India EU Agreement ଭାରତ-ଇୟୁ ଚୁକ୍ତି: ପାକିସ୍ତାନର ଶୂନ-ଶୁଳ୍କ ମଧୁଚନ୍ଦ୍ରିକା ଶେଷ, ସଙ୍କଟରେ ୧ କୋଟି ଚାକିରି

Advertisment

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା(ଏଫ୍‌ଟିଏ)ଯୋଗୁ ପାକିସ୍ତାନରେ ଏକ କୋଟି ଲୋକଙ୍କ ଚାକିରି ବିପଦରେ ପଡ଼ିଛି। ଏହା ସହିତ କୋଟି କୋଟି ଡଲାରର କ୍ଷତିର ଆଶଙ୍କା କରାଯାଉଛି।

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା(ଏଫ୍‌ଟିଏ)ଯୋଗୁ ପାକିସ୍ତାନରେ ଏକ କୋଟି ଲୋକଙ୍କ ଚାକିରି ବିପଦରେ ପଡ଼ିଛି। ଏହା ସହିତ କୋଟି କୋଟି ଡଲାରର କ୍ଷତିର ଆଶଙ୍କା କରାଯାଉଛି।

Untitled

India EU Agreement Photograph: (sambad.in)

ନୂଆଦିଲ୍ଲୀ/ଇସଲାମାବାଦ: ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା(ଏଫ୍‌ଟିଏ)ଯୋଗୁ ପାକିସ୍ତାନରେ ଏକ କୋଟି ଲୋକଙ୍କ ଚାକିରି ବିପଦରେ ପଡ଼ିଛି। ଏହା ସହିତ କୋଟି କୋଟି ଡଲାରର କ୍ଷତିର ଆଶଙ୍କା କରାଯାଉଛି।

ଶୂନ୍-ଶୁଳ୍କ ମଧୁଚନ୍ଦ୍ରିକା ଶେଷ
ଭାରତ-ଇୟୁ ଚୁକ୍ତି ନେଇ ପାକିସ୍ତାନର ପୂର୍ବତନ ବାଣିଜ୍ୟ ମନ୍ତ୍ରୀ ଗୋହର ଏଜାଜ୍ ସୋସିଆଲ ମିଡିଆରେ ଲେଖିଛନ୍ତି, ୟୁରୋପୀୟ ସଂଘ ସହିତ ପାକିସ୍ତାନର ଶୂନ୍-ଶୁଳ୍କ ମଧୁଚନ୍ଦ୍ରିକା ଶେଷ ହୋଇଛି। ପ୍ରାୟ ଏକ କୋଟି ପାକିସ୍ତାନୀଙ୍କ ଚାକିରି ବିପଦରେ ଅଛି। ଏହାର ମୁକାବିଲା ପାଇଁ ସରକାର ଶିଳ୍ପଗୁଡ଼ିକୁ ଶସ୍ତା ବିଦ୍ୟୁତ୍, କମ ଟିକସ ଓ ସହଜ ଋଣ ଯୋଗାଇବା ଉଚିତ। ଯାହା ଦ୍ୱାରା ସେମାନେ ଅନ୍ୟ ଦେଶର ଶିଳ୍ପଗୁଡ଼ିକ ସହିତ ପ୍ରତିଯୋଗିତା କରିପାରିବେ। ପାକିସ୍ତାନ କହିଛି, ଭାରତ ସହିତ ହୋଇଥିବା ଚୁକ୍ତିନାମା ସମ୍ପର୍କରେ ଆମେ ଇୟୁ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛୁ। ଆମ ରପ୍ତାନି ଉପରେ ଏହାର ପ୍ରଭାବ କିପରି ପଡ଼ିବ ସେନେଇ କଡ଼ା ନଜର ରଖାଯାଇଛି।

ପାକିସ୍ତାନର ପତିଆରା ଶେଷ ହେବା ଆଶଙ୍କା

ତେବେ ଭାରତ ସହିତ ଚୁକ୍ତି ପରେ ୟୁରୋପୀୟ ବଜାରରେ ପାକିସ୍ତାନର ପତିଆରା ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏହି ଚୁକ୍ତି ଦ୍ୱାରା ପାକିସ୍ତାନ ସମସ୍ୟାରେ ପଡ଼ିଛି। ୟୁରୋପୀୟ ସଂଘ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ରପ୍ତାନି ବଜାର ପାକିସ୍ତାନ ଓ ୟୁରୋପୀୟ ସଂଘ ମଧ୍ୟରେ ମୋଟ ବାଣିଜ୍ୟ ୧.୧୦ ଲକ୍ଷ କୋଟି ଟଙ୍କା ରହିଛି। ଇୟୁ ବଜାରରେ ପାକିସ୍ତାନର କାରବାର ଭାରତ ତୁଳନାରେ ଅଧିକ ରହିଛି। ଇୟୁର ଜିଏସ୍‌ପି ପ୍ଲସ୍ ଯୋଜନା ଯୋଗୁ ପାକିସ୍ତାନ ଦୀର୍ଘ ବର୍ଷ ଧରି ୟୁରୋପୀୟ ବଜାରରେ ସୁବିଧା ଉପଭୋଗ କରିଆସୁଛି। ଏହି ଯୋଜନା ପାକିସ୍ତାନକୁ ପ୍ରାୟ ୬୬% ଉତ୍ପାଦ ବିନା ଟିକସରେ ୟୁରୋପକୁ ରପ୍ତାନି କରିବାକୁ ଅନୁମତି ଦେଇଛି। ସେସବୁ ଉତ୍ପାଦ ମଧ୍ୟରେ କପଡ଼ା ଓ ରେଡିମେଡ ପୋଷାକ ଭଳି ସାମଗ୍ରୀ ଅନ୍ତର୍ଭୁକ୍ତ ରହିଛି। ଅନ୍ୟପକ୍ଷରେ, ଭାରତକୁ ଏସବୁ ସାମଗ୍ରୀ ଉପରେ ୯% ରୁ ୧୨% ଟିକସ ଦେବାକୁ ପଡୁଥିଲା। ପାକିସ୍ତାନର କପଡ଼ା ରପ୍ତାନି ମୋଟ ୬.୨ ବିଲିୟନ ଡଲାର ଥିବା‌ବେଳେ ଭାରତର ରପ୍ତାନି ପରିମାଣ ୫.୬ ବିଲିୟନ ଡଲାର ଥିଲା।

ଆହୁରି ପଢ଼ନ୍ତୁ: Dacoity Keonjhar ବନ୍ଧୁକ ମୁନରେ ଲୁଟି ନେଲେ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା

ପାକିସ୍ତାନକୁ ୨୦୧୪ରେ ମିଳିଥିବା ଜିଏସ୍‌ପି ପ୍ଲସ୍ ସୁବିଧା ୨୦୨୭ରେ ଶେଷ ହେବ
ପାକିସ୍ତାନକୁ ୨୦୧୪ରେ ମିଳିଥିବା ଜିଏସ୍‌ପି ପ୍ଲସ୍ ସୁବିଧା ଡିସେମ୍ବର ୨୦୨୭ରେ ଶେଷ ହେବାକୁ ଯାଉଛି। ଯଦି ଏହାକୁ ବୃଦ୍ଧି କରାନଯାଏ, ତେବେ ୟୁରୋପରେ ପାକିସ୍ତାନର ସ୍ୱତନ୍ତ୍ର ବାଣିଜ୍ୟ ସୁବିଧା ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ ହେବାର ଆଶଙ୍କା ସୃଷ୍ଟି ହୋଇଛି।। ୟୁରୋପୀୟ ସଂଘ ହେଉଛି ପାକିସ୍ତାନର ସବୁଠାରୁ ବଡ଼ ରପ୍ତାନି ବଜାର। ତେଣୁ, ପାକିସ୍ତାନୀ ବ୍ୟବସାୟୀମାନେ ଭୟ କରୁଛନ୍ତି, ଭାରତ ସହ ଚୁକ୍ତିନାମା ଯୋଗୁ ୟୁରୋପୀୟ ବଜାରରେ ପାକିସ୍ତାନ ପ୍ରଭାବ ହରାଇପାରେ। ଯାହା ଫଳରେ ଅନ୍ୟ ଦେଶମାନଙ୍କ ସହିତ ପ୍ରତିଯୋଗିତା କରିବାକୁ ପାକିସ୍ତାନ ପାଇଁ କଷ୍ଟକର ହେବ।।

ଆହୁରି ପଢ଼ନ୍ତୁ:Pakistani children victim of exploitation ଶୋଷଣର ଶିକାର ପାକିସ୍ତାନୀ ପିଲା: ୬୦୦ରୁ ଅଧିକ ଆପତ୍ତିଜନକ ଭିଡିଓ ଜବତ,ନେଟୱାର୍କର ପର୍ଦ୍ଦାଫାସ୍

ୟୁରୋପୀୟ ସଂଘ ସହ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତକୁ ୟୁରୋପରେ ଏକ ବଡ଼, ଟିକସମୁକ୍ତ ବଜାର ପ୍ରଦାନ କରିବ। ଏହା ଦ୍ବାରା ପାକିସ୍ତାନ ପାଉଥିବା ଲାଭର ପରିମାଣ ପ୍ରଭାବିତ ହେବ।
ଭାରତ ପାଇଁ ନୂଆ ସୁଯୋଗ

ଏହି ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ, ଭାରତର ପ୍ରାୟ ୯୫% ଶ୍ରମ-ଭିତ୍ତିକ ଉତ୍ପାଦ ଇୟୁରେ ଟିକସମୁକ୍ତ ପ୍ରବେଶ ପାଇବ। ୟୁରୋପରୁ ଭାରତକୁ ଆମଦାନି ହେଉଥିବା ବିଳାସପୂର୍ଣ୍ଣ କାର ଓ ମଦ ମଧ୍ୟ ଶସ୍ତା ହୋଇଯିବ। ଚୁକ୍ତି ଦ୍ବାରା ଭାରତ ବିଶେଷ ଲାଭାନ୍ବିତ ହେବାର ଆଶା ଥିବାବେଳେ ପାକିସ୍ତାନର ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe