ରାଉରକେଲା: ଉତ୍ତରପ୍ରଦେଶ ଓ କୋଲକାତାର ବନ୍ଧୁକ, ଲାଇସେନ୍ସ ତିଆରି ହେଉଥିଲା ନାଗାଲାଣ୍ଡରେ ଆଉ ବିକ୍ରି ହେଉଥିଲା ଇସ୍ପାତନଗରୀ ରାଉରକେଲାରେ। ଏଭଳି ଏକ ଅନ୍ତଃରାଜ୍ୟ ବେଆଇନ ଅସ୍ତ୍ରଶସ୍ତ୍ର ଲାଇସେନ୍ସ କାରବାରର ପର୍ଦାଫାସ କରିଛି ରାଉରକେଲା ପୁଲିସ। ଏହି ମାମଲାରେ କିଙ୍ଗପିନ୍‌କୁ ଗିିରଫ କରିଯାଇଥିବାବେଳେ ଏକାଧିକ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି। ଅଭିଯୁକ୍ତ ହେଲେ ବାସନ୍ତିକଲୋନି ଡିଏଲ୍‌/୩୦୪ର ରତନ କୁମାର ସ’(୫୮)। ଲାଇସେନ୍ସ ପାଇଁ ଆବେଦନ କରିଥିବା କିଛି ଅଭିଯୁକ୍ତଙ୍କୁ ଥାନା ଅଟକ ରଖି ପଚରାଉଚରା ଜାରି ରହିଛି। ଅଭିଯୁକ୍ତଠାରୁ ଗୋଟିଏ ୩୨ ବୋର ପିସ୍ତଲ(ୱେବ୍‌ଲି ଆଣ୍ଡ ସ୍କଟ୍‌) ୨୫ଟି ଗୁଳି ଓ ୨ଟି ନକଲି ବନ୍ଧୁକ ଲାଇସେନ୍ସ ସହ କିଙ୍ଗପିନ୍‌ର ମୋବାଇଲ୍‌  ଜବତ କରାଯାଇଛି।

Advertisment

ସେହିଭଳି ଲାଇସେନ୍ସ ଅବଧି ‌ଶେଷ ହୋଇଯିବାପରେ ବନ୍ଧୁକ ଗଚ୍ଛିତ ରଖିଥିବା ୨ ଭାଇଙ୍କୁ ପଚରାଉଚରା କରାଯିବା ସହ ଉଭୟଙ୍କ ଠାରୁ ୨ଟି ରିଭଲଭର୍‌, ୧୦ଟି ଗୁଳି ମଧ୍ୟ ଜବତ କରାଯାଇଛି। ଏ ନେଇ ରାଉରକେଲା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ କୁମାର ରାୟ ଓ ରାଉରକେଲା ଏସ୍‌ପି ନୀତେଶ ୱାଧୱାନୀ ସୂଚନା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: Problems Bonai Sub division କୋଟିକୋଟି ଟଙ୍କା ରାଜସ୍ୱ ଦେଉଛି, ତଥାପି ଶ୍ରୀହୀନ ବଣାଇ ଉପଖଣ୍ଡ

ବିଭିନ୍ନସ୍ଥାନରେ ଚଢ଼ଉ

ସୂଚନାନୁଯାୟୀ, ରାଉରକେଲାରେ ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ଏସ୍‌ପିଙ୍କ ତତ୍ତ୍ବାବଧାନରେ କଡ଼ା ନଜର ରଖାଯାଇଛି। ଏହିକ୍ରମରେ ରାଉରକେଲାରେ ଏକ ଅନ୍ତଃରାଜ୍ୟ ଅସ୍ତ୍ରଶସ୍ତ୍ର ରାକେଟ୍ ଚାଲିଥିବା ପୁଲିସକୁ ସୂଚନା ମିଳିଥିଲା। ୨୮ ତାରିଖ ବିଳମ୍ବିତ ରାତିରେ ଅନ୍ତଃରାଜ୍ୟ ଅସ୍ତ୍ରଶସ୍ତ୍ର ରାକେଟ୍‌ର କିଙ୍ଗପିନ୍‌ ରତନ କୁମାର ସ’ଙ୍କ ଘର ସମେତ ସହରର ବିଭିନ୍ନସ୍ଥାନରେ ଚଢ଼ଉ କରାଯାଇଥିଲା। ପ୍ରାୟ ୧୫ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଅଭିଯୁକ୍ତ ଘରେ ହୋଇଥିଲା ଯାଞ୍ଚ। ଘରୁ ବନ୍ଧୁକ, ଗୁଳି ସହ ବହୁ ନକଲି କାଗଜପତ୍ର ମିଳିଥିଲା।

ଆହୁରି ପଢ଼ନ୍ତୁ:Teacher Saves Student's Life: ଦେବଦୂତ ସାଜି ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ

ପୁଲିସ କହିଛି, ରତନ ରାଉରକେଲାର ଗ୍ରାହକଙ୍କୁ ବନ୍ଧୁକ ଓ ଲାଇସେନ୍ସ ଯୋଗାଇ ଦେଉଥିଲା। ଏ ନେଇ ‌ସେ ନାଗାଲାଣ୍ଡର ଜାଲ୍‌ ଠିକଣା ଦେଇ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ଲାଇସେନ୍ସ ସଂଗ୍ରହ କରୁଥିଲା। ଏହାପରେ କେବଳ ଗୋଟିଏ ରାଜ୍ୟର ଲାଇସେନ୍ସକୁ ଅଲ୍‌ଇଣ୍ଡିଆ ଲାଇସେନ୍ସ କରୁଥିଲା। ପ‌ରେ ଉତ୍ତରପ୍ରଦେଶ ଓ କୋଲକାତାରୁ ବନ୍ଧୁକ ଆଣି ରାଉରକେଲାରେ‌ ଲୋକଙ୍କୁ ଦେଉଥିଲା। ଏ ପର୍ଯ୍ୟନ୍ତ ୯ ଜଣଙ୍କଠାରୁ ଲାଇସେନ୍ସ ତିଆରି ପାଇଁ କାଗଜପତ୍ର ନେଇଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩ ଜଣଙ୍କୁ ସେ ନକଲି କାଗଜପତ୍ର ଯୋଗାଇ ଦେଇଛି।। ଆଉ ୪ ଜଣ ଗ୍ରାହକଙ୍କ ପାଇଁ ଲାଇସେନ୍ସ ପ୍ରସ୍ତୁତ ହୋଇସାରିଥିଲା। ଗୋଟିଏ ଲାଇସେନ୍ସ ପିଛା ସେ ୫ରୁ ୧୦ ଲକ୍ଷ ଟଙ୍କା ନେଉଥିଲା। ଏମିତି କି କିଙ୍ଗ୍‌ପିନ୍‌ ରତନ ନିଜ ପାଇଁ ନାଗାଲାଣ୍ଡର ନକଲି ଠିକଣା ଦେଇ ଅସ୍ତ୍ରଶସ୍ତ୍ର ଲାଇସେନ୍ସ କରିଥିଲା। ଏହାକୁ ଦେଖାଇ ଲୋକଙ୍କୁ ପ୍ରଲୋଭିତ କରି ବେଆଇନ ଲାଇସେନ୍ସ କରିବାକୁ କହୁଥିଲା। ଏସ୍‌ପିଙ୍କ କହିବାନୁଯାୟୀ, ଏହି ରାକେଟ୍‌ ରାଉରକେଲା-କୋଲକାତା ଓ ନାଗାଲ୍ୟାଣ୍ଡକୁ ବ୍ୟାପିଛି।