ଆବାସ ଯୋଜନାରେ ଘର ନିର୍ମାଣ କରିଥିବା ହିତାଧିକାରୀଙ୍କ ଘର ଭାଙ୍ଗିଲେ

Advertisment

ପ୍ରଶାସନର ଆଦେଶକୁ ଅଣଦେଖା କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବଜାରର କିଛି ଦୋକାନକୁ ରାଇରଙ୍ଗପୁର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଏବେ ଜାମଦା ବଜାରରେ ଏହି କାମ କରାଯାଇଛି।

ପ୍ରଶାସନର ଆଦେଶକୁ ଅଣଦେଖା କରିବା ମହଙ୍ଗା ସାବ୍ୟସ୍ତ ହୋଇଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବଜାରର କିଛି ଦୋକାନକୁ ରାଇରଙ୍ଗପୁର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଏବେ ଜାମଦା ବଜାରରେ ଏହି କାମ କରାଯାଇଛି।

Jamda of Rairangpur

Jamda of Mayurbhanj district. Photograph: (Sambad )

ରାଇରଙ୍ଗପୁର: କିଛିଦିନ ପୂର୍ବରୁ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବଜାରର କିଛି ଦୋକାନକୁ ରାଇରଙ୍ଗପୁର ତହସିଲ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ଏବେ ଜାମଦା ବଜାରରେ ଏହି କାମ କରାଯାଇଛି। ଏଠାରେ କିଛି ଦୋକାନୀ ଓ କିଛି ପରିବାର ସରକାରୀ ଜାଗାକୁ ଜବର ଦଖଲ କରି ଦୋକାନ ଓ ଘର ନିର୍ମାଣ କରିଥିଲେ। ଫଳରେ ଯାତ୍ରୀ, ପଥଚାରୀ ଓ ଗ୍ରାହକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ରାସ୍ତା ମଧ୍ୟ ଅଣଓସାରିଆ ହୋଇ ରହୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା।

ଏହି ଖବର ପଢ଼ନ୍ତୁ: ମହାକୁମ୍ଭକୁ ଓଏସ୍‌ଆରଟିସି ବସ୍‌ ବାତିଲ, ‌ଟଙ୍କା ଫେରସ୍ତ ପାଇଁ ଏମିତି କରନ୍ତୁ ଯାତ୍ରୀ

ଅଭିଯୋଗ ହେବା ପରେ ତହସିଲଦାର ଜବର ଦଖଲକାରୀଙ୍କୁ ନୋଟିସ୍ କରିଥିଲେ। ନୋଟିସ୍ ପରେ ମଧ୍ୟ ଦୋକାନୀମାନଙ୍କୁ ସ୍ଥାନାନ୍ତର ପାଇଁ ସମୟ ଦିଆଯାଇଥିଲା। ନୋଟିସ ପରେ କିଛି ଦୋକାନୀ ଦୋକାନ ସ୍ଥାନାନ୍ତର ନକରିବାରୁ ତହସିଲ୍ ପକ୍ଷରୁ କିଛି ଦୋକାନୀଙ୍କୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା।

ଜାମଦା ଅଞ୍ଚଳରେ ପ୍ରଶାସନ ପକ୍ଷରୁ ୧୦ ଟି ଚିହ୍ନଟ ପରିବାରକୁ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ସମୟରେ ମାଜିଷ୍ଟ୍ରେଟ୍ ଭାବେ ତହସିଲଦାର, ବିଭିନ୍ନ ତହସିଲର ତହସିଲଦାର, ଥାନା ଅଧିକାରିଣୀ ମିନି ଭୋଇ, ବହଳଦା ଥାନାଅଧିକାରୀ, ବିଭିନ୍ନ ଥାନାର ଏସ୍ଆଇ, ସୁପରଭାଇଜର୍, ଆରଆଇଙ୍କ ସମେତ  ଏଆରଆଇମାନେ ଉପସ୍ଥିତ ଥିଲେ। ଏହାବ୍ୟତୀତ ଦୁଇ ପ୍ଲାଟୁନ ପୁଲିସ୍ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ବେଳେ ଆଜି ଗୋଟିଏ ପ୍ଲାଟୁନ ଫର୍ସ ମୁତୟନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଭଙ୍ଗାଯିବ ବୋଲି ସୂଚନା ମିଳିଛି।

ଏହି ଖବର ପଢ଼ନ୍ତୁ: ନନ୍ଦନକାନନରେ ନୂଆ ଅତିଥି; ପ୍ରାଣୀ ଉଦ୍ୟା‌ନରେ ସିମ୍ପାଞ୍ଜିଙ୍କ ସଂଖ୍ୟା ୮କୁ ବୃଦ୍ଧି

ସୂଚନାଯୋଗ୍ୟ ଯେ କିଛି ନୂତନ ପ୍ରକଳ୍ପ ହେବାକୁ ଥିବାରୁ ଜବରଦଖଲ ଉଚ୍ଛେଦ କରୁଥିବା ସୂଚନା ମିଳିଛି। ଉଚ୍ଛେଦ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେ ନେଇ ଏକ ପ୍ଲାଟୁନ ପୁଲିସ୍ ଫର୍ସ ମୁତୟନ କରାଯାଇଥିଲେ। ମୁଣ୍ଡଝାଳ ତୁଣ୍ଡରେ ମାରି ବହୁ କଷ୍ଟରେ ଘର ଖଣ୍ଡିଏ କରିଥିଲେ କିନ୍ତୁ ତାଙ୍କ ଆଖି ସାମ୍ନାରେ ବର୍ତ୍ତମାନ ସେ ସବୁ ଭାଙ୍ଗି ଦିଆଯାଉଛି। ଯାହାକୁ ନେଇ ଜବରଦଖଲ ଉଚ୍ଛେଦ ଦେଖିବା ପରେ ବହୁ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe