ପଦରୁ ହଟିଲେ ବିଷ୍ଣୁପଦ: ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗରେ ନିଯୁକ୍ତି

ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍‌ଡି ଭାବେ ନିଯୁକ୍ତି ମିଳିଛି। ଶ୍ରୀ ସେଠୀଙ୍କୁ ବଦଳି ହୋଇଥିଲେ ବି ପ୍ରମୁଖ ସଚିବ ପାହ୍ୟା ବଜାୟ ରହିବ।

ଅଦ୍ୟତନ ହୋଇଛି
9868a722-a1b9-47f9-b2c4-cbab50bbcadd

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ଓ ଅଭିଯୋଗ ଓଏଏସ୍‌ଡି ଭାବେ ନିଯୁକ୍ତି ମିଳିଛି। ୧୯୯୫ ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ସେଠୀଙ୍କୁ ବଦଳି ହୋଇଥିଲେ ବି ପ୍ରମୁଖ ସଚିବ ପାହ୍ୟା ବଜାୟ ରହିବ। ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। 

ଏହି ଖବର ପଢ଼ନ୍ତୁ: ଏକ ଦେଶ,ଏକ ନିର୍ବାଚନ ବିଲ୍ ପାସ୍ ନେଇ ବାଧା

ରାଜ୍ୟ ସରକାର ବିଷ୍ଣୁପଦଙ୍କ ସ୍ଥାନରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୭ ବ୍ୟାଚ୍ ଆଇଏଏସ୍ ସଂଜୀବ ମିଶ୍ରଙ୍କୁ ଅବସ୍ଥାପିତ କରିଛନ୍ତି। ସେହିପରି ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି।

ଏହି ଖବର ପଢ଼ନ୍ତୁ: ଦିଲ୍ଲୀର ସବୁ ସରକାରୀ କୋଠାରେ ଲାଗିବ ୫ ଷ୍ଟାରର ଏସି

ସୂଚନାଯୋଗ୍ୟ, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ସମନକୁ ନେଇ ବିଷ୍ଣୁପଦ ଚର୍ଚ୍ଚାରେ ଥିଲେ। ଶ୍ରୀ ସେଠୀ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଦାୟିତ୍ବରେ ଥିଲେ। ସେହିପରି ତାଙ୍କ ପାଖରେ ଅନୁସୂଚିତ ଜାତି/ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଦାୟିତ୍ବ ଥିଲା।

ଏହି ଖବର ପଢ଼ନ୍ତୁ: ୫ଦିନ ଯାଏଁ ବର୍ଷା ସହ ବିଜୁଳି ଓ ଘଡ଼ଘଡ଼ି ହେବାର ସମ୍ଭାବନା

ଟେଣ୍ଡର ଫିକ୍ସିଂ ଓ ଲାଞ୍ଚ କାରବାର ମାମଲାରେ ସିବିଆଇ ତନାଘନା ଜାରି ରଖିଛି। ବ୍ରିଜ୍‌ ଆଣ୍ଡ ଆର କର୍ପୋରେସନର କର୍ମଚାରୀଙ୍କୁ ଡାକି ଜେରା କରୁଛନ୍ତି। ଆଉ କେଉଁ ଆଇଏଏସ ଏଥିରେ ସମ୍ପୃକ୍ତ ସେମାନଙ୍କ ଲିଷ୍ଟ ପ୍ରସ୍ତୁତ କରୁଛି। ଅନ୍ୟପଟେ ବିଷ୍ଣୁପଦଙ୍କ ଡେଡଲାଇନ ସରି ସରିଆସୁଛି। ହାଜର ନହେଲେ ତାଙ୍କ ବିରୋଧରେ ସିବିଆଇ କଠୋର ହୋଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: ସରକାରୀ ଚାକିରି କରିବା ଅପେକ୍ଷା ଗୁପଚୁପ ବିକ୍ରି କରିବା ଭଲ

ଲାଞ୍ଚ କାରବାର ମାମଲାରେ ବ୍ରିଜ୍ ଆଣ୍ଡ ରୁଫ୍ କର୍ପୋରେସନର ଜେନେରାଲ ମ୍ୟାନେଜର ବି. କେ ସିଂହ ସିବିଆଇ ସ୍କାନରକୁ ଆସିଛନ୍ତି। ପୂର୍ବରୁ ଜେରା ହୋଇଥିବା ତିନି ମୁଖ୍ୟ ଅଭିଯୁକ୍ତଙ୍କଠାରୁ ମିଳିଥିବା ତଥ୍ୟ ଓ ବିଷ୍ଣୁପଦ ସେଠୀଙ୍କୁ ସେ ଲେଖିଥିବା ଚିଠିକୁ ଆଧାର କରି ତାଙ୍କୁ ଝାଳବୁହା ଜେରା କରିଛନ୍ତି ସିବିଆଇର ଦିଲ୍ଲୀ ଟିମ୍। ଲାଞ୍ଚ କାରବାର ଓ କେଉଁ କେଉଁ ଆଇଏଏସଙ୍କୁ ଭେଟିଥିଲେ? କାହିଁକି  ଭେଟିଥିଲେ ? ତାହା ଜାଣିବାକୁ ଉଦ୍ୟମ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe