍ୟବଚ୍ଛେଦ ସମୟରେ ଉପସ୍ଥିତ ଥିବା ଦୀପକର ଭାଇ, ଭାଉଜଙ୍କ ସମେତ ଅନ୍ୟ ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରାଯାଇଛି।

ଆହୁରି ପଢ଼ନ୍ତୁ:Deepak Rout Jail: କନେଷ୍ଟବଳ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟା ମାମଲା, ଝାରପଡା ଜେଲରେ ଦୀପକ ରାଉତଙ୍କୁ ଜେରା

ଦୀପକର ଧରମ ଭଉଣୀଙ୍କୁ ଜେରା

ଦୀପକର ଧରମ ଭଉଣୀ ତଥା କମିସନରେଟ ପୁଲିସରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳଙ୍କୁ ମଧ୍ୟ ଜେରା କରିଥିଲା ପୁଲିସ। ସେପଟେ ଅପର୍ଣ୍ଣାଙ୍କ ଶବ‌ ବ୍ୟବଚ୍ଛେଦ ରିପୋର୍ଟକୁ ପୁନଃ ଯାଞ୍ଚ କରାଯାଇଥିଲା। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଅପର୍ଣ୍ଣାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଉଥରେ ଯାଞ୍ଚ କରି ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଡାକ୍ତରଙ୍କ ଚୁଡ଼ାନ୍ତ ରିପୋର୍ଟରୁ ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପୁନଃ ଯାଞ୍ଚ ପରେ ମଧ୍ୟ ତାହା ଦୁର୍ଘଟଣା ଜନିତ କ୍ଷତ ନୁହେଁ ବୋଲି ବରଂ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି।